ରିଲାଏନ୍ସ ଡିଜିଟାଲରେ ଆଇଫୋନ୍ ୧୬ ରେଞ୍ଜ
ମୁମ୍ବାଇ,୨୦।୯(ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍ର ଅଗ୍ରଣୀ ପ୍ଲାଟ୍ଫର୍ମ ‘ରିଲାଏନ୍ସ ଡିଜିଟାଲ’ରେ ବହୁ ପ୍ରତୀକ୍ଷିତ ଆଇଫୋନ୍-୧୬ର ସମସ୍ତ ଭାରିଆଣ୍ଟ (ରେଞ୍ଜ) ଉପଲବ୍ଧ ହେଉଛି। ଏପରିକି ସର୍ବଭାରତୀୟ ସ୍ତରରେ ଥିବା ରିଲାଏନ୍ସ ଡିଜିଟାଲା ଅଫ୍ଲାଇନ ଷ୍ଟୋର (ଏକ୍ସକ୍ଲୁସିଭ ଆଉଟ୍ଲେଟ୍) ଏବଂ ଅନ୍ଲାଇନ ପ୍ଲାଟ୍ଫର୍ମରେ ଉପଲବ୍ଧ ଥିଲାବେଳେ ଆଶାୟୀ ଗ୍ରାହକମାନେ ଉଭୟ ଅନ୍ଲାଇନ ଓ ଅଫ୍ଲାଇନ ପ୍ଲାଟ୍ଫର୍ମରେ ପ୍ରି ବୁକିଂ କରିପାରିବେ। ଏପରିକି ରିଲାଏନ୍ସ ଡିଜିଟାଲ ଗ୍ରାହକଙ୍କ ଦ୍ୱାରା ପ୍ରାକ୍-ବୁକିଂ କରାଯାଇଥିବା ଠିକ୍ ଭାରିଆଣ୍ଟର ଡେଲିଭରି […] The post ରିଲାଏନ୍ସ ଡିଜିଟାଲରେ ଆଇଫୋନ୍ ୧୬ ରେଞ୍ଜ appeared first on Dharitri Odia News.
ମୁମ୍ବାଇ,୨୦।୯(ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍ର ଅଗ୍ରଣୀ ପ୍ଲାଟ୍ଫର୍ମ ‘ରିଲାଏନ୍ସ ଡିଜିଟାଲ’ରେ ବହୁ ପ୍ରତୀକ୍ଷିତ ଆଇଫୋନ୍-୧୬ର ସମସ୍ତ ଭାରିଆଣ୍ଟ (ରେଞ୍ଜ) ଉପଲବ୍ଧ ହେଉଛି। ଏପରିକି ସର୍ବଭାରତୀୟ ସ୍ତରରେ ଥିବା ରିଲାଏନ୍ସ ଡିଜିଟାଲା ଅଫ୍ଲାଇନ ଷ୍ଟୋର (ଏକ୍ସକ୍ଲୁସିଭ ଆଉଟ୍ଲେଟ୍) ଏବଂ ଅନ୍ଲାଇନ ପ୍ଲାଟ୍ଫର୍ମରେ ଉପଲବ୍ଧ ଥିଲାବେଳେ ଆଶାୟୀ ଗ୍ରାହକମାନେ ଉଭୟ ଅନ୍ଲାଇନ ଓ ଅଫ୍ଲାଇନ ପ୍ଲାଟ୍ଫର୍ମରେ ପ୍ରି ବୁକିଂ କରିପାରିବେ। ଏପରିକି ରିଲାଏନ୍ସ ଡିଜିଟାଲ ଗ୍ରାହକଙ୍କ ଦ୍ୱାରା ପ୍ରାକ୍-ବୁକିଂ କରାଯାଇଥିବା ଠିକ୍ ଭାରିଆଣ୍ଟର ଡେଲିଭରି ଗ୍ୟାରେଣ୍ଟି ପ୍ଲାଟ୍ଫର୍ମ ପକ୍ଷରୁ ଦିଆଯାଇଛି। ଯଦି ରିଟେଲର ଏହି ପ୍ରତିଶ୍ରୁତି ପୂରଣ କରିବାରେ ଅସମର୍ଥ ହୁଅନ୍ତି, ତେବେ ପ୍ରାକ୍ ବୁକିଂ ରାଶିର ୨ଗୁଣା ଅର୍ଥ ଫେରସ୍ତ ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଉଛି। ଅପରପକ୍ଷରେ ଆଇଫୋନ୍-୧୬ ରେଞ୍ଜ ପାଇଁ ସବୁ ବର୍ଗର ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ବୋଲି ଉଭୟ ବ୍ରାଣ୍ଡ୍ ଓ ପ୍ଲାଟ୍ଫର୍ମ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଆଇଫୋନ୍-୧୬ରେଞ୍ଜର ପ୍ରାକ୍ ବୁକିଂ ରିଲାଏନ୍ସ ଡିଜିଟାଲ ପ୍ଲାଟ୍ଫର୍ମରେ ଆଶାତୀତ ଭାବେ ବୃଦ୍ଧି ପାଇଛି। ଏପରିକି ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ଲାଟ୍ଫର୍ମରେ ୨ ଗୁଣା ଅଧିକ ହୋଇଛି ବୋଲି ରିଲାଏନ୍ସ ଡିଜିଟାଲ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ସେହିଭଳି ବଜାର ଚାହିଦାରେ ଅତ୍ୟଧିକ ବୃଦ୍ଧି ସତ୍ତ୍ୱେ କମ୍ପାନୀ ତା’ର ପ୍ରାକ୍ ବୁକ୍ତି ପ୍ରତିଶ୍ରୁତି ପୂରଣ କରିବା ନେଇ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତି ରହିଛି। ଆଶାୟୀ ଗ୍ରାହକମାନେ ମଧ୍ୟ ରିଲାଏନ୍ସ ଡିଜିଟାଲ ଷ୍ଟୋରରୁ କିମ୍ବା ଅନ୍ଲାଇନ ପ୍ଲାଟ୍ଫର୍ମରେ ଆଇଫୋନ୍-୧୬ ରେଞ୍ଜର ମଡେଲ କିଣିବାକୁ ଅପେକ୍ଷାକରି ରହିଛନ୍ତି।
The post ରିଲାଏନ୍ସ ଡିଜିଟାଲରେ ଆଇଫୋନ୍ ୧୬ ରେଞ୍ଜ appeared first on Dharitri Odia News.