ଜମି ବିବାଦ,ମାଟି ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି : ମାଟି ତଳୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ I ତାଙ୍କ ନାଁ ଧୁବଲ ରଣା I କଣ୍ଟାବାଞ୍ଜି ଥାନା ରଜାମରା ଗାଁରେ ଧୁବଲଙ୍କ ଘର । ସେ ଗତ ୨୧ ତାରିଖରୁ ନିଖୋଜ ଥିଲେ I ଏନେଇ ପରିବାର ଲୋକ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଜୋରଦାର କରିଥିଲା I ତଦନ୍ତ ସମୟରେ ମୁରିବାହାଲ ଥାନା ସାହାଜପାଣି ଗାଁରେ ଏକ ମାଟି କାମ ହେଉଥିବା ମହାବନ୍ଦ ପାଖ […]

ଜମି ବିବାଦ,ମାଟି ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ଜମି ବିବାଦ,ମାଟି ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି : ମାଟି ତଳୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ I ତାଙ୍କ ନାଁ ଧୁବଲ ରଣା I କଣ୍ଟାବାଞ୍ଜି ଥାନା ରଜାମରା ଗାଁରେ ଧୁବଲଙ୍କ ଘର । ସେ ଗତ ୨୧ ତାରିଖରୁ ନିଖୋଜ ଥିଲେ I ଏନେଇ ପରିବାର ଲୋକ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଜୋରଦାର କରିଥିଲା I ତଦନ୍ତ ସମୟରେ ମୁରିବାହାଲ ଥାନା ସାହାଜପାଣି ଗାଁରେ ଏକ ମାଟି କାମ ହେଉଥିବା ମହାବନ୍ଦ ପାଖ ଗାର୍ଡ଼ୱାଲ ମାଟି ତଳୁ ଅଖାରେ ଭର୍ତି ହୋଇଥିବା ଏକ ଶବ ପୋଲିସ ଉଦ୍ଧାର କରିଥିଲା। ଯାହାକି ନିଖୋଜ ବୃଦ୍ଧଙ୍କ ବୋଲି ଜଣାପଡିଥିଲା। ତେବେ ଧୁବଲଙ୍କ ହତ୍ୟାକାଣ୍ଡକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ ତଥ୍ୟ ମିଳିପାରି ନାହିଁ I ତେବେ ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି I ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ସେହି ଗାଁର ପରମେଶ୍ଵର ମାହାକୁଡଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରିବା ପରେ ଗିରଫ କରିଥିବା ଜଣାପଡିଛି।