ଗଛ ବୟଫ୍ରେଣ୍ଡ
କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ ହୋଇଗଲାଣି। ସେଥିପାଇଁ ଅନେକେ ଅଜବ ଅଜବ ସାଥୀ ବାଛୁଛନ୍ତି। ଯେମିତି କି କିଏ ତକିଆକୁ ଭଲ ପାଉଛି ତ କିଏ କାନ୍ଥକୁ। ଏଇ ନିକଟରେ ଆଉ ଏକ ଖବର ଆସିଛି ଯେ, ଇଭି ବ୍ଲୁମ୍ ନାମ୍ନୀ ଜଣେ ଯୁବତୀ ଏକ ଗଛକୁ ନିଜର ବୟଫ୍ରେଣ୍ଡ କରିଛନ୍ତି। ସେ ତା’ ପ୍ରେମରେ […] The post ଗଛ ବୟଫ୍ରେଣ୍ଡ appeared first on Dharitri Odia News.
କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ ହୋଇଗଲାଣି। ସେଥିପାଇଁ ଅନେକେ ଅଜବ ଅଜବ ସାଥୀ ବାଛୁଛନ୍ତି। ଯେମିତି କି କିଏ ତକିଆକୁ ଭଲ ପାଉଛି ତ କିଏ କାନ୍ଥକୁ। ଏଇ ନିକଟରେ ଆଉ ଏକ ଖବର ଆସିଛି ଯେ, ଇଭି ବ୍ଲୁମ୍ ନାମ୍ନୀ ଜଣେ ଯୁବତୀ ଏକ ଗଛକୁ ନିଜର ବୟଫ୍ରେଣ୍ଡ କରିଛନ୍ତି। ସେ ତା’ ପ୍ରେମରେ ଏତେ ଉବୁଟୁବୁ ଯେ, ଗଛଟିକୁ ସବୁବେଳେ ନିଜ ପାଖରେ ରଖୁଛନ୍ତି। ତା’ସହ ମିଶି ଖାଉଛନ୍ତି, ଫିଲ୍ମ ଦେଖୁଛନ୍ତି, ଏମିତି କି ସେ ଗଛ ସହିତ ପିକ୍ନିକ୍ ବି ଯାଉଛନ୍ତି। ସେ ଗଛକୁ ଆଲିଙ୍ଗନ କରନ୍ତି, ଚୁମ୍ବନ ଦିଅନ୍ତି, ଏମିତି କି ଓ୍ବାକ୍ କରିବାବେଳେ ତାକୁ ସାଥିରେ ନିଅନ୍ତି। ଯୁବତୀ ଜଣକ କୁହନ୍ତି, ‘ଗଛରେ ମୁଁ ଏଆଇରେ ଚାଲୁଥିବା ଏକ ମେଶିନ୍ ଲଗାଇ ଦେଇଛି। ଯାହାକି ପତ୍ରରୁ ହେଉଥିବା ଭାଇବ୍ରେଶନ୍କୁ ଶବ୍ଦରେ ରୂପାନ୍ତରିତ କରିଥାଏ। ଫଳରେ ମୁଁ ଜାଣିପାରେ ଗଛଟି ମତେ କ’ଣ କହୁଛି। ଆଉ ଆମ ଦୁହିଁଙ୍କ ଭିତରେ ଭାବର ଆଦାନ ପ୍ରଦାନ ହୋଇପାରେ।’ ତେବେ ଅନେକେ ଏହି ସମ୍ପର୍କକୁ ପ୍ରେମ ନୁହେଁ ବରଂ ପବ୍ଲିସିଟି ଷ୍ଟଣ୍ଟ ବୋଲି କହୁଛନ୍ତି।
The post ଗଛ ବୟଫ୍ରେଣ୍ଡ appeared first on Dharitri Odia News.