ଅଜଣା ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ
ବଡ଼ବିଲ ୨୬।୦୭ : କେନ୍ଦୁଝର ଜିଲ୍ଲା ରୁଗୁଡ଼ା ଥାନା କେନ୍ଦୁଡିହି ଛକ ନିକଟରେ ଦୁର୍ଘଟଣା । ଅଜଣା ଟ୍ରକ ଧକ୍କାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଗୁଆଳି ଗୁଡ଼ା ସାହିର ଫୁଲବତୀ ରଣା ବୋଲି ଜଣାପଡିଛି। ତେବେ ଦୁର୍ଘଟଣାରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡି ଓ କ୍ଷତିପୂରଣ ଦାବିରେ ମୃତଦେହ ରଖି ଲୋକଙ୍କ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହ ଶହ ଯାନବାହନ। ପୁରା ଯାତାୟତ ଠପ୍। ରୁଗୁଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
ବଡ଼ବିଲ ୨୬।୦୭ : କେନ୍ଦୁଝର ଜିଲ୍ଲା ରୁଗୁଡ଼ା ଥାନା କେନ୍ଦୁଡିହି ଛକ ନିକଟରେ ଦୁର୍ଘଟଣା । ଅଜଣା ଟ୍ରକ ଧକ୍କାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଗୁଆଳି ଗୁଡ଼ା ସାହିର ଫୁଲବତୀ ରଣା ବୋଲି ଜଣାପଡିଛି।
ତେବେ ଦୁର୍ଘଟଣାରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡି ଓ କ୍ଷତିପୂରଣ ଦାବିରେ ମୃତଦେହ ରଖି ଲୋକଙ୍କ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହ ଶହ ଯାନବାହନ। ପୁରା ଯାତାୟତ ଠପ୍। ରୁଗୁଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।