ବୈବାହିକ ଜୀବନରେ ସମସ୍ୟା ଦୂରକଲେ ଗୋଲାପ , ଜାଣନ୍ତୁ କିପରି

ପ୍ରେମର ପ୍ରତୀକ କୁହାଯାଉଥିବା ଗୋଲାପ ଫୁଲ ବି ଘରକୁ ସୁଖସମୃଦ୍ଧି ଆଣିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଗୋଲାପ ଫୁଲ ସହ ବାସ୍ତୁର କ’ଣ ସବୁ ସମ୍ପର୍କ ରହିଛି ଜାଣନ୍ତୁ ସେ ସମ୍ପର୍କରେ… * ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଗୋଲାପ ଗଛ ଲଗାଇବା ଶୁଭ ହୋଇଥାଏ। ବିଶେଷକରି ନାଲି ରଙ୍ଗର ଗୋଲାପ ଫୁଲ ପାଇଁ ଏହି ଦିଗ ସର୍ବୋତ୍ତମ। କୁହାଯାଏ, ଏହି ଦିଗରେ ଗୋଲାପ ଗଛ ରହିଲେ ଘରର ମୁଖିଆଙ୍କର ସାମାଜିକ ପ୍ରତିଷ୍ଠା […] The post ବୈବାହିକ ଜୀବନରେ ସମସ୍ୟା ଦୂରକଲେ ଗୋଲାପ , ଜାଣନ୍ତୁ କିପରି appeared first on Dharitri Odia News.

ବୈବାହିକ ଜୀବନରେ  ସମସ୍ୟା ଦୂରକଲେ ଗୋଲାପ , ଜାଣନ୍ତୁ କିପରି

ପ୍ରେମର ପ୍ରତୀକ କୁହାଯାଉଥିବା ଗୋଲାପ ଫୁଲ ବି ଘରକୁ ସୁଖସମୃଦ୍ଧି ଆଣିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଗୋଲାପ ଫୁଲ ସହ ବାସ୍ତୁର କ’ଣ ସବୁ ସମ୍ପର୍କ ରହିଛି ଜାଣନ୍ତୁ ସେ ସମ୍ପର୍କରେ…
* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଗୋଲାପ ଗଛ ଲଗାଇବା ଶୁଭ ହୋଇଥାଏ। ବିଶେଷକରି ନାଲି ରଙ୍ଗର ଗୋଲାପ ଫୁଲ ପାଇଁ ଏହି ଦିଗ ସର୍ବୋତ୍ତମ। କୁହାଯାଏ, ଏହି ଦିଗରେ ଗୋଲାପ ଗଛ ରହିଲେ ଘରର ମୁଖିଆଙ୍କର ସାମାଜିକ ପ୍ରତିଷ୍ଠା ବଢିଥାଏ।
* ଜ୍ୟୋତିଷ ତଥା ଧର୍ମଶାସ୍ତ୍ରର ମତାନୁସାରେ, ଯଦି ପାରିବାରିକ ସମସ୍ୟା ଲାଗି ରହୁଥାଏ, ତା’ହେଲେ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ନାଲି ଗୋଲାପ ଅର୍ପଣ କରିବା ଦ୍ୱାରା ପରିବାରରେ ଶାନ୍ତି ବଜାୟ ରହିବା ସହ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।
* ଯେଉଁ ବ୍ୟକ୍ତିଙ୍କର ବୈବାହିକ ଜୀବନରେ ବାରମ୍ବାର ସମସ୍ୟା ଦେଖାଯାଉଥାଏ, ସେମାନେ କାଚ ବାଉଲ୍‌ରେ ପାଣି ସହିତ କିଛି ଗୋଲାପ ଫୁଲର ପାଖୁଡ଼ାକୁ ଭର୍ତ୍ତି କରି ରଖିବେ। ଆଉ ପ୍ରତିଦିନ ବାଉଲ୍‌ରେ ଥିବା ପାଣି ଓ ଗୋଲାପ ଫୁଲର ପାଖୁଡ଼ାକୁ ମଧ୍ୟ ବଦଳାଉଥିବେ। ଏମିତି କିଛିଦିନ କଲେ ସମ୍ପର୍କରେ ନିବିଡ଼ତା ଆସୁଥିବାର ଲକ୍ଷ୍ୟ କରିପାରିବେ।
* ପ୍ରତିଦିନ ସନ୍ଧ୍ୟା ଦେବାବେଳେ ମାତା ଲକ୍ଷ୍ମୀଙ୍କ ଚରଣରେ ଗୋଲାପ ଫୁଲ ଅର୍ପଣ କଲେ ଅଥବା ଶୁକ୍ରବାର ଦିନ ପାଞ୍ଚଟି ଗୋଲାପ ଫୁଲର ପାଖୁଡ଼ାକୁ ପାନପତ୍ରରେ ରଖି ମାତା ଦୁର୍ଗାଙ୍କୁ ଅର୍ପଣ କଲେ ଘରେ କୁଆଡ଼େ ଧନଧାନ୍ୟ ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

The post ବୈବାହିକ ଜୀବନରେ ସମସ୍ୟା ଦୂରକଲେ ଗୋଲାପ , ଜାଣନ୍ତୁ କିପରି appeared first on Dharitri Odia News.