ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ଘୋଷଣା
କଟକ,୨୫ା୫(କାର୍ତ୍ତିକ ସାହୁ): କଟକ ଜିଲା ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ କାର୍ଯ୍ୟରତ ପୋଲିଂ ଅଫିସର ସୁଜାତା ମିତ୍ରଙ୍କର ଶନିବାର ମୃତ୍ୟୁ ଘଟିଛି। ସେ ହାଡ଼ିବନ୍ଧୁ ନୋଡାଲ ହାଇସ୍କୁଲର ୧୧୪ ନମ୍ବର ବୁଥ୍ରେ ପୋଲିଂ ଅଫିସର ଭାବେ କାର୍ଯ୍ୟରତ ଥିବାବେଳେ ସନ୍ଧ୍ୟାରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସା ଲାଗି ତାଙ୍କୁ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ […] The post ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ଘୋଷଣା appeared first on Dharitri Odia News.
କଟକ,୨୫ା୫(କାର୍ତ୍ତିକ ସାହୁ): କଟକ ଜିଲା ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ କାର୍ଯ୍ୟରତ ପୋଲିଂ ଅଫିସର ସୁଜାତା ମିତ୍ରଙ୍କର ଶନିବାର ମୃତ୍ୟୁ ଘଟିଛି। ସେ ହାଡ଼ିବନ୍ଧୁ ନୋଡାଲ ହାଇସ୍କୁଲର ୧୧୪ ନମ୍ବର ବୁଥ୍ରେ ପୋଲିଂ ଅଫିସର ଭାବେ କାର୍ଯ୍ୟରତ ଥିବାବେଳେ ସନ୍ଧ୍ୟାରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସା ଲାଗି ତାଙ୍କୁ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଭୀର ଶୋକପ୍ରକାଶ କରିବା ସହ ସୁଜାତାଙ୍କ ଆତ୍ମାର ସଦ୍ଗତି କାମନା ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ବିଧି ମୁତାବକ ସାହାଯ୍ୟ ବ୍ୟତୀତ ଭାରତୀୟ ନିର୍ବାଚନ ଆୟୋଗଙ୍କ ଘୋଷଣା ମତେ ସୁଜାତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଧଳ କହିଛନ୍ତି। ଏଥିସହ ଶୀଘ୍ର ବିଧି ମୁତାବକ ବିହିତ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, କଟକ ବାଖରାବାଦ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷୟିତ୍ରୀ ଥିଲେ।
The post ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ଘୋଷଣା appeared first on Dharitri Odia News.