୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ଜିଏସଟି ଅଧିକାରୀ, ଜାଲ ବିଛାଇ ରେଡ୍ ହ୍ୟାଣ୍ଡେଡ ଧରିଲା ସିବିଆଇ

ସୁନ୍ଦରଗଡ଼,୨୫ା୧: ଗୁରୁବାର ରାଉରକେଲାରେ ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲା ବେଳେ ବରିଷ୍ଠ ବସ୍ତୁ ଓ ସେବା କର (ଜିଏସଟି) ଅଧିକାରୀଙ୍କୁ ରେଡ୍ ହ୍ୟାଣ୍ଡେଡ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଅମର କାନ୍ତ କୁମାର ନାମକ ଅଧିକାରୀଙ୍କୁ ସିବିଆଇ ଗିରଫ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନ ଅନୁଯାୟୀ ଠିକାଦାରଙ୍କ ଫାଇଲ କ୍ଳିଅର କରିଦେବା ପାଇଁ ଅମର ୫୦ ହଜାର ଟଙ୍କା ଦାବି କରୁଥିଲେ। ତେବେ ଏହି ବିଷୟରେ ଠିକାଦାର ଜଣକ ସିବିଆଇକୁ ଜଣାଇଥିଲେ, ପରେ ସିବିଆଇ […] The post ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ଜିଏସଟି ଅଧିକାରୀ, ଜାଲ ବିଛାଇ ରେଡ୍ ହ୍ୟାଣ୍ଡେଡ ଧରିଲା ସିବିଆଇ appeared first on Dharitri Odia News.

୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ଜିଏସଟି ଅଧିକାରୀ, ଜାଲ ବିଛାଇ ରେଡ୍ ହ୍ୟାଣ୍ଡେଡ ଧରିଲା ସିବିଆଇ

ସୁନ୍ଦରଗଡ଼,୨୫ା୧: ଗୁରୁବାର ରାଉରକେଲାରେ ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲା ବେଳେ ବରିଷ୍ଠ ବସ୍ତୁ ଓ ସେବା କର (ଜିଏସଟି) ଅଧିକାରୀଙ୍କୁ ରେଡ୍ ହ୍ୟାଣ୍ଡେଡ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଅମର କାନ୍ତ କୁମାର ନାମକ ଅଧିକାରୀଙ୍କୁ ସିବିଆଇ ଗିରଫ କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନ ଅନୁଯାୟୀ ଠିକାଦାରଙ୍କ ଫାଇଲ କ୍ଳିଅର କରିଦେବା ପାଇଁ ଅମର ୫୦ ହଜାର ଟଙ୍କା ଦାବି କରୁଥିଲେ। ତେବେ ଏହି ବିଷୟରେ ଠିକାଦାର ଜଣକ ସିବିଆଇକୁ ଜଣାଇଥିଲେ, ପରେ ସିବିଆଇ ଜାଲ ବିଛାଇ ଅଧିକାରୀଙ୍କୁ ଧରିଛି।

ଯୋଜନା ଅନୁଯାୟୀ ଗୁରୁବାର ଠିକାଦାର ରାଉରକେଲାସ୍ଥିତ ସିଭିଲ ଟାଉନସିପରେ ଥିବା ଜିଏସଟି କାର୍ଯ୍ୟାଳୟକୁ ଯାଇ ୨୦,୦୦୦ ଟଙ୍କା ମୂଲ୍ୟର ପ୍ରଥମ କିସ୍ତି କୁମାରଙ୍କୁ ଦେଇଥିଲେ। କୁମାର ଏହି ଟଙ୍କା ନେବା ପରେ ସିବିଆଇ ଅଧିକାରୀମାନେ କୋଠରି ଭିତରକୁ ପଶି ତାଙ୍କୁ ରେଡ୍ ହ୍ୟାଣ୍ଡେଡ ଧରିଥିଲେ।

 

 

 

The post ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ଜିଏସଟି ଅଧିକାରୀ, ଜାଲ ବିଛାଇ ରେଡ୍ ହ୍ୟାଣ୍ଡେଡ ଧରିଲା ସିବିଆଇ appeared first on Dharitri Odia News.