ମାଇଲର୍ଡ ୧୮ ମାସ ହେବ ଜେଲ୍ରେ ଅଛି, ଚାଇନା ନାଗରିକ ଗୁହାରୀ କରିବାରୁ ଚନ୍ଦ୍ରଚୂଡ କହିଲେ…
ନୂଆଦିଲ୍ଲୀ,୧୮।୯: ଅନ୍ତର୍ଜାତୀୟ ଆପରାଧିକ ଗ୍ୟାଙ୍ଗ ଚଳାଇଥିବା ଅଭିଯୋଗରେ ଚାଇନା ନାଗରିକଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଜାମିନ ଆବେଦନ ଶୁଣାଣି ବେଳେ କୋର୍ଟ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। କୋର୍ଟ ଅଭିଯୁକ୍ତଙ୍କୁ କହିଛନ୍ତି, ସେ ୬ ମାସ ପରେ ଜାମିନ ପାଇଁ ହାଇକୋର୍ଟଙ୍କ ନିକଟକୁ ଯାଇପାରିବେ। ଜାମିନ ଆବେଦନ ଉପରେ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଶୁଣାଣି କରିଥିଲେ। […] The post ମାଇଲର୍ଡ ୧୮ ମାସ ହେବ ଜେଲ୍ରେ ଅଛି, ଚାଇନା ନାଗରିକ ଗୁହାରୀ କରିବାରୁ ଚନ୍ଦ୍ରଚୂଡ କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୧୮।୯: ଅନ୍ତର୍ଜାତୀୟ ଆପରାଧିକ ଗ୍ୟାଙ୍ଗ ଚଳାଇଥିବା ଅଭିଯୋଗରେ ଚାଇନା ନାଗରିକଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଜାମିନ ଆବେଦନ ଶୁଣାଣି ବେଳେ କୋର୍ଟ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। କୋର୍ଟ ଅଭିଯୁକ୍ତଙ୍କୁ କହିଛନ୍ତି, ସେ ୬ ମାସ ପରେ ଜାମିନ ପାଇଁ ହାଇକୋର୍ଟଙ୍କ ନିକଟକୁ ଯାଇପାରିବେ।
ଜାମିନ ଆବେଦନ ଉପରେ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଶୁଣାଣି କରିଥିଲେ। ବେଞ୍ଚ କହିଛି, ଚାଇନା ନାଗରିକଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଚାଇନା ନାଗରିକଙ୍କ ଭିସା ସମାପ୍ତ ହେବା ପରେ ମଧ୍ୟ ଭାରତରେ ରହି ଅପରାଧୀ ଗ୍ୟାଙ୍ଗ ଚଳାଇବା ବ୍ୟତୀତ ଅନ୍ୟ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଛି।
ରିଆନ ଛଦ୍ମନାମ ରେନ ଚାଓ ଆହ୍ଲାବାଦ ହାଇକୋର୍ଟର ଜୁଲାଇ ୩୧ ଆଦେଶ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। ଆପରାଧିକ ମାମଲାରେ ତାଙ୍କୁ ଜାମିନ ଦେବାକୁ ହାଇକୋର୍ଟ ମନା କରିଦେଇଥିଲେ। ଚାଇନା ନାଗରିକଙ୍କ ପାଇଁ ହାଜର ହୋଇଥିବା ଆଡଭୋକେଟ ପିଏନ ପୁରୀ କହିଛନ୍ତି, ମାଇଲର୍ଡ ଅଭିଯୁକ୍ତ ୧୮ ମାସରୁ ଅଧିକ ସମୟ ଜେଲରେ ଅଛନ୍ତି। କୋର୍ଟ କହିଛନ୍ତି, ଅପରାଧର ଗମ୍ଭୀରତାକୁ ଦେଖନ୍ତୁ। ଶୁଣାଣି ଚାଲିଥିବାରୁ ଆମେ ଜାମିନ ମାଗୁଥିବା ଆବେଦନକୁ ବିଚାର କରିବୁ ନାହିଁ। ଛଅ ମାସର ଅବଧି ଶେଷ ହେବା ପରେ ଆମେ ହାଇକୋର୍ଟଙ୍କ ନିକଟକୁ ଯିବା ପାଇଁ ବିକଳ୍ପ ଖୋଲା ରଖୁ।
ଠକେଇ, ଜାଲିଆତି ଏବଂ ଅପରାଧିକ ଷଡଯନ୍ତ୍ର ଭଳି ଅପରାଧ ପାଇଁ ପଞ୍ଜୀକୃତ ହୋଇଥିବା ଏଫଆଇଆର ସଂପର୍କରେ ରେନ ଚାଓଙ୍କୁ ଜୁଲାଇ ୯, ୨୦୨୨ରେ ନୋଏଡା ପୋଲିସ ଗିରଫ କରିଥିଲା।
The post ମାଇଲର୍ଡ ୧୮ ମାସ ହେବ ଜେଲ୍ରେ ଅଛି, ଚାଇନା ନାଗରିକ ଗୁହାରୀ କରିବାରୁ ଚନ୍ଦ୍ରଚୂଡ କହିଲେ… appeared first on Dharitri Odia News.