କାନାଡା ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ
ଓଟ୍ଟାଓ୍ବା,୨୯।୧: କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଲିବେରାଲ ପାର୍ଟି ନେତ୍ରୀ ରୁବି ଢାଲା ରହିଛନ୍ତି। ଭାରତ ସହ ସମ୍ପର୍କ ବଢ଼ାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଜଣେ ବ୍ୟବସାୟୀ, ଚିକିତ୍ସକ ତଥା ୩ ଥର ପାର୍ଲାମେଣ୍ଟ ସଦସ୍ୟ ହୋଇଥିବା ରୁବିଙ୍କର କାନାଡା ଚ୍ୟାଲେଞ୍ଜଗୁଡ଼ିକୁ ଅତିକ୍ରମ କରିବା ଅଭିଜ୍ଞତା ରହିଥିବା ବିଶ୍ୱାସ କରୁଛନ୍ତି। କାନାଡା ଲୋକେ ବର୍ଦ୍ଧିତ ଗୃହ ନିର୍ମାଣ ଖର୍ଚ୍ଚ, ଅପରାଧ ବୃଦ୍ଧି, ଖାଦ୍ୟସାମଗ୍ରୀର ଦରଦାମ୍ ବୃଦ୍ଧି ଏବଂ ଆମେରିକା ଟାରିଫ୍ ଧମକ ଆଦିର […] The post କାନାଡା ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ appeared first on Dharitri Odia News.
ଓଟ୍ଟାଓ୍ବା,୨୯।୧: କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଲିବେରାଲ ପାର୍ଟି ନେତ୍ରୀ ରୁବି ଢାଲା ରହିଛନ୍ତି। ଭାରତ ସହ ସମ୍ପର୍କ ବଢ଼ାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଜଣେ ବ୍ୟବସାୟୀ, ଚିକିତ୍ସକ ତଥା ୩ ଥର ପାର୍ଲାମେଣ୍ଟ ସଦସ୍ୟ ହୋଇଥିବା ରୁବିଙ୍କର କାନାଡା ଚ୍ୟାଲେଞ୍ଜଗୁଡ଼ିକୁ ଅତିକ୍ରମ କରିବା ଅଭିଜ୍ଞତା ରହିଥିବା ବିଶ୍ୱାସ କରୁଛନ୍ତି। କାନାଡା ଲୋକେ ବର୍ଦ୍ଧିତ ଗୃହ ନିର୍ମାଣ ଖର୍ଚ୍ଚ, ଅପରାଧ ବୃଦ୍ଧି, ଖାଦ୍ୟସାମଗ୍ରୀର ଦରଦାମ୍ ବୃଦ୍ଧି ଏବଂ ଆମେରିକା ଟାରିଫ୍ ଧମକ ଆଦିର ସମ୍ମୁଖୀନ ହୋଇଛନ୍ତି। ଟାରିଫ୍ ବଢ଼ିଲେ ଏହା କାନାଡା ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇବ। ୧୪ ବର୍ଷ ବୟସରୁ ଲିବେରାଲ ପାର୍ଟିରେ କାର୍ଯ୍ୟ କରିଆସୁଥିବା ରୁବି ଏହି ଦଳ ଓ କାନାଡାର ପୁନର୍ଗଠନ ଉପରେ ଜୋର୍ ଦେଇଛନ୍ତି। ତାଙ୍କର ସ୍ଲୋଗାନ ହେଉଛି ‘କାନାଡା ପୂର୍ବର ଗୌରବମୟ ସ୍ଥିତିକୁ ଫେରିବା ଏବେ ଆରମ୍ଭ ହେଲା’।
The post କାନାଡା ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ appeared first on Dharitri Odia News.