ସିଏମଓରୁ ୪ ଅଫିସରଙ୍କୁ ହଟାଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ସେମାନେ କିଏ
ଭୁବନେଶ୍ୱର,୪।୭: ସିଏମଓରେ କାର୍ଯ୍ୟରତ ୪ ଅଫିସରଙ୍କୁ ଜିଏ ବିଭାଗକୁ ପଠାଯାଇଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ୪ ଅଫିସର ସିଏମଓରେ କାର୍ଯ୍ୟରତ ଥିଲେ। ସେମାନେ ହେଲେ ଲାଲା ମନୋଜ କୁମାର ରାୟ, ରବୀନ୍ଦ୍ର କୁମାର ସେଠୀ, ଶୁଭ୍ରାଂଶୁ ମିଶ୍ର ଏବଂ ମନୋଜ କୁମାର ସ୍ବାଇଁ ଜିଏକୁ ଫେରିଛନ୍ତି। ଏହି ୪ଜଣ ଅଫିସର ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ରହି ସୁପର ମିନିଷ୍ଟର ଭଳି କାର୍ଯ୍ୟ କରୁଥିଲେ ବୋଲି ପାୱାର […] The post ସିଏମଓରୁ ୪ ଅଫିସରଙ୍କୁ ହଟାଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ସେମାନେ କିଏ appeared first on Dharitri Odia News.
ଭୁବନେଶ୍ୱର,୪।୭: ସିଏମଓରେ କାର୍ଯ୍ୟରତ ୪ ଅଫିସରଙ୍କୁ ଜିଏ ବିଭାଗକୁ ପଠାଯାଇଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ୪ ଅଫିସର ସିଏମଓରେ କାର୍ଯ୍ୟରତ ଥିଲେ। ସେମାନେ ହେଲେ ଲାଲା ମନୋଜ କୁମାର ରାୟ, ରବୀନ୍ଦ୍ର କୁମାର ସେଠୀ, ଶୁଭ୍ରାଂଶୁ ମିଶ୍ର ଏବଂ ମନୋଜ କୁମାର ସ୍ବାଇଁ ଜିଏକୁ ଫେରିଛନ୍ତି।
ଏହି ୪ଜଣ ଅଫିସର ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ରହି ସୁପର ମିନିଷ୍ଟର ଭଳି କାର୍ଯ୍ୟ କରୁଥିଲେ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, ବରିଷ୍ଠ ଓଏଏସ ଲାଲା ମନୋଜ କୁମାର ରୟ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ରହି ସାଧାରଣ ପ୍ରଶାସନ, ସମବାୟ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଅର୍ଥ ବିଭାଗର ଫାଇଲ ଦେଖୁଥିଲେ। ସେହିପରି ଓଏଏସ ଶୁଭ୍ରାଂଶୁ ମିଶ୍ରଙ୍କ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ଶ୍ରମ ଓ ଇଏସଆଇ, ଅନୁସୂଚିତ ଜାତି-ଜନଜାତି କଲ୍ୟାଣ, ବାଣିଜ୍ୟ ଓ ପରିବହନ ବିଭାଗ ଦାୟିତ୍ୱରେ ରହିଥିଲେ।
ସେହିପରି ଓଏଏସ ମନୋଜ କୁମାର ସ୍ବାଇଁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ଯୋଜନା ଓ ସଂଯୋଜନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ହସ୍ତତନ୍ତ ଓ ବୟନଶିଳ୍ପ, ଓ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ୱରେ ରହିଥିଲେ।
The post ସିଏମଓରୁ ୪ ଅଫିସରଙ୍କୁ ହଟାଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ସେମାନେ କିଏ appeared first on Dharitri Odia News.