ବଞ୍ଚି ଥାଉଥାଉ ୮୦୦ ଲୋକଙ୍କୁ ମୃତ୍ୟୁ ଭୋଜି ଦେଲେ ବୃଦ୍ଧ: ୨ ଦିନ ପରେ ଚାଲିଗଲା ଜୀବନ

ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶର ଏଟା ଜିଲାରେ ଏକ ଅଜବ ଘଟଣା ଘଟିଛି। ଜୀବିତ ଥିବାବେଳେ ତାଙ୍କର ଶେଷ ରୀତିନୀତି କରିଥିବା ବୃଦ୍ଧଙ୍କର ଦେହାନ୍ତ ହୋଇଛି। ହାକିମ ସିଂ ନାମକ ବୃଦ୍ଧ ବଞ୍ଚି ଥାଉଥାଉ ୮୦୦ ଲୋକଙ୍କୁ ମୃତ୍ୟୁ ଭୋଜି ଦେଇଥିଲେ। ଏହି ଭୋଜିରେ ଗାଁର ଶତାଧିକ ଲୋକ ପହଞ୍ଚିଥିଲେ। ଭୋଜି ଦେବାର ମାତ୍ର ୨ ଦିନ ପରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ନିଜର ଶେଷ ରତିନୀତି ଏବଂ ପିଣ୍ଡ ଦାନ କରିବାର କାରଣ ବର୍ଣ୍ଣନା କରି ହାକିମ […] The post ବଞ୍ଚି ଥାଉଥାଉ ୮୦୦ ଲୋକଙ୍କୁ ମୃତ୍ୟୁ ଭୋଜି ଦେଲେ ବୃଦ୍ଧ: ୨ ଦିନ ପରେ ଚାଲିଗଲା ଜୀବନ appeared first on Dharitri Odia News.

ବଞ୍ଚି ଥାଉଥାଉ ୮୦୦ ଲୋକଙ୍କୁ ମୃତ୍ୟୁ ଭୋଜି ଦେଲେ ବୃଦ୍ଧ: ୨ ଦିନ ପରେ ଚାଲିଗଲା ଜୀବନ

ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶର ଏଟା ଜିଲାରେ ଏକ ଅଜବ ଘଟଣା ଘଟିଛି। ଜୀବିତ ଥିବାବେଳେ ତାଙ୍କର ଶେଷ ରୀତିନୀତି କରିଥିବା ବୃଦ୍ଧଙ୍କର ଦେହାନ୍ତ ହୋଇଛି। ହାକିମ ସିଂ ନାମକ ବୃଦ୍ଧ ବଞ୍ଚି ଥାଉଥାଉ ୮୦୦ ଲୋକଙ୍କୁ ମୃତ୍ୟୁ ଭୋଜି ଦେଇଥିଲେ। ଏହି ଭୋଜିରେ ଗାଁର ଶତାଧିକ ଲୋକ ପହଞ୍ଚିଥିଲେ। ଭୋଜି ଦେବାର ମାତ୍ର ୨ ଦିନ ପରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ।
ନିଜର ଶେଷ ରତିନୀତି ଏବଂ ପିଣ୍ଡ ଦାନ କରିବାର କାରଣ ବର୍ଣ୍ଣନା କରି ହାକିମ ସିଂ କହିଥିଲେ, ସେ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ବିଶ୍ୱାସ ହରାଇଛନ୍ତି। ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ତାଙ୍କର ଶେଷ ରୀତିନୀତି କରିବେ କି ନାହିଁ ଏଥିରେ ସନ୍ଦେହ ଥିଲା। ତେଣୁ ଜୀବିତ ଥିବାବେଳେ ସେ ମୃତ୍ୟୁ ପରର ସମସ୍ତ ରୀତିନୀତି କରିଥିଲେ। ଏପରିକି ସେ ନିଜ ମୃତ୍ୟୁର କାର୍ଡ ଛପାକଇଥିଲେ।
ସୂଚନାନୁସାରେ, ହାକିମ ସିଂ ବିହାରର ଜଣେ ମହିଳାକୁ ବିବାହ କରିଥିଲେ। କିନ୍ତୁ କିଛି ଦିନ ପରେ ସ୍ତ୍ରୀ ତାଙ୍କୁ ଛାଡି ନିଜ ଘରକୁ ଫେରିଗଲେ। ଯେହେତୁ ହାକିମ ସିଂଙ୍କର କୌଣସି ସନ୍ତାନ ନ ଥିବାରୁ ତାଙ୍କ ସମ୍ପର୍କୀୟମାନେ ଘର ଓ ଜମି ଅଧିକାର କରିଥିଲେ। ତାଙ୍କ ସମ୍ପର୍କୀୟଙ୍କ ଏହି ଆଚରଣ ପାଇଁ ହାକିମ ଚିନ୍ତିତ ଥିଲେ। ଏହି କାରଣରୁ ସେ ଏପରି ନିଷ୍ପତ୍ତି ନେଇଥିଲେ।

The post ବଞ୍ଚି ଥାଉଥାଉ ୮୦୦ ଲୋକଙ୍କୁ ମୃତ୍ୟୁ ଭୋଜି ଦେଲେ ବୃଦ୍ଧ: ୨ ଦିନ ପରେ ଚାଲିଗଲା ଜୀବନ appeared first on Dharitri Odia News.