Champions Trophy 2025: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଦଳରୁ ବାହାରିଲେ ଘାତକ ବୋଲର
ନୂଆଦିଲ୍ଲୀ,୧୮।୨: ନିକଟରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପରାସ୍ତ କରି ବିଜୟୀ ହୋଇଥିଲା। ସେହିପରି ଏବେ ମିଚେଲ ସାଣ୍ଟନରଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଏବେ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଉପରେ ନଜର ରଖିଛି। କିନ୍ତୁ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରକୃତରେ, ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଲକି ଫର୍ଗୁସନ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛନ୍ତି। ଚାମ୍ପିଅନ୍ସ ଟ୍ରଫିରୁ ଲକି ଫର୍ଗୁସନଙ୍କ ବାଦ୍ ପଡ଼ିବା ଦଳ ପାଇଁ ଏକ ବଡ଼ ଧକ୍କା ବୋଲି ବିବେଚନା […] The post Champions Trophy 2025: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଦଳରୁ ବାହାରିଲେ ଘାତକ ବୋଲର appeared first on Dharitri Odia News.
ନୂଆଦିଲ୍ଲୀ,୧୮।୨: ନିକଟରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପରାସ୍ତ କରି ବିଜୟୀ ହୋଇଥିଲା। ସେହିପରି ଏବେ ମିଚେଲ ସାଣ୍ଟନରଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଏବେ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଉପରେ ନଜର ରଖିଛି। କିନ୍ତୁ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରକୃତରେ, ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଲକି ଫର୍ଗୁସନ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛନ୍ତି। ଚାମ୍ପିଅନ୍ସ ଟ୍ରଫିରୁ ଲକି ଫର୍ଗୁସନଙ୍କ ବାଦ୍ ପଡ଼ିବା ଦଳ ପାଇଁ ଏକ ବଡ଼ ଧକ୍କା ବୋଲି ବିବେଚନା କରାଯାଉଛି। ହେଲେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଲକି ଫର୍ଗୁସନଙ୍କ ରିପେ୍ଲସମେଣ୍ଟ ଘୋଷଣା କରିଛି। ଫର୍ଗୁସନଙ୍କ ସ୍ଥାନରେ କାଇଲି ଜାମିସନଙ୍କୁ କିୱି ଦଳରେ ସାମିଲ କରାଯାଇଛି।
ଫର୍ଗୁସନ ତାଙ୍କର ଦ୍ରୁତ ଗତି ଏବଂ ଉଇକେଟ୍ ନେବା କ୍ଷମତା ପାଇଁ ଜଣାଶୁଣା। କିନ୍ତୁ ଏବେ ନ୍ୟୁଜିଲ୍ୟାଣ୍ଡ ଚାମ୍ପିଅନ୍ସ ଟ୍ରଫିରେ ଫର୍ଗୁସନଙ୍କୁ କମି ଅନୁଭବ କରିପାରେ। ତେବେ ଫର୍ଗୁସନଙ୍କ ରିପେ୍ଲସମେଣ୍ଟ କାଇଲି ଜାମିସନ କିପରି ପ୍ରଦର୍ଶନ କରନ୍ତି ତାହା ଦେଖିବା ଆକର୍ଷଣୀୟ ହେବ।
ଆପଣଙ୍କୁ କହି ରଖୁଛୁ ଯେ, ୬୫ଟି ଦିନିକିଆ ବ୍ୟତୀତ ି ଫର୍ଗୁସନ ୪୩ଟି ଟି-୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ପ୍ରତିନିଧିତ୍ୱ କରିଛନ୍ତି। ଏହା ବ୍ୟତୀତ ଫର୍ଗୁସନ କିୱି ଦଳ ପାଇଁ ଗୋଟିଏ ଟେଷ୍ଟ ଖେଳିଛନ୍ତି। ଫର୍ଗୁସନ ଦିନିକିଆ ଫର୍ମାଟରେ ୩୧.୫୬ ହାରାହାରି, ଷ୍ଟ୍ରାଇକ ରେଟ ୩୩.୩୩ ଏବଂ ୫୬୮ ଇକୋନୋମିରେ ୯୯ଟି ଉଇକେଟ୍ ନେଇଛନ୍ତି।
The post Champions Trophy 2025: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଦଳରୁ ବାହାରିଲେ ଘାତକ ବୋଲର appeared first on Dharitri Odia News.