ୱାଲଟିୟର ଡିଆରଏମ୍ଙ୍କ ପାରଳାଖେମୁଣ୍ଡି ଗସ୍ତ
ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଚ୍ଛା): ୱାଲଟିୟର ଡିଆରଏମ ବୁଧବାର ପାରଳାଖେମୁଣ୍ଡି ଗସ୍ତରେ ଆସି ପାରଳାଖେମୁଣ୍ଡି ରେଳ ଷ୍ଟେଶନର ସମୀକ୍ଷା କରିଛନ୍ତି। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମୃତ ଭାରତ ଯୋଜନା ମାଧ୍ୟମରେ ପାରଳାଖେମୁଣ୍ଡି ରେଳ ଷ୍ଟେଶନକୁ ଏକ ଅତ୍ୟାଧୁନିକ ଷ୍ଟେଶନ କରିବା ସହ ସମସ୍ତ ପ୍ରକାର ସୁିଧା ସୁଯୋଗ ଯୋଗାଇଦେବା ପାଇଁ କାର୍ଯ୍ୟ ଜାରି ରହିଛି। ଏହି କାର୍ଯ୍ୟକୁ ଅନୁଧ୍ୟାନ କରିବା ପାଇଁ ପାରଳାଖେମୁଣ୍ଡି ଗସ୍ତରେ ଆସିଥିଲେ ନୂତନ ଭାବେ ୱାଲଟିୟର ଡିଭିଜନ ଦ୍ବାୟିତ୍ୱ ନେଇଥିବା ଡିଆରଏମ୍ ଲଳିତ ବୋରା। […] The post ୱାଲଟିୟର ଡିଆରଏମ୍ଙ୍କ ପାରଳାଖେମୁଣ୍ଡି ଗସ୍ତ appeared first on Dharitri Odia News.
ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଚ୍ଛା): ୱାଲଟିୟର ଡିଆରଏମ ବୁଧବାର ପାରଳାଖେମୁଣ୍ଡି ଗସ୍ତରେ ଆସି ପାରଳାଖେମୁଣ୍ଡି ରେଳ ଷ୍ଟେଶନର ସମୀକ୍ଷା କରିଛନ୍ତି। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମୃତ ଭାରତ ଯୋଜନା ମାଧ୍ୟମରେ ପାରଳାଖେମୁଣ୍ଡି ରେଳ ଷ୍ଟେଶନକୁ ଏକ ଅତ୍ୟାଧୁନିକ ଷ୍ଟେଶନ କରିବା ସହ ସମସ୍ତ ପ୍ରକାର ସୁିଧା ସୁଯୋଗ ଯୋଗାଇଦେବା ପାଇଁ କାର୍ଯ୍ୟ ଜାରି ରହିଛି। ଏହି କାର୍ଯ୍ୟକୁ ଅନୁଧ୍ୟାନ କରିବା ପାଇଁ ପାରଳାଖେମୁଣ୍ଡି ଗସ୍ତରେ ଆସିଥିଲେ ନୂତନ ଭାବେ ୱାଲଟିୟର ଡିଭିଜନ ଦ୍ବାୟିତ୍ୱ ନେଇଥିବା ଡିଆରଏମ୍ ଲଳିତ ବୋରା। ସେ ମଧ୍ୟାହ୍ନରେ ନୌପଡ଼ା ଠାରୁ ପାରଳାଖେମୁଣ୍ଡି ଲାଇନର ପରିଦର୍ଶନ କରିବା ସହ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାରଳାଖେମୁଣ୍ଡି ଷ୍ଟେସନରେ ପହଞ୍ଚିବାପରେ ସବୁ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ। ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଷ୍ଟେଶନରେ ସିସି ଟିଭି ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ସ୍ଥାନୀୟ ଲୋକଙ୍କ ଦାବି ଅନଯାୟୀ ଷ୍ଟେଶନ ପରିସରରେ ମହାରାଜାଙ୍କ ପ୍ରତିମୂର୍ତ୍ତି ରଖିବା ସମ୍ପର୍କରେ ଉତ୍ତର ରଖି ଡିଆରଏମ୍ କହିଛନ୍ତି ଯେ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିସରରେ ମହାରାଜାଙ୍କ ପ୍ରତିମୃର୍ତ୍ତି ବସାଇବା ଦାବି ସମ୍ପର୍କରେ ସେ ବର୍ତ୍ତମାନ କୌଣସି ଟିପଣି ଦେଇ ପାରିବେ ନାହଁ କମିଟିର ଆଲୋଚନା ଅନୁଯାୟୀ ପଦକକ୍ଷେପ ନିଆଯିବ। ଏହା ସହ ଗୁଣୁପୁରୁ ଠାରୁ ନୈପଡ଼ା ରେଳ ଲାଇନରେ ବେଗ ବଢ଼ାଇବା କାର୍ଯ୍ୟ ଚାଲୁରହିଥିଲେ ମଧ୍ୟ ସିଏସ୍ଆର ଟିମ୍ ଅନୁଧ୍ୟାନ ପରେ ଯାହା କାର୍ଯ୍ୟକାରୀ ହେବ। ହାଇଦ୍ରାବାଦ ଠାରୁ ବିଶାଖାପାଟଣା ଯାତାୟାତ କରୁଥିବା ଏକ୍ସପ୍ରେସ ଟ୍ରେନକୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସମ୍ପ୍ରସାରଣ ସମ୍ପର୍କରେ ସେ କହିଥିଲେ କି ବ୍ୟବସାୟୀକ ଦୃଷ୍ଟି କୋଣ ଏବଂ ସମୟ ସମାନୁକ୍ରମେ ଏହା
ଉପରେ ନିଷ୍ପତ୍ତି ନିଆଯିବ।
The post ୱାଲଟିୟର ଡିଆରଏମ୍ଙ୍କ ପାରଳାଖେମୁଣ୍ଡି ଗସ୍ତ appeared first on Dharitri Odia News.