ସୁନାବେଡ଼ା ପୌର ଉପାଧ୍ୟକ୍ଷ ଅନାସ୍ଥା ଭୋଟ ବାତିଲ: ବଜାୟ ରହିଲା ଉପାଧ୍ୟକ୍ଷା ଋତୁ କଣ୍ଟାଙ୍କ ପଦ

କୋରାପୁଟ,୧୧।୮: କୋରାପୁଟ ଜିଲା ସୁନାବେଡ଼ା ପୌର ଉପାଧ୍ୟକ୍ଷ ଅନାସ୍ଥା ଭୋଟ ବାତିଲ ହୋଇଛି। କୋରମ ଅଭାବରୁ ଏହା ବାତିଲ ହୋଇଥିବା ଜଣାପଡ଼ିଛି। ଜଣେ ବିଜେଡି ସଦସ୍ୟ ଆସିଲେନି ତେଣୁ ଅନାସ୍ଥା ଭୋଟ ହୋଇପାରିଲା ନାହିଁ। ଅନାସ୍ଥା ଭୋଟ ବାତିଲ ହେବାରୁ ଉପାଧ୍ୟକ୍ଷା ଋତୁ କଣ୍ଟାଙ୍କ ପଦ ବଜାୟ ରହିଛି। ମୋଟ ୨୫ ସଦସ୍ୟଙ୍କ ମଧ୍ୟରୁ ୧୬ ବିଜେଡି ସଦସ୍ୟ ଅନାସ୍ଥା ଆଣିଥିଲେ। ଶୁକ୍ରବାର ଏଡିଏମ୍‌ଙ୍କ ଉପସ୍ଥିତିରେ ଭୋଟ ପାଇଁ ବ୍ୟବସ୍ଥା କରାଯାଇଥିଲା। ୨୫ରୁ ଜଣେ ସଦସ୍ୟ ଚାକିରି […] The post ସୁନାବେଡ଼ା ପୌର ଉପାଧ୍ୟକ୍ଷ ଅନାସ୍ଥା ଭୋଟ ବାତିଲ: ବଜାୟ ରହିଲା ଉପାଧ୍ୟକ୍ଷା ଋତୁ କଣ୍ଟାଙ୍କ ପଦ appeared first on Dharitri Odia News.

ସୁନାବେଡ଼ା ପୌର ଉପାଧ୍ୟକ୍ଷ ଅନାସ୍ଥା ଭୋଟ ବାତିଲ: ବଜାୟ ରହିଲା ଉପାଧ୍ୟକ୍ଷା ଋତୁ କଣ୍ଟାଙ୍କ ପଦ

କୋରାପୁଟ,୧୧।୮: କୋରାପୁଟ ଜିଲା ସୁନାବେଡ଼ା ପୌର ଉପାଧ୍ୟକ୍ଷ ଅନାସ୍ଥା ଭୋଟ ବାତିଲ ହୋଇଛି। କୋରମ ଅଭାବରୁ ଏହା ବାତିଲ ହୋଇଥିବା ଜଣାପଡ଼ିଛି। ଜଣେ ବିଜେଡି ସଦସ୍ୟ ଆସିଲେନି ତେଣୁ ଅନାସ୍ଥା ଭୋଟ ହୋଇପାରିଲା ନାହିଁ। ଅନାସ୍ଥା ଭୋଟ ବାତିଲ ହେବାରୁ ଉପାଧ୍ୟକ୍ଷା ଋତୁ କଣ୍ଟାଙ୍କ ପଦ ବଜାୟ ରହିଛି। ମୋଟ ୨୫ ସଦସ୍ୟଙ୍କ ମଧ୍ୟରୁ ୧୬ ବିଜେଡି ସଦସ୍ୟ ଅନାସ୍ଥା ଆଣିଥିଲେ। ଶୁକ୍ରବାର ଏଡିଏମ୍‌ଙ୍କ ଉପସ୍ଥିତିରେ ଭୋଟ ପାଇଁ ବ୍ୟବସ୍ଥା କରାଯାଇଥିଲା। ୨୫ରୁ ଜଣେ ସଦସ୍ୟ ଚାକିରି ପାଇଯିବାରୁ ଆଉ ୨୪ ସଦସ୍ୟ ରହିଥିଲେ।ଭୋଟିଂ ପାଇଁ ୨୪ରୁ ଦୁଇ ତୃତୀୟାଂଶ ୧୬ ସଦସ୍ୟ ଉପସ୍ଥିତି ଜରୁରୀ ଥିଲା। ତେବେ ି ବିଜେଡିର ୧୬ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ଆସିଥିଲେ। ଜଣେ ବିଜେଡି ସଦସ୍ୟ ନ ଆସିବାରୁ କୋରମ ଅଭାବରୁ ଭୋଟିଂ ବାତିଲ ହୋଇଥିଲା।

The post ସୁନାବେଡ଼ା ପୌର ଉପାଧ୍ୟକ୍ଷ ଅନାସ୍ଥା ଭୋଟ ବାତିଲ: ବଜାୟ ରହିଲା ଉପାଧ୍ୟକ୍ଷା ଋତୁ କଣ୍ଟାଙ୍କ ପଦ appeared first on Dharitri Odia News.