ଆଣ୍ଡାମାନରେ ପାଦ ଥାପିଲା ମୌସୁମୀ, ‘X’ରେ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ

ନୂଆଦିଲ୍ଲୀ: ଆଣ୍ଡାମାନ ସାଗରରେ ପାଦ ଥାପିଲା ମୌସୁମୀ। ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ, ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ଏନେଇ Xରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସ।ଗତ ୨୪ ଘଣ୍ଟାରେ ନିକୋବର  ଦୀପର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ହୋଇଛି । କିଛି ସ୍ଥାନରେ ଭାରୀ ବର୍ଷା ହୋଇଛି। ଆଗକୁ ଏଠାରେ ବର୍ଷା ବଢ଼ିବ । ପ୍ରବଳରୁ ଅତି  ପ୍ରବଳ ବର୍ଷା ହୋଇପାରେ । ଆଣ୍ଡାମାନ ସାଗର ରେ ପାଦ ଥାପିଲା ମୌସୁମୀଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ବଙ୍ଗୋପସାଗର,, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ, ଏବଂ ଉତ୍ତର ଆଣ୍ଡାମାନ ସାଗର ର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି pic.twitter.com/x0acEHtdP5— usd (@usd0705) May 13, 2025ପରବର୍ତ୍ତୀ ୪ରୁ ୫ ଦିନରେ ଦକ୍ଷିଣ  ଆରବସାଗରର କିଛି ଅଞ୍ଚଳ ଓ ସମ୍ପୂର୍ଣ୍ଣ ଆଣ୍ଡାମାନ ସାଗରକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ସେ ଆକଳନ କରିଛନ୍ତି ।

ଆଣ୍ଡାମାନରେ ପାଦ ଥାପିଲା ମୌସୁମୀ, ‘X’ରେ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ

ନୂଆଦିଲ୍ଲୀ: ଆଣ୍ଡାମାନ ସାଗରରେ ପାଦ ଥାପିଲା ମୌସୁମୀ। ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ, ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ଏନେଇ Xରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସ।

ଗତ ୨୪ ଘଣ୍ଟାରେ ନିକୋବର  ଦୀପର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ହୋଇଛି । କିଛି ସ୍ଥାନରେ ଭାରୀ ବର୍ଷା ହୋଇଛି। ଆଗକୁ ଏଠାରେ ବର୍ଷା ବଢ଼ିବ । ପ୍ରବଳରୁ ଅତି  ପ୍ରବଳ ବର୍ଷା ହୋଇପାରେ । 

ପରବର୍ତ୍ତୀ ୪ରୁ ୫ ଦିନରେ ଦକ୍ଷିଣ  ଆରବସାଗରର କିଛି ଅଞ୍ଚଳ ଓ ସମ୍ପୂର୍ଣ୍ଣ ଆଣ୍ଡାମାନ ସାଗରକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ସେ ଆକଳନ କରିଛନ୍ତି ।