ହରିୟାଣା ପୁଲିସ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା
ଚଣ୍ଡୀଗଡ଼: ହରିୟାଣା ପୁଲିସର ଜଣେ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର (ଏଏସ୍ଆଇ) କରନାଲସ୍ଥିତ ନିଜ ଘର ବାହାରେ ବୁଲୁଥିବା ବେଳେ ଦୁଇ ଜଣ ବାଇକ୍ ଆରୋହୀ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ନିହତ ବ୍ୟକ୍ତି ଯମୁନାନଗର ଜିଲ୍ଲା ରାଜ୍ୟ କ୍ରାଇମବ୍ରାଞ୍ଚରେ କାର୍ଯ୍ୟରତ ସଞ୍ଜୀବ ବୋଲି ଜଣାପଡ଼ିଛି। ମଙ୍ଗଳବାର ରାତିରେ କରନାଲର କୁଟେଲ ଗାଁରେ ଏହି ଘଟଣା ଘଟିଛି। ନିକଟରେ ସଞ୍ଜୀବଙ୍କର ଏକ ଅସ୍ତ୍ରୋପଚାର ହୋଇଥିଲା, ଯେଉଁଥିପାଇଁ ସେ ଶୀଘ୍ର ଘରକୁ ଫେରୁଥିଲେ ଓ ସନ୍ଧ୍ୟାରେ ବୁଲିବାକୁ ଯାଉଥିଲେ। ସଞ୍ଜୀବଙ୍କ […]

ଚଣ୍ଡୀଗଡ଼: ହରିୟାଣା ପୁଲିସର ଜଣେ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର (ଏଏସ୍ଆଇ) କରନାଲସ୍ଥିତ ନିଜ ଘର ବାହାରେ ବୁଲୁଥିବା ବେଳେ ଦୁଇ ଜଣ ବାଇକ୍ ଆରୋହୀ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ନିହତ ବ୍ୟକ୍ତି ଯମୁନାନଗର ଜିଲ୍ଲା ରାଜ୍ୟ କ୍ରାଇମବ୍ରାଞ୍ଚରେ କାର୍ଯ୍ୟରତ ସଞ୍ଜୀବ ବୋଲି ଜଣାପଡ଼ିଛି। ମଙ୍ଗଳବାର ରାତିରେ କରନାଲର କୁଟେଲ ଗାଁରେ ଏହି ଘଟଣା ଘଟିଛି। ନିକଟରେ ସଞ୍ଜୀବଙ୍କର ଏକ ଅସ୍ତ୍ରୋପଚାର ହୋଇଥିଲା, ଯେଉଁଥିପାଇଁ ସେ ଶୀଘ୍ର ଘରକୁ ଫେରୁଥିଲେ ଓ ସନ୍ଧ୍ୟାରେ ବୁଲିବାକୁ ଯାଉଥିଲେ।
ସଞ୍ଜୀବଙ୍କ ଉପରକୁ ୨ ରାଉଣ୍ଡ ଗୁଳି ମାଡ଼ ହୋଇଥିବା ବେଳେ ଗୋଟିଏ ଗୁଳି ତାଙ୍କ ମୁଣ୍ଡରେ ଓ ଅନ୍ୟଟି ଅଣ୍ଟାରେ ବାଜିଥିଲା। ଘଟଣା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସଞ୍ଜୀବଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।