ଆଜିଠାରୁ ଚିଲିକାରେ ଚାଲିଛି ଡ଼ଲଫିନ ଗଣନା

ଭୁବନେଶ୍ୱର : ଆଜି ସକାଳୁ ଚିଲିକାରେ ଆରମ୍ଭ ହୋଇଛି ଡ଼ଲଫିନ ଗଣନା I କେନ୍ଦ୍ରପଡା ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ମଧ୍ୟାହ୍ନ ୧୨ଟା ଯାଏଁ ଗଣନା ଜାରିରହିବ । ଏହି ଗଣନା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା । ସିଡିଏ ଏବଂ ବନବିଭାଗର ମିଳିତ ଅନୁକୁଲ୍ୟରେ ହେଉଛି ଗଣନା। ୨ଟି ରେଞ୍ଜରେ ୧୮ଟି ଟିମ୍ ଡଲଫିନ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଜିପିଏସ […]

ଆଜିଠାରୁ ଚିଲିକାରେ ଚାଲିଛି ଡ଼ଲଫିନ ଗଣନା
ଆଜିଠାରୁ ଚିଲିକାରେ ଚାଲିଛି ଡ଼ଲଫିନ ଗଣନା

ଭୁବନେଶ୍ୱର : ଆଜି ସକାଳୁ ଚିଲିକାରେ ଆରମ୍ଭ ହୋଇଛି ଡ଼ଲଫିନ ଗଣନା I କେନ୍ଦ୍ରପଡା ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ମଧ୍ୟାହ୍ନ ୧୨ଟା ଯାଏଁ ଗଣନା ଜାରିରହିବ । ଏହି ଗଣନା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା । ସିଡିଏ ଏବଂ ବନବିଭାଗର ମିଳିତ ଅନୁକୁଲ୍ୟରେ ହେଉଛି ଗଣନା। ୨ଟି ରେଞ୍ଜରେ ୧୮ଟି ଟିମ୍ ଡଲଫିନ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଜିପିଏସ ସିଷ୍ଟମ ଓ ବାଇନା କୁଲାର ମାଧ୍ୟ୍ୟମରେ ଡଲଫିନ୍ ଗଣନା କରାଯାଉଛି। ତେବେ ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ , ସିଡ଼ିଏର କର୍ମଚାରି, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଏବଂ ସ୍ବେଚ୍ଛାସେବୀ ଆଦି ସାମିଲ ହେବେ ବୋଲି ଜଣାପଡିଛି। ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର, ଭିତରକନିକା କ୍ରିକ୍ ଓ ନଗୀରେ ଏହି ଗଣନା ହେବ । ତେବେ ଯଦି କୋହଲା ପାଗ ରହିବ ତେବେ ୨୧,୨୨ ଏବଂ ୨୩ ତାରିଖ ମଧ୍ୟରେ ଡଲଫିନ ଗଣନା ଶେଷ ହେବ ବୋଲି ଡ଼ିଏଫଓ କହିଛନ୍ତି।