ସିଲ୍ ହେଲା ବିକାଶ ଦିବ୍ୟକିର୍ତ୍ତିଙ୍କ ‘ଦୃଷ୍ଟି ଆଇଏଏସ୍’, ବେସମେଣ୍ଟରେ ଚାଲିଥିଲା କ୍ଲାସ୍
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଆଇଏଏସ୍ କୋଚିଂ ଦୁର୍ଘଟଣା ପରେ ଲଗାତାର ନଗରନିଗମର ଆକ୍ସନ ଜାରି ରହିଛି। ରାଉ ଆଇଏଏସ୍ର ଏନଓସି ରଦ୍ଦ ହେବା ପରେ ଏବେ ଏମସିଡି ବିକାଶ ଦିବ୍ୟକିର୍ତ୍ତିଙ୍କ ‘ଦୃଷ୍ଟି ଆଇଏଏସ’କୁ ମଧ୍ୟ ସିଲ କରିଦେଇଛି। ମୁଖାର୍ଜୀ ନଗରସ୍ଥିତ ଦୃଷ୍ଟି ଆଇଏଏସ୍ ର କୋଚିଂ ସିଲ କରିବା ବେଳେ ଏମସିଡି କହିଛନ୍ତି ଯେ ବିଲ୍ଡିଂ ବେସମେଣ୍ଟରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ କ୍ଲାସ୍ ଚାଲିଥିଲା। ଗତ ଶନିବାର ଦିଲ୍ଲୀ ରାଉ ଆଇଏଏସ୍ କୋଚିଂରେ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା। ବିକାଶ ଦିବ୍ୟକିର୍ତ୍ତିଙ୍କୁ ବର୍ତ୍ତମାନ ଦେଶର ସର୍ବଶ୍ରେଷ୍ଠ ଶିକ୍ଷକଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଉଛି। ତାଙ୍କ ନେତୃତ୍ୱରେ ଦୃଷ୍ଟି ଆଇଏଏସ୍ କୋଚିଂ ଇନିଷ୍ଟେଚ୍ୟୁଟ୍ ଚାଲୁଛି। କେବଳ ରାଜଧାନୀ ଦିଲ୍ଲୀ ନୁହେଁ ଦେଶର ଅଲଗା ଅଲଗା ସହରରେ ମଧ୍ୟ ଦୃଷ୍ଟି ଆଇଏଏସର କୋଚିଂ ସେଣ୍ଟର ସବୁ ରହିଛି। ବିକାଶ ଦିବ୍ୟକିର୍ତ୍ତି ଦେଶ ଓ ଦୁନିଆର ଅଲଗା ଅଲଗା ପ୍ରକାର ମାମଲାରେ ନିଜର ରାୟ ରଖିବା ପାଇଁ ଜଣାଯାଆନ୍ତି। ସୋସିଆଲ ମିଡିଆରେ ତାଙ୍କ ରିଲସ୍ ଖୁବ୍ ଭାଇରାଲ ହେଉଛି। ନିକଟରେ ତାଙ୍କର ଏକ ସାକ୍ଷାତକାର ଭାଇରାଲ ହୋଇଥିଲା। ଏହି ଇଣ୍ଟରଭ୍ୟୁର ଅନେକ ରିଲସ୍ ଏବେବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାଉ ଆଇଏଏସ୍ ଘଟଣା ପରେ ଦିଲ୍ଲୀ ପୋଲିସ ଏବେ ଆକ୍ସନ ମୋଡରେ ଅଛି। ପୋଲିସ ଏମସିଡିକୁ ପତ୍ର ଲେଖି ରାଜେନ୍ଦ୍ର ନଗରସ୍ଥିତ କୋଚିଂ ସେଣ୍ଟର ନିକଟରେ ନାଳ ସଫେ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଆଇଏଏସ୍ କୋଚିଂ ଦୁର୍ଘଟଣା ପରେ ଲଗାତାର ନଗରନିଗମର ଆକ୍ସନ ଜାରି ରହିଛି। ରାଉ ଆଇଏଏସ୍ର ଏନଓସି ରଦ୍ଦ ହେବା ପରେ ଏବେ ଏମସିଡି ବିକାଶ ଦିବ୍ୟକିର୍ତ୍ତିଙ୍କ ‘ଦୃଷ୍ଟି ଆଇଏଏସ’କୁ ମଧ୍ୟ ସିଲ କରିଦେଇଛି। ମୁଖାର୍ଜୀ ନଗରସ୍ଥିତ ଦୃଷ୍ଟି ଆଇଏଏସ୍ ର କୋଚିଂ ସିଲ କରିବା ବେଳେ ଏମସିଡି କହିଛନ୍ତି ଯେ ବିଲ୍ଡିଂ ବେସମେଣ୍ଟରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ କ୍ଲାସ୍ ଚାଲିଥିଲା। ଗତ ଶନିବାର ଦିଲ୍ଲୀ ରାଉ ଆଇଏଏସ୍ କୋଚିଂରେ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା।
ବିକାଶ ଦିବ୍ୟକିର୍ତ୍ତିଙ୍କୁ ବର୍ତ୍ତମାନ ଦେଶର ସର୍ବଶ୍ରେଷ୍ଠ ଶିକ୍ଷକଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଉଛି। ତାଙ୍କ ନେତୃତ୍ୱରେ ଦୃଷ୍ଟି ଆଇଏଏସ୍ କୋଚିଂ ଇନିଷ୍ଟେଚ୍ୟୁଟ୍ ଚାଲୁଛି। କେବଳ ରାଜଧାନୀ ଦିଲ୍ଲୀ ନୁହେଁ ଦେଶର ଅଲଗା ଅଲଗା ସହରରେ ମଧ୍ୟ ଦୃଷ୍ଟି ଆଇଏଏସର କୋଚିଂ ସେଣ୍ଟର ସବୁ ରହିଛି। ବିକାଶ ଦିବ୍ୟକିର୍ତ୍ତି ଦେଶ ଓ ଦୁନିଆର ଅଲଗା ଅଲଗା ପ୍ରକାର ମାମଲାରେ ନିଜର ରାୟ ରଖିବା ପାଇଁ ଜଣାଯାଆନ୍ତି। ସୋସିଆଲ ମିଡିଆରେ ତାଙ୍କ ରିଲସ୍ ଖୁବ୍ ଭାଇରାଲ ହେଉଛି। ନିକଟରେ ତାଙ୍କର ଏକ ସାକ୍ଷାତକାର ଭାଇରାଲ ହୋଇଥିଲା। ଏହି ଇଣ୍ଟରଭ୍ୟୁର ଅନେକ ରିଲସ୍ ଏବେବି ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ରାଉ ଆଇଏଏସ୍ ଘଟଣା ପରେ ଦିଲ୍ଲୀ ପୋଲିସ ଏବେ ଆକ୍ସନ ମୋଡରେ ଅଛି। ପୋଲିସ ଏମସିଡିକୁ ପତ୍ର ଲେଖି ରାଜେନ୍ଦ୍ର ନଗରସ୍ଥିତ କୋଚିଂ ସେଣ୍ଟର ନିକଟରେ ନାଳ ସଫେଇ ସ୍ଥିତି ସମ୍ପର୍କରେ ଜାଣିବାକୁ ଚାହିଁଛି। ପୋଲିସ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛି ରାଜଧାନୀ ଦିଲ୍ଲୀରେ କୋଚିଂ ଅନୁଷ୍ଠାନ ବିରୋଧରେ ଅତୀତରେ ନଗରନିଗମକୁ କୌଣସି ଅଭିଯୋଗ କରାଯାଇଥିଲା କି ନାହିଁ। ଯଦି ଅଭିଯୋଗ କରାଯାଇଥିଲା ଏହା ଅନୁସାରେ କଣ କାର୍ଯ୍ୟାନୁଷ୍ଠାନ କରିଥିଲେ।