ଗିରଫ ହେବେ ପୁଟିନ? ମଙ୍ଗୋଲିଆ ଉପରେ ବିଶ୍ୱର ନଜର
ମସ୍କୋ,୩।୯: ସରକାରୀ ଗସ୍ତରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋଙ୍ଗୋଲିଆରେ ପହଞ୍ଚିଛନ୍ତି। ଜାପାନ ସେନା ଉପରେ ସୋଭିଏତ୍ ମୋଙ୍ଗୋଲିଆ ସୈନ୍ୟମାନଙ୍କର ମିଳିତ ବିଜୟର ୮୫ ତମ ବାର୍ଷିକୀରେ ପୁଟିନଙ୍କ ଗସ୍ତ ଅନୁଷ୍ଠିତ ହେଉଛି। ମୋଙ୍ଗୋଲିଆ ରୁଷିଆର ପଡୋଶୀ ଦେଶ, ପୁଟିନ ସୋମବାର ସାରେ ମୋଙ୍ଗୋଲିଆର ରାଜଧାନୀ ଉଲାନବାଟରରେ ପହଞ୍ଚିଛନ୍ତି। ପୁଟିନ ମୋଙ୍ଗୋଲିଆରେ ପହଞ୍ଚିବା ମାତ୍ରେ ଗିରଫ ହେବାର ଦାବି ବଢିବାରେ ଲାଗିଲା, କାରଣ ମୋଙ୍ଗୋଲିଆ ଅନ୍ତର୍ଜାତୀୟ ଅପରାଧିକ କୋର୍ଟର ସଦସ୍ୟ ଏବଂ ପୁଟିନଙ୍କ ବିରୋଧରେ କୋର୍ଟ ୱାରେଣ୍ଟ […] The post ଗିରଫ ହେବେ ପୁଟିନ? ମଙ୍ଗୋଲିଆ ଉପରେ ବିଶ୍ୱର ନଜର appeared first on Dharitri Odia News.
ମସ୍କୋ,୩।୯: ସରକାରୀ ଗସ୍ତରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋଙ୍ଗୋଲିଆରେ ପହଞ୍ଚିଛନ୍ତି। ଜାପାନ ସେନା ଉପରେ ସୋଭିଏତ୍ ମୋଙ୍ଗୋଲିଆ ସୈନ୍ୟମାନଙ୍କର ମିଳିତ ବିଜୟର ୮୫ ତମ ବାର୍ଷିକୀରେ ପୁଟିନଙ୍କ ଗସ୍ତ ଅନୁଷ୍ଠିତ ହେଉଛି। ମୋଙ୍ଗୋଲିଆ ରୁଷିଆର ପଡୋଶୀ ଦେଶ, ପୁଟିନ ସୋମବାର ସାରେ ମୋଙ୍ଗୋଲିଆର ରାଜଧାନୀ ଉଲାନବାଟରରେ ପହଞ୍ଚିଛନ୍ତି। ପୁଟିନ ମୋଙ୍ଗୋଲିଆରେ ପହଞ୍ଚିବା ମାତ୍ରେ ଗିରଫ ହେବାର ଦାବି ବଢିବାରେ ଲାଗିଲା, କାରଣ ମୋଙ୍ଗୋଲିଆ ଅନ୍ତର୍ଜାତୀୟ ଅପରାଧିକ କୋର୍ଟର ସଦସ୍ୟ ଏବଂ ପୁଟିନଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରାଯାଇଛି।
ରୁଷିଆର ଗଣମାଧ୍ୟମ ସ୍ପୁଟ୍ନିକ ରିପୋର୍ଟ କରିଛି ଯେ ମୋଙ୍ଗୋଲିଆରେ ଭ୍ଲାଦିମିର ପୁଟିନ ରୁଷିଆ-ମୋଙ୍ଗୋଲିଆ ବିସ୍ତୃତ କୌଶଳ ଭାଗିଦାରୀ ତଥା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିବେ। ଏହା ସହିତ ପୁଟିନ ଖାଲଖିନ-ଗୋଲ ଯୁଦ୍ଧର ୮୫ ତମ ବାର୍ଷିକୀରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ରିପୋର୍ଟରେ କୁହାଯାଇଛି ଯେ ୨୦୧୯ବର୍ଷ ପରେ ଭ୍ଲାଦିମିର ପୁଟିନ ପ୍ରଥମ ଥର ପାଇଁ ମୋଙ୍ଗୋଲିଆ ଗସ୍ତ କରିଛନ୍ତି।
The post ଗିରଫ ହେବେ ପୁଟିନ? ମଙ୍ଗୋଲିଆ ଉପରେ ବିଶ୍ୱର ନଜର appeared first on Dharitri Odia News.