Subhadra yojana: ମହିଳାଙ୍କ ପରେ ଛାତ୍ରୀଛାତ୍ରଙ୍କୁ ପାଇଁ ବଡ଼ ସୁଯୋଗ, ପ୍ରତି ପଞ୍ଚାୟତରେ ହେବ…
ଭୁବନେଶ୍ୱର,୧୩।୯: ରାଜ୍ୟରେ କୋଣ ଅନୁକୋଣରେ ବଢି ଚାଲିଛି ସୁଭଦ୍ରା ପାଇଁ ଉତ୍ସାହ। ତେବେ ୧୧ ତାରିଖ ଅର୍ଥାତ୍ ବୁଧବାର ସୁଦ୍ଧା ରାଜ୍ୟରେ ୪୫ ଲକ୍ଷ ଆବେଦନକାରୀ ପଞ୍ଜିକରଣ କରିଛନ୍ତି। ଏନେଇ ଘରେଘରେ ସୁଭଦ୍ରା ବାବଦରେ କଲେଜର ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଭାର ପ୍ରତିଯୋଗିତା କରାଯିବ। ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଆରମ୍ଭ ହେବ ‘ସୁଭଦ୍ରା ସ୍ବାଗତ ସପ୍ତାହ’। ତେବେ ଯୋଜନା ସମ୍ବନ୍ଧୀୟ ଜନସଚେତନତା ସୃଷ୍ଟି କରାଯିବାକୁ ସପ୍ତାହେ ଯାଏଁ ପ୍ରତି ବ୍ଲକ ଓ ପଞ୍ଚାୟତରେ ସୁଭଦ୍ରା ସ୍ବାଗତ […] The post Subhadra yojana: ମହିଳାଙ୍କ ପରେ ଛାତ୍ରୀଛାତ୍ରଙ୍କୁ ପାଇଁ ବଡ଼ ସୁଯୋଗ, ପ୍ରତି ପଞ୍ଚାୟତରେ ହେବ… appeared first on Dharitri Odia News.
ଭୁବନେଶ୍ୱର,୧୩।୯: ରାଜ୍ୟରେ କୋଣ ଅନୁକୋଣରେ ବଢି ଚାଲିଛି ସୁଭଦ୍ରା ପାଇଁ ଉତ୍ସାହ। ତେବେ ୧୧ ତାରିଖ ଅର୍ଥାତ୍ ବୁଧବାର ସୁଦ୍ଧା ରାଜ୍ୟରେ ୪୫ ଲକ୍ଷ ଆବେଦନକାରୀ ପଞ୍ଜିକରଣ କରିଛନ୍ତି। ଏନେଇ ଘରେଘରେ ସୁଭଦ୍ରା ବାବଦରେ କଲେଜର ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଭାର ପ୍ରତିଯୋଗିତା କରାଯିବ। ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଆରମ୍ଭ ହେବ ‘ସୁଭଦ୍ରା ସ୍ବାଗତ ସପ୍ତାହ’।
ତେବେ ଯୋଜନା ସମ୍ବନ୍ଧୀୟ ଜନସଚେତନତା ସୃଷ୍ଟି କରାଯିବାକୁ ସପ୍ତାହେ ଯାଏଁ ପ୍ରତି ବ୍ଲକ ଓ ପଞ୍ଚାୟତରେ ସୁଭଦ୍ରା ସ୍ବାଗତ ସପ୍ତାହ ଅନୁଷ୍ଠିତ ହେବ। ପ୍ରତି ଗ୍ରାମ ପଞ୍ଚାୟତରେ ପଥପ୍ରାନ୍ତ ନାଟକ ସମେତ ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା ମାଧ୍ୟମରେ ସଚେତନ କରାଯିବ। ପ୍ରତି ଅଞ୍ଚଳରେ ସଫଳ ମହିଳାଙ୍କୁ ‘ସୁଭଦ୍ରା ଅପା’ର ଆଖ୍ୟା ଦିଆଯିବା ସହ ସଫଳ ମହିଳାଙ୍କ କାହାଣୀକୁ ‘ମୋ ସୁଭଦ୍ରା ଷ୍ଟୋରୀ’ ଭାବେ ପ୍ରତିଷ୍ଠିତ କରାଯିବ।
ଏହି ଯୋଜନାକୁ ସୁଦୂରପ୍ରସାରୀ କରିବା ନିମନ୍ତେ ଘରେ ଘରେ ସୁଭଦ୍ରା ବିଷୟବସ୍ତୁ ଉପରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ବକୃତା, ରଙ୍ଗୋଲୀ ଓ ଫଟୋଗ୍ରାଫି ଆଦିର ପ୍ରତିଯୋଗିତା ଅନୁଷ୍ଠିତ ହେବ।
The post Subhadra yojana: ମହିଳାଙ୍କ ପରେ ଛାତ୍ରୀଛାତ୍ରଙ୍କୁ ପାଇଁ ବଡ଼ ସୁଯୋଗ, ପ୍ରତି ପଞ୍ଚାୟତରେ ହେବ… appeared first on Dharitri Odia News.