ଆକ୍ସନ୍‌ ମୋଡ୍‌ରେ ସରକାର: ଜମ୍ମୁରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସଫା କରିବାକୁ ମୁତୟନ ହେଲେ ୫୦୦ ପାରା କମାଣ୍ଡୋ

ନୂଆଦିଲ୍ଲୀ, ୨୦ା୭: ଜମ୍ମୁ ଅଞ୍ଚଳରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ଉଚ୍ଚ ପ୍ରଶିକ୍ଷିତ ପାକିସ୍ତାନୀ ଆତଙ୍କବାଦୀ ପ୍ରବେଶ କରିବା ପରେ ଗୁଇନ୍ଦା ରିପୋର୍ଟକୁ ଆଧାର କରି ଭାରତୀୟ ସେନା ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ଏହି ଅଞ୍ଚଳରେ ନିଜର ଉପସ୍ଥିତିକୁ ପରିବର୍ତନ କରିଛି। ପୁଣିଥରେ ଜମ୍ମୁ ଅଞ୍ଚଳରେ ଆତଙ୍କୀ କାର୍ଯ୍ୟକଳାପକୁ ବଢାଇବାକୁ ପ୍ରବେଶ କରିଥିବା ୫୦ରୁ ୫୫ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନା ପ୍ରାୟ ୫୦୦ ପାରା ସ୍ପେସିଆଲ କମାଣ୍ଡୋ ମୁତୟନ କରିଛି। ଗୁପ୍ତଚର ଏଜେନ୍ସିମାନେ […] The post ଆକ୍ସନ୍‌ ମୋଡ୍‌ରେ ସରକାର: ଜମ୍ମୁରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସଫା କରିବାକୁ ମୁତୟନ ହେଲେ ୫୦୦ ପାରା କମାଣ୍ଡୋ appeared first on Dharitri Odia News.

ଆକ୍ସନ୍‌ ମୋଡ୍‌ରେ ସରକାର: ଜମ୍ମୁରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସଫା କରିବାକୁ ମୁତୟନ ହେଲେ ୫୦୦ ପାରା କମାଣ୍ଡୋ

ନୂଆଦିଲ୍ଲୀ, ୨୦ା୭: ଜମ୍ମୁ ଅଞ୍ଚଳରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ଉଚ୍ଚ ପ୍ରଶିକ୍ଷିତ ପାକିସ୍ତାନୀ ଆତଙ୍କବାଦୀ ପ୍ରବେଶ କରିବା ପରେ ଗୁଇନ୍ଦା ରିପୋର୍ଟକୁ ଆଧାର କରି ଭାରତୀୟ ସେନା ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ଏହି ଅଞ୍ଚଳରେ ନିଜର ଉପସ୍ଥିତିକୁ ପରିବର୍ତନ କରିଛି।

ପୁଣିଥରେ ଜମ୍ମୁ ଅଞ୍ଚଳରେ ଆତଙ୍କୀ କାର୍ଯ୍ୟକଳାପକୁ ବଢାଇବାକୁ ପ୍ରବେଶ କରିଥିବା ୫୦ରୁ ୫୫ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନା ପ୍ରାୟ ୫୦୦ ପାରା ସ୍ପେସିଆଲ କମାଣ୍ଡୋ ମୁତୟନ କରିଛି।

ଗୁପ୍ତଚର ଏଜେନ୍ସିମାନେ ମଧ୍ୟ ଏହି ଅଞ୍ଚଳରେ ସେମାନଙ୍କର ଉପସ୍ଥିତିକୁ ବଢ଼ାଇ ଦେଇଛନ୍ତି ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ରହି ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ଖୋଜି ବାହାର କରିବା ସମେତ ଆତଙ୍କବାଦୀ ସହାୟତା ଭିତ୍ତିଭୂମିକୁ ମୂଳରୁ ନାଶ କରିବାକୁ କାର୍ଯ୍ୟ କରୁଛନ୍ତି।

ଏହା ସହିତ ପାକିସ୍ତାନର ଷଡ଼ଯନ୍ତ୍ରକୁ ପଣ୍ଡ କରିବା ପାଇଁ ସେନା ବର୍ତମାନ ସୁଦ୍ଧା ସମ୍ପୃକ୍ତ ଅଞ୍ଚଳକୁ ଗୋଟିଏ ବ୍ରିଗେଡ୍ ର ପ୍ରାୟ ୩,୫୦୦ ରୁ ୪୦୦୦ ସେନା ମୁତୟନ କରି ସାରିଛି। ତେବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଯୋଗାଯୋଗ ସରଞ୍ଜାମ ସହିତ ଅନୁପ୍ରବେଶ କରିଥିବା ଆତଙ୍କବାଦୀଙ୍କୁ ଖୋଜି ଖୋଜି ସଫା କରିବା ପାଇଁ ସେନାର ବରିଷ୍ଠ ଅଧିକାରୀମାନେ ଜମ୍ମୁରେ ଡେରା ପକାଇ ଯୋଜନା କରୁଛନ୍ତି।

ତେବେ ଜମ୍ମୁ ଅଞ୍ଚଳରେ ସେନା ପୂର୍ବରୁ ରୋମିଓ ଏବଂ ଡେଲଟା ବାହିନୀ ସମେତ ରାଷ୍ଟ୍ରିୟ ରାଇଫଲ୍ସର ଦୁଇଟି ଫୋର୍ସ ଏବଂ ଏହି ଅଞ୍ଚଳର ଅନ୍ୟ ନିୟମିତ ପଦାତିକ ବିଭାଗ ସହିତଆତଙ୍କବାଦୀ ବିରୋଧୀ ଅପରେଶନ ଚଳାଇଛନ୍ତି।

The post ଆକ୍ସନ୍‌ ମୋଡ୍‌ରେ ସରକାର: ଜମ୍ମୁରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସଫା କରିବାକୁ ମୁତୟନ ହେଲେ ୫୦୦ ପାରା କମାଣ୍ଡୋ appeared first on Dharitri Odia News.