ନାବାଳିକାକୁ ଗଣଦୁଷ୍କର୍ମ ମାମଲା, ଚାରି ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ
ଯାଜପୁର ଟାଉନ: ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜ଼ିଲ୍ଲା ଦୌରା ଜଜ ତଥା ଅତିରିକ୍ତ ସ୍ୱତନ୍ତ୍ର ପୋକ୍ସୋ ଜଜ । ୨୦୨୧ ମସିହା କାଳିଆପାଣି ଥାନା ଅଞ୍ଚଳର ୧୭ ବର୍ଷୀୟ କଲେଜ ପଢୁଆ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ପୀଡିତା ତାଙ୍କ ପୁରୁଷ ବଂଧୁଙ୍କ ସହ କଳିଙ୍ଗ ନଗର, କାଳିଆପାଣି, ସୁକିନ୍ଦା ଆଦି ବିଭିନ୍ନ ଅଞ୍ଚଳରେ ବୁଲାବୁଲି କରି ଫେରିବା ପାଇଁ ରାତିରେ ବସ […] The post ନାବାଳିକାକୁ ଗଣଦୁଷ୍କର୍ମ ମାମଲା, ଚାରି ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ appeared first on KNews Odisha.

ଯାଜପୁର ଟାଉନ: ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜ଼ିଲ୍ଲା ଦୌରା ଜଜ ତଥା ଅତିରିକ୍ତ ସ୍ୱତନ୍ତ୍ର ପୋକ୍ସୋ ଜଜ । ୨୦୨୧ ମସିହା କାଳିଆପାଣି ଥାନା ଅଞ୍ଚଳର ୧୭ ବର୍ଷୀୟ କଲେଜ ପଢୁଆ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ପୀଡିତା ତାଙ୍କ ପୁରୁଷ ବଂଧୁଙ୍କ ସହ କଳିଙ୍ଗ ନଗର, କାଳିଆପାଣି, ସୁକିନ୍ଦା ଆଦି ବିଭିନ୍ନ ଅଞ୍ଚଳରେ ବୁଲାବୁଲି କରି ଫେରିବା ପାଇଁ ରାତିରେ ବସ ନମିଳିବାରୁ ଟାଟା ମାଇନ୍ସ କଲୋନୀର ଜଣେ ବାନ୍ଧବୀଙ୍କ ଘରେ ଆଶ୍ରୟ ନେବାକୁ ଯିବା ସମୟରେ ଜଙ୍ଗଲ ରାସ୍ତାରେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ ।
ସେହି ସମୟରେ ଯୁବତୀ ଜଣଙ୍କ କୌଶଳକ୍ରମେ ଖସି ଯାଇ ସ୍ଥାନୀୟ ଅଞ୍ଚଳରେ ଜଣେ ମହିଳାଙ୍କ ଘରକୁ ଯାଇ ସାହାଯ୍ୟ ଭିକ୍ଷା କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକା ଓ ପୁରୁଷ ବନ୍ଧୁଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାର ଶୁଣାଣି କରି ୨୨ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଚାରି ଜଣ ଅଭିଯକ୍ତ ସନ୍ତୋଷ ପୃଷ୍ଟି, ଉମେଶ ମହନ୍ତ, ରବି ନାୟକ, ସତ୍ୟବ୍ରତ ବେହେରାଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ସହ ୧ଲକ୍ଷ ଲେଖାଏଁ ମୋଟ ଚାରି ଲକ୍ଷ ଜରିମାନା ରାୟ ଶୁାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ଵତନ୍ତ୍ର ପୋକ୍ସୋ ଜଜ ଅଭିଜିତ ପଲାଇ । ଏଥି ସହିତ ଅନାଦେୟ ୬ ମାସ ଅଧିକ କାରାଦଣ୍ଡାଦେଶ ସହ ପୀଡିତାଙ୍କୁ ୬ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଥିଲେ l
The post ନାବାଳିକାକୁ ଗଣଦୁଷ୍କର୍ମ ମାମଲା, ଚାରି ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ appeared first on KNews Odisha.