ସମସ୍ୟାଘେରରେ ମେଲକୁନ୍ଦେଲ ପ୍ରାଥମିକ ବିଦ୍ୟାଳୟ

ଥୁଆମୂଳ ରାମପୁର,୨୭ା୧୨(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ମେଲକୁନ୍ଦେଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ସମସ୍ୟାଘେରରେ ରହିଛି। ୨୦୦୮ରେ ସ୍ଥାପିତ ଏହି ବିଦ୍ୟାଳୟରେ ୨୯ ଛାତ୍ରୀଛାତ୍ର ପାଠ ପଢୁଥିବାବେଳେ ଦୁଇଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ବିଦ୍ୟାଳୟରେ ପାଚେରି ନ ଥିବାବେଳେ ପାନୀୟଜଳ ସୁବିଧା ନାହିଁ। ରୋଷେଇ ଘର ନ ଥିବାରୁ ଗଛ ମୂଳରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି। ଦୀର୍ଘବର୍ଷ ପରେ ମଧ୍ୟ ବିଦ୍ୟାଳୟରେ ଶୌଚାଳୟଟିଏ ନାହିଁ। ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ […] The post ସମସ୍ୟାଘେରରେ ମେଲକୁନ୍ଦେଲ ପ୍ରାଥମିକ ବିଦ୍ୟାଳୟ appeared first on Dharitri Odia News.

ସମସ୍ୟାଘେରରେ ମେଲକୁନ୍ଦେଲ ପ୍ରାଥମିକ ବିଦ୍ୟାଳୟ

ଥୁଆମୂଳ ରାମପୁର,୨୭ା୧୨(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ମେଲକୁନ୍ଦେଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ସମସ୍ୟାଘେରରେ ରହିଛି। ୨୦୦୮ରେ ସ୍ଥାପିତ ଏହି ବିଦ୍ୟାଳୟରେ ୨୯ ଛାତ୍ରୀଛାତ୍ର ପାଠ ପଢୁଥିବାବେଳେ ଦୁଇଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ବିଦ୍ୟାଳୟରେ ପାଚେରି ନ ଥିବାବେଳେ ପାନୀୟଜଳ ସୁବିଧା ନାହିଁ। ରୋଷେଇ ଘର ନ ଥିବାରୁ ଗଛ ମୂଳରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି। ଦୀର୍ଘବର୍ଷ ପରେ ମଧ୍ୟ ବିଦ୍ୟାଳୟରେ ଶୌଚାଳୟଟିଏ ନାହିଁ। ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ତୁରନ୍ତ ଏହି ବିଦ୍ୟାଳୟରେ ପାନୀୟ ଜଳ ସୁବିଧା ସହ ପାଚେରି, ରୋଷେଇ ଘର, ଶୌଚାଳୟ ନିର୍ମାଣ ପାଇଁ ଗ୍ରାମବାସୀ ତଥା ଅଭିଭାବକ ମହଲରେ ଦାବି ହେଉଛି। ଏ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ବେହେରାଙ୍କୁ ପଚାରିବାରୁ ବିଡ଼ିଓଙ୍କ ସହ ଆମେ ସେ ସ୍କୁଲ ପରିଦର୍ଶନରେ ଯାଇଥିଲୁ। ପାରିପାର୍ଶ୍ୱିକ ସ୍ଥିତି ଦେଖିବା ପରେ ଉକ୍ତ ସ୍କୁଲରେ ପାଣି ସୋର୍ସର ଅଭାବ ରହିଥିବା ଜାଣିଲୁ। ତଥାପି ନୂତନ ନଳକୂପ ଓ ଶୌଚାଳୟ ପାଇଁ ଜଳ ଓ ପରିମଳ ବିଭାଗକୁ କହିଛୁ। ସୁରକ୍ଷା ପାଚେରି ଓ ରୋଷେଇ ଘର ପାଇଁ ଗ୍ରାମ ପଞ୍ଚାୟତର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମାଧ୍ୟମରେ ବ୍ୟବସ୍ଥା କରି କାମ ଶୀଘ୍ର କରାଯିବ ବୋଲି କହିଛନ୍ତି l

The post ସମସ୍ୟାଘେରରେ ମେଲକୁନ୍ଦେଲ ପ୍ରାଥମିକ ବିଦ୍ୟାଳୟ appeared first on Dharitri Odia News.