ସାଙ୍ଗମେଳରେ ଗାଧୋଇଯାଇଥିଲେ ୫ ବର୍ଷର ଶିଶୁ କନ୍ୟା , ଆଉ ଫେରିଲେନି  ଘରକୁ …

ଖଜୁରୀପଡ଼ା,୧୭।୫(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ କାବର ଗାଁ ବନ୍ଧରେ ଗାଧୋଇବାକୁ ଯାଇ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଲୋଚନ ସାହୁଙ୍କ ଝିଅ ଅମ୍ରିତା ସାହୁ (୫ ବର୍ଷ) ସାଙ୍ଗ ମେଳରେ ଘର ନିକଟସ୍ତ  ପୋଖରୀକୁ  ଶନିବାର ସକାଳ ଗାଧୋଇବାକୁ ଯାଇଥିଲେ। ସେଠାରେ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ପାଣିରେ ପଡ଼ି ବୁଡି ଯାଇଥିଲେ। ସାଙ୍ଗ ସାଥି ଦୌଡ଼ି ଯାଇ ଅମ୍ରିତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର […] The post ସାଙ୍ଗମେଳରେ ଗାଧୋଇଯାଇଥିଲେ ୫ ବର୍ଷର ଶିଶୁ କନ୍ୟା , ଆଉ ଫେରିଲେନି  ଘରକୁ … appeared first on Dharitri Odia News.

ସାଙ୍ଗମେଳରେ ଗାଧୋଇଯାଇଥିଲେ ୫ ବର୍ଷର ଶିଶୁ କନ୍ୟା , ଆଉ ଫେରିଲେନି  ଘରକୁ …
ଖଜୁରୀପଡ଼ା,୧୭।୫(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ କାବର ଗାଁ ବନ୍ଧରେ ଗାଧୋଇବାକୁ ଯାଇ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି।
ସୂଚନା ମୁତାବକ ଲୋଚନ ସାହୁଙ୍କ ଝିଅ ଅମ୍ରିତା ସାହୁ (୫ ବର୍ଷ) ସାଙ୍ଗ ମେଳରେ ଘର ନିକଟସ୍ତ  ପୋଖରୀକୁ  ଶନିବାର ସକାଳ ଗାଧୋଇବାକୁ ଯାଇଥିଲେ। ସେଠାରେ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ପାଣିରେ ପଡ଼ି ବୁଡି ଯାଇଥିଲେ। ସାଙ୍ଗ ସାଥି ଦୌଡ଼ି ଯାଇ ଅମ୍ରିତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଦୌଡ଼ି ଆସି ଝିଅକୁ ଉଦ୍ଧାର କରି ଫୁଲବାଣୀ ମେଡିକାଲରେ ନେଇ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଶିଶୁ କନ୍ୟାଙ୍କୁ  ମୃତ ଘୋଷଣା କରିବା ପରେ ଏ ନେଇ ଖଜୁରୀପଡ଼ା ଥାନାକୁ ଖବର ଦିଆଯାଇଥିଲା। ଖବର ପାଇ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ମେଡିକାଲରେ ଏସ୍‌ଆଇ ଦିନବନ୍ଧୁ ପ୍ରଧାନ ସମେତ ପୋଲିସ ବାହିନୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏ ନେଇ ଥାନାରେ ୪/୨୫ ଅପମତ୍ୟୁ ମାମଲା ରୁଜୁ କରାଯାଇଛି। ଶିଶୁ କନ୍ୟାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

The post ସାଙ୍ଗମେଳରେ ଗାଧୋଇଯାଇଥିଲେ ୫ ବର୍ଷର ଶିଶୁ କନ୍ୟା , ଆଉ ଫେରିଲେନି  ଘରକୁ … appeared first on Dharitri Odia News.