୬ ବର୍ଷ ପରେ ପୁଣି ଇଶାନ-ଜାହ୍ନବୀ ଏକାଠି,ପରଦାରେ ଦେଖିବାକୁ ମିଳିବ ଦମ୍‌ଦାର କେମେଷ୍ଟ୍ରି

ମୁମ୍ଵାଇ ୨୩।୦୯: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କର ତେଲଗୁ  ଡେବ୍ୟୁ ‘ଦେବରା ପାର୍ଟ-୧’ ଲାଗି ସଜବାଜ  ହେଉଛନ୍ତି । ଫିଲ୍ମଟି ଆସନ୍ତା ୨୭ ତାରିଖରେ  ରିଲିଜ୍‌ ହେବ । ସେଥିରେ ତାଙ୍କ ସହିତ ଜୁନିଅର  ଏନ୍‌ଟିଆର୍‌, ସୈଫ୍‌ ଅଲ୍ଲୀ ଖାନ୍‌ ଓ ପ୍ରକାଶ ରାଜ ପ୍ରମୁଖ  ନଜର ଆସିବେ । ‘ଦେବରା ପାର୍ଟ-୧’ ବ୍ୟତୀତ ଜାହ୍ନବୀ  ଇଶାନ୍‌ ଖଟ୍ଟରଙ୍କ ଆଗାମୀ ଫିଲ୍ମରେ ଏକ କ୍ଷୁଦ୍ର ଭୂମିକାରେ ନଜର  ଆସିବେ ବୋଲି ଖବର ସାମ୍ନାକୁ ଆସିଛି । ସେହି ଫିଲ୍ମକୁ ନୀରଜ   ଘେୱାନ୍‌ ନିର୍ଦ୍ଦେଶନା ଦେବେ । ରିପୋର୍ଟ ଅନୁସାରେ, ଜାହ୍ନବୀ ଏହି  ଭୂମିକା ଲାଗି ସେତେ ଉତ୍ସାହିତ ନଥିଲେ ।  ତେବେ ପ୍ରଯୋଜନ କରନ୍‌ ଜୋହର  ଓ ନୀରଜ ଘେୱାନ୍‌ ତାଙ୍କୁ ଅଫର୍‌  ଦେବା ପରେ ଉଭୟଙ୍କ ପ୍ରତି ଥିବା  ସମ୍ମାନ ବଶତଃ ସେ ଅଫର୍‌କୁ  ଗ୍ରହଣ କରିଛନ୍ତି । ଜାହ୍ନବୀ  ତାଙ୍କର ବ୍ୟସ୍ତବହୁଳ ସିଡ୍ୟୁଲ  ମଧ୍ୟରୁ ୧୦ ଦିନ ବାହାର କରି  ସେଥିଲାଗି ସୁଟିଂ କରିବେ ବୋଲି  ଜଣାପଡି଼ଛି । ଫିଲ୍ମଟି ଆସନ୍ତାବର୍ଷ  ଶେଷ ଆଡ଼କୁ ମୁକ୍ତିଲାଭ କରିପାରେ ।  ଇଶାନ୍‌ଙ୍କ ବ୍ୟତୀତ ସେଥିରେ ଆଉ  ଜଣେ ଅଭିନେତାଙ୍କୁ ପ୍ରମୁଖ ଭୂମିକାରେ  ଦେଖିବାକୁ ମିଳିବ । ସେଥିଲାଗି ଜଣେ  ନବାଗତଙ୍କ ସହିତ ଆଲୋଚନା ଚାଲିଛି । ୱାର୍କଫ୍ରଣ୍ଟ  କଥା କହିବାକୁ ଗଲେ ଜାହ୍ନବୀଙ୍କୁ ଆଗକୁ ‘ସନି  ସଂସ୍କାରୀ କୀ ତୁଲସୀ କୁମାରୀ’ରେ ମଧ୍ୟ  ଦେଖିବାକୁ ମିଳିବ । ସେଥିରେ ତାଙ୍କ  ସହିତ ଅଭିନେତା ବରୁଣ ଧୱନ

୬ ବର୍ଷ ପରେ ପୁଣି ଇଶାନ-ଜାହ୍ନବୀ ଏକାଠି,ପରଦାରେ ଦେଖିବାକୁ ମିଳିବ ଦମ୍‌ଦାର କେମେଷ୍ଟ୍ରି

ମୁମ୍ଵାଇ ୨୩।୦୯: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କର ତେଲଗୁ  ଡେବ୍ୟୁ ‘ଦେବରା ପାର୍ଟ-୧’ ଲାଗି ସଜବାଜ  ହେଉଛନ୍ତି । ଫିଲ୍ମଟି ଆସନ୍ତା ୨୭ ତାରିଖରେ  ରିଲିଜ୍‌ ହେବ । ସେଥିରେ ତାଙ୍କ ସହିତ ଜୁନିଅର  ଏନ୍‌ଟିଆର୍‌, ସୈଫ୍‌ ଅଲ୍ଲୀ ଖାନ୍‌ ଓ ପ୍ରକାଶ ରାଜ ପ୍ରମୁଖ  ନଜର ଆସିବେ । ‘ଦେବରା ପାର୍ଟ-୧’ ବ୍ୟତୀତ ଜାହ୍ନବୀ  ଇଶାନ୍‌ ଖଟ୍ଟରଙ୍କ ଆଗାମୀ ଫିଲ୍ମରେ ଏକ କ୍ଷୁଦ୍ର ଭୂମିକାରେ ନଜର  ଆସିବେ ବୋଲି ଖବର ସାମ୍ନାକୁ ଆସିଛି । ସେହି ଫିଲ୍ମକୁ ନୀରଜ   ଘେୱାନ୍‌ ନିର୍ଦ୍ଦେଶନା ଦେବେ । ରିପୋର୍ଟ ଅନୁସାରେ, ଜାହ୍ନବୀ ଏହି  ଭୂମିକା ଲାଗି ସେତେ ଉତ୍ସାହିତ ନଥିଲେ ।  

ତେବେ ପ୍ରଯୋଜନ କରନ୍‌ ଜୋହର  ଓ ନୀରଜ ଘେୱାନ୍‌ ତାଙ୍କୁ ଅଫର୍‌  ଦେବା ପରେ ଉଭୟଙ୍କ ପ୍ରତି ଥିବା  ସମ୍ମାନ ବଶତଃ ସେ ଅଫର୍‌କୁ  ଗ୍ରହଣ କରିଛନ୍ତି । ଜାହ୍ନବୀ  ତାଙ୍କର ବ୍ୟସ୍ତବହୁଳ ସିଡ୍ୟୁଲ  ମଧ୍ୟରୁ ୧୦ ଦିନ ବାହାର କରି  ସେଥିଲାଗି ସୁଟିଂ କରିବେ ବୋଲି  ଜଣାପଡି଼ଛି । ଫିଲ୍ମଟି ଆସନ୍ତାବର୍ଷ  ଶେଷ ଆଡ଼କୁ ମୁକ୍ତିଲାଭ କରିପାରେ ।  ଇଶାନ୍‌ଙ୍କ ବ୍ୟତୀତ ସେଥିରେ ଆଉ  ଜଣେ ଅଭିନେତାଙ୍କୁ ପ୍ରମୁଖ ଭୂମିକାରେ  ଦେଖିବାକୁ ମିଳିବ । 

ସେଥିଲାଗି ଜଣେ  ନବାଗତଙ୍କ ସହିତ ଆଲୋଚନା ଚାଲିଛି । ୱାର୍କଫ୍ରଣ୍ଟ  କଥା କହିବାକୁ ଗଲେ ଜାହ୍ନବୀଙ୍କୁ ଆଗକୁ ‘ସନି  ସଂସ୍କାରୀ କୀ ତୁଲସୀ କୁମାରୀ’ରେ ମଧ୍ୟ  ଦେଖିବାକୁ ମିଳିବ । ସେଥିରେ ତାଙ୍କ  ସହିତ ଅଭିନେତା ବରୁଣ ଧୱନ  ନଜର ଆସିବେ । ଶଶାଙ୍କ ଖୈତାନ୍‌  ଫିଲ୍ମର ନିର୍ଦ୍ଦେଶନାରେ ଅଛନ୍ତ।