ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ଗୁଳିମାଡ଼ କଲେ ସରପଞ୍ଚ
କଣ୍ଟାମାଳ,୨୮ା୯(ଆଦିରେଶ୍ୱର ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଗୁଳିମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ବୌଦ୍ଧ ଜିଲା ମନମୁଣ୍ଡା ଥାନା କସୁରବନ୍ଧ ଗାଁରେ। ଗୁରତର ଜଣକ ହେଲେ କସୁରବନ୍ଧ ଗାଁର ରାଜେନ୍ଦ୍ର କର୍ଣ୍ଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶୁକ୍ରବାର ରାତିରେ କସୁରବନ୍ଧ ସରପଞ୍ଚ ସରୋଜ କୁନମାର କର୍ଣ୍ଣ ତାଙ୍କ ଭାଇ ନିଲୁ ଏବଂ ବାପା ନବଘନ ରାଜେନ୍ଦ୍ରଙ୍କ ଘର ସମ୍ମୁଖରେ ରାଜେନ୍ଦ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉତ୍ତ୍ୟକ୍ତ ସରପଞ୍ଚ ସରୋଜ ହଠାତ୍ ରାଜେନ୍ଦ୍ରଙ୍କ ଉପରକୁ ପ୍ରଥମେ […] The post ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ଗୁଳିମାଡ଼ କଲେ ସରପଞ୍ଚ appeared first on Dharitri Odia News.
କଣ୍ଟାମାଳ,୨୮ା୯(ଆଦିରେଶ୍ୱର ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଗୁଳିମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ବୌଦ୍ଧ ଜିଲା ମନମୁଣ୍ଡା ଥାନା କସୁରବନ୍ଧ ଗାଁରେ। ଗୁରତର ଜଣକ ହେଲେ କସୁରବନ୍ଧ ଗାଁର ରାଜେନ୍ଦ୍ର କର୍ଣ୍ଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶୁକ୍ରବାର ରାତିରେ କସୁରବନ୍ଧ ସରପଞ୍ଚ ସରୋଜ କୁନମାର କର୍ଣ୍ଣ ତାଙ୍କ ଭାଇ ନିଲୁ ଏବଂ ବାପା ନବଘନ ରାଜେନ୍ଦ୍ରଙ୍କ ଘର ସମ୍ମୁଖରେ ରାଜେନ୍ଦ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉତ୍ତ୍ୟକ୍ତ ସରପଞ୍ଚ ସରୋଜ ହଠାତ୍ ରାଜେନ୍ଦ୍ରଙ୍କ ଉପରକୁ ପ୍ରଥମେ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। ପରେ ରାଜେନ୍ଦ୍ର ଦୁଇ ଗୋଡ଼କୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ରାଜେନ୍ଦ୍ର ତଳେ ପଡ଼ିଯାଇଥିଲେ। ପରେ ସରପଞ୍ଚ ସରୋଜ ଏବଂ ତାଙ୍କ ବାପା ଓ ଭାଇ ମିଶି ରାଜେନ୍ଦ୍ରଙ୍କୁ ଲାଠିରେ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ରାଜେନ୍ଦ୍ରଙ୍କୁ ପରିବାର ଲୋକ ଉଦ୍ଧାର କରି ପ୍ର୍ରଥମେ ମନମୁଣ୍ଡା ଓ ପରେ ସୋନପୁର ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି। ଦୋଷୀମାନଙ୍କୁ କଠୋର ଦଣ୍ଡବିଧାନ ପାଇଁ ଏବେ ଦାବି କରିଛନ୍ତି। ଗୁରୁତର ଆହତ ରାଜେନ୍ଦ୍ର ଏବଂ ତାଙ୍କ ପରିବାର ଲୋକେ। ଖବର ପାଇ ମନମୁଣ୍ଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
The post ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ଗୁଳିମାଡ଼ କଲେ ସରପଞ୍ଚ appeared first on Dharitri Odia News.