ଏହି ଦିନ ନାମାଙ୍କନ ଭରିବେ ପ୍ରିୟଙ୍କା:ମା’-ଭାଇ ରହିବେ ଉପସ୍ଥିତ

ନୂଆଦିଲ୍ଲୀ,୨୧ା୧୦: ଓ୍ବାୟନାଡ୍‌ ଲୋକ ସଭା ଆସନ ନିମନ୍ତେ ଉପନିର୍ବାଚନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ନାମାଙ୍କନ ପତ୍ର ଦାଖଲ କରିବେ। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ। ନାମାଙ୍କନ ଦାଖଲ ପୂର୍ବରୁ ରାହୁଲ ଓ ପ୍ରିୟଙ୍କା ପୂର୍ବାହ୍ନ ୧୧ଟାରେ କାଲପେଟ୍ଟା ନ୍ୟୁ ବସ୍‌ ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବେ। ଓ୍ବାୟନାଡ୍‌ ପାଇଁ ପ୍ରିୟଙ୍କାଙ୍କୁ […] The post ଏହି ଦିନ ନାମାଙ୍କନ ଭରିବେ ପ୍ରିୟଙ୍କା:ମା’-ଭାଇ ରହିବେ ଉପସ୍ଥିତ appeared first on Dharitri Odia News.

ଏହି ଦିନ ନାମାଙ୍କନ ଭରିବେ ପ୍ରିୟଙ୍କା:ମା’-ଭାଇ ରହିବେ ଉପସ୍ଥିତ

ନୂଆଦିଲ୍ଲୀ,୨୧ା୧୦: ଓ୍ବାୟନାଡ୍‌ ଲୋକ ସଭା ଆସନ ନିମନ୍ତେ ଉପନିର୍ବାଚନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ନାମାଙ୍କନ ପତ୍ର ଦାଖଲ କରିବେ। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ। ନାମାଙ୍କନ ଦାଖଲ ପୂର୍ବରୁ ରାହୁଲ ଓ ପ୍ରିୟଙ୍କା ପୂର୍ବାହ୍ନ ୧୧ଟାରେ କାଲପେଟ୍ଟା ନ୍ୟୁ ବସ୍‌ ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବେ। ଓ୍ବାୟନାଡ୍‌ ପାଇଁ ପ୍ରିୟଙ୍କାଙ୍କୁ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ୟୁଡିଏଫ୍‌) ପ୍ରାର୍ଥୀ କରାଯାଇଛି। ସକ୍ରିୟ ରାଜନୀତିରେ ଯୋଗଦେବାର ୫ ବର୍ଷ ପରେ ପ୍ରିୟଙ୍କା ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଗତ ଏପ୍ରିଲ-ମେ’ରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ରାହୁଲ ଓ୍ବାୟନାଡ୍‌ ଏବଂ ରାଏବରେଲି ଆସନରୁ ଜିତିଥିଲେ। ସେ ରାଏବରେଲିକୁ ରଖି ଓ୍ବାୟନାଡ୍‌ ଆସନ ଛାଡ଼ିଦେବାରୁ ସେଠାରେ ଉପନିର୍ବାଚନ ଆବଶ୍ୟକ ପଡ଼ିଥିଲା।

The post ଏହି ଦିନ ନାମାଙ୍କନ ଭରିବେ ପ୍ରିୟଙ୍କା:ମା’-ଭାଇ ରହିବେ ଉପସ୍ଥିତ appeared first on Dharitri Odia News.