କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ଗେହଲଟ, କମଳନାଥଙ୍କ ପୁଅ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ଏହାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। କଂଗ୍ରେସର ଏହି ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ କଂଗ୍ରେସ ନେତା କମଳ ନାଥ ଏବଂ ଅଶୋକ ଗେହଲଟଙ୍କ ପୁଅ ଅଛନ୍ତି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁଅ ନକୁଳ ନାଥଙ୍କୁ ଦଳ ମଧ୍ୟପ୍ରଦେଶର ଛିଣ୍ଡୱାଡ଼ା ଆସନରୁ ପ୍ରାର୍ଥୀ କରିଛି। ସେ ମଧ୍ୟ ଛିଣ୍ଡୱାଡ଼ାରେ ବର୍ତ୍ତମାନ ସାଂସଦ ଅଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ […]

କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ଗେହଲଟ, କମଳନାଥଙ୍କ ପୁଅ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ଏହାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। କଂଗ୍ରେସର ଏହି ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ କଂଗ୍ରେସ ନେତା କମଳ ନାଥ ଏବଂ ଅଶୋକ ଗେହଲଟଙ୍କ ପୁଅ ଅଛନ୍ତି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁଅ ନକୁଳ ନାଥଙ୍କୁ ଦଳ ମଧ୍ୟପ୍ରଦେଶର ଛିଣ୍ଡୱାଡ଼ା ଆସନରୁ ପ୍ରାର୍ଥୀ କରିଛି। ସେ ମଧ୍ୟ ଛିଣ୍ଡୱାଡ଼ାରେ ବର୍ତ୍ତମାନ ସାଂସଦ ଅଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ ରାଜସ୍ଥାନର ଜଲୋରରୁ ପ୍ରାର୍ଥୀ ହୋଇଛନ୍ତି। ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କ ପୁ୍ଅ ଗୌରବ ଗୋଗଇ ଜୋରହାଟରୁ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସର ଦ୍ବିତୀୟ ତାଲିକାରେ ଆସାମରୁ ୧୨ ଜଣ ପ୍ରାର୍ଥୀ ଅଛନ୍ତି, ଗୁଜରାଟରୁ ୭ ଜଣ , ମଧ୍ୟପ୍ରଦେଶରୁ ୧୦, ରାଜସ୍ଥାନରୁ ୧୦ ଏବଂ ଡାମନ ଓ ଡିୟୁରୁ ଜଣେ ଲେଖାଏଁ ପ୍ରାର୍ଥୀ ଅଛନ୍ତି। କଂଗ୍ରେସ ସାଧାରଣ ସଚିବ କେସି ବେଣୁଗୋପାଳଙ୍କ ଅନୁଯାୟୀ ତାଲିକାରେ ୭୬.୭ ପ୍ରାର୍ଥୀ ହେଉଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର। ଉଲ୍ଲେଖଯୋଗ୍ୟ ଯେ ବୈଭବ ଗେହଲଟ ୨୦୧୯ ଲୋକସଭା ନିର୍ବାଚନରେ ଯୋଧପୁରରୁ ନିର୍ବାଚନ ଲଢ଼ିଥିଲେ କିନ୍ତୁ ସେ ଏଠାରୁ ହାରି ଯାଇଥିଲେ। ବୈଭବ ଗେହଲଟ ତାଙ୍କ ବାପାଙ୍କ ଗଡ଼ ଜଲୋରରୁ ନିର୍ବାଚନ ଲଢ଼ୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସୋମବାର ଦିନ କଂଗ୍ରେସର ସିଇସି (କେନ୍ଦ୍ରୀୟ ନିର୍ବାଚନ କମିଟି) ବୈଠକ ହୋଇଥିବାବେଳେ ସେ ଏହି ବୈଠକରେ ଯୋଗ ଦେଇନାହାନ୍ତି।