ସରକାରୀ ଚାକିରିରେ ମିଳିବନି ସଂରକ୍ଷଣ, ହିଂସା ମଧ୍ୟରେ ବାଂଲାଦେଶ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ସଂରକ୍ଷଣକୁ ନେଇ ହିଂସା ମଧ୍ୟରେ ବାଂଲାଦେଶ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ବାଂଲାଦେଶର ସୁପ୍ରିମକୋର୍ଟ ସରକାରୀ ଚାକିରିରେ ସଂରକ୍ଷଣକୁ ପ୍ରାୟତଃ ସମାପ୍ତ କରିଛନ୍ତି। ପ୍ରକୃତରେ ସୁପ୍ରିମକୋର୍ଟ ନିମ୍ନ ଅଦାଲତଙ୍କ ଦ୍ବାରା ଦିଆଯାଇଥିବା ସଂରକ୍ଷଣ ନିଷ୍ପତ୍ତିକୁ ରଦ୍ଦ କରିବା ସହ, ୯୩ ପ୍ରତିଶତ ଚାକିରିକୁ ମେରିଟ୍‌ ଆଧାରିତ କରିବାକୁ ଆଦେଶ ଦେଇଛନ୍ତି। ଆଉ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଏଣିକି ୧୯୭୧ ଯୁଦ୍ଧରେ ସାମିଲ ହୋଇଥିବା ପରିବାରର ବ୍ୟକ୍ତିଙ୍କୁ କେବଳ ପାଞ୍ଚ ପ୍ରତିଶତ ସଂରକ୍ଷଣ ଦିଆଯିବ। ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କରିବା ସହ ସୁପ୍ରିମକୋର୍ଟ କହିଛନ୍ତି ପ୍ରାୟ ସବୁ ସରକାରୀ ଚାକିରିକୁ ଯୋଗ୍ୟତା ଆଧାରରେ ଦିଆଯିବା ଦରକାର। ରିପୋର୍ଟ ଅନୁଯାୟୀ, ମାମଲା ସହ ଜଡ଼ିତ ଜଣେ ଓକିଲ କହିଛନ୍ତି କୋର୍ଟ ବିକ୍ଷୋଭକରୁଥିବା ଛାତ୍ରଙ୍କୁ ବିକ୍ଷୋଭ ଛାଡ଼ି ପାଠ ପଢ଼ିବାକୁ ପ୍ରସ୍ତୁତ ହେବାକୁ କହିଚନ୍ତି। କାରଣ ଏହି ଆଦେଶ ପରେ ସଂରକ୍ଷଣ ୫୬ ପ୍ରତିଶତରୁ କମି କେବଳ ୭ ପ୍ରତିଶତ ହୋଇଯିବ। ପ୍ରଥମେ ୧୯୭୧ରେ ଯୁଦ୍ଧରେ ଭାଗ ନେଇଥିବା ପରିବାର ବର୍ଗଙ୍କୁ ୩୦ ପ୍ରତିଶତ ଦିଆଯିବାର ଥିଲା କିନ୍ତୁ ଏହା କେବଳ ପାଞ୍ଚ ପ୍ରତିଶତ ହୋଇଯିବ। ୧ ପ୍ରତିଶତ ସଂରକ୍ଷଣ ଆଦିବାସୀ, ୧ ପ୍ରତିଶତ ଦିବ୍ୟାଙ୍ଗ ଏବଂ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ରଖାଯିବ। ଏହିଭଳି ଭାବରେ ବାଂଲାଦେଶରେ ସରକାରୀ ଚାକିରିରେ ସଂରକ

ସରକାରୀ ଚାକିରିରେ ମିଳିବନି ସଂରକ୍ଷଣ, ହିଂସା ମଧ୍ୟରେ ବାଂଲାଦେଶ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ସଂରକ୍ଷଣକୁ ନେଇ ହିଂସା ମଧ୍ୟରେ ବାଂଲାଦେଶ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ବାଂଲାଦେଶର ସୁପ୍ରିମକୋର୍ଟ ସରକାରୀ ଚାକିରିରେ ସଂରକ୍ଷଣକୁ ପ୍ରାୟତଃ ସମାପ୍ତ କରିଛନ୍ତି। ପ୍ରକୃତରେ ସୁପ୍ରିମକୋର୍ଟ ନିମ୍ନ ଅଦାଲତଙ୍କ ଦ୍ବାରା ଦିଆଯାଇଥିବା ସଂରକ୍ଷଣ ନିଷ୍ପତ୍ତିକୁ ରଦ୍ଦ କରିବା ସହ, ୯୩ ପ୍ରତିଶତ ଚାକିରିକୁ ମେରିଟ୍‌ ଆଧାରିତ କରିବାକୁ ଆଦେଶ ଦେଇଛନ୍ତି। ଆଉ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଏଣିକି ୧୯୭୧ ଯୁଦ୍ଧରେ ସାମିଲ ହୋଇଥିବା ପରିବାରର ବ୍ୟକ୍ତିଙ୍କୁ କେବଳ ପାଞ୍ଚ ପ୍ରତିଶତ ସଂରକ୍ଷଣ ଦିଆଯିବ। ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କରିବା ସହ ସୁପ୍ରିମକୋର୍ଟ କହିଛନ୍ତି ପ୍ରାୟ ସବୁ ସରକାରୀ ଚାକିରିକୁ ଯୋଗ୍ୟତା ଆଧାରରେ ଦିଆଯିବା ଦରକାର। 

ରିପୋର୍ଟ ଅନୁଯାୟୀ, ମାମଲା ସହ ଜଡ଼ିତ ଜଣେ ଓକିଲ କହିଛନ୍ତି କୋର୍ଟ ବିକ୍ଷୋଭକରୁଥିବା ଛାତ୍ରଙ୍କୁ ବିକ୍ଷୋଭ ଛାଡ଼ି ପାଠ ପଢ଼ିବାକୁ ପ୍ରସ୍ତୁତ ହେବାକୁ କହିଚନ୍ତି। କାରଣ ଏହି ଆଦେଶ ପରେ ସଂରକ୍ଷଣ ୫୬ ପ୍ରତିଶତରୁ କମି କେବଳ ୭ ପ୍ରତିଶତ ହୋଇଯିବ। ପ୍ରଥମେ ୧୯୭୧ରେ ଯୁଦ୍ଧରେ ଭାଗ ନେଇଥିବା ପରିବାର ବର୍ଗଙ୍କୁ ୩୦ ପ୍ରତିଶତ ଦିଆଯିବାର ଥିଲା କିନ୍ତୁ ଏହା କେବଳ ପାଞ୍ଚ ପ୍ରତିଶତ ହୋଇଯିବ। ୧ ପ୍ରତିଶତ ସଂରକ୍ଷଣ ଆଦିବାସୀ, ୧ ପ୍ରତିଶତ ଦିବ୍ୟାଙ୍ଗ ଏବଂ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ରଖାଯିବ। ଏହିଭଳି ଭାବରେ ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ପ୍ରାୟ ସମାପ୍ତ ହୋଇଯିବ। ୯୩ ପ୍ରତିଶତ ଚାକିରି ମେରିଟ୍‌ ଆଧାରରେ ହିଁ ଦିଆଯିବ।

ଆହୁରି ପଢ଼ନ୍ତୁ: ବାଂଲାଦେଶରେ ଥମୁନି ସଂରକ୍ଷଣ ହିଂସା; ୧୧୫ ମୃତ, ସରକାର ଦେଲେ ‘ସୁଟ୍ ଅନ୍ ସାଇଟ୍’ ନିର୍ଦ୍ଦେଶ

ସୂଚନାଥାଉକି, ବାଂଲାଦେଶରେ ସଂରକ୍ଷଣରେ ସୁଧାରକୁ ନେଇ ଅନେକ ଦିନରୁ ବିକ୍ଷୋଭ ଲାଗିରହିଛି। ଯେଉଁଥିରେ ପ୍ରାୟ ୧୩୩ ଜଣକ ଜୀବନ ଯାଇଥିବାବେଳେ ହଜାରରୁ ଅଧିକ ଆହତ ହୋଇଛନ୍ତି। ହିଂସାକୁ ଦେଖି ସମଗ୍ର ଦେଶରେ ହସୀନା ସରକାର ଦେଶରେ କର୍ଫ୍ୟୁ ମଧ୍ୟ ଲଗାଇଥିଲେ।

ଉଲ୍ଲେଖଯୋଗ୍ୟ, ବାଂଲାଦେଶରେ ସଂରକ୍ଷଣରେ ସୁଧାର ପରେ ଏକ ତୃତୀୟାଂଶ ସରକାରୀ ଚାକିରିକୁ ୧୯୭୧ରେ ଯୁଦ୍ଧରେ ଭାଗ ନେଉଥିବା ପରିବାରବର୍ଗଙ୍କ ପାଇଁ ସଂରକ୍ଷିତ କରାଯାଇଥିଲା। ହେଲେ ଏବେ ସୁପ୍ରିମକୋର୍ଟ କହିଛନ୍ତି ଯେ, କେବଳ ସ୍ବତନ୍ତ୍ରତା ସଂଗ୍ରାମୀଙ୍କ ପରିବାର ବର୍ଗଙ୍କ ପାଇଁ କେବଳ ୫ ପ୍ରତିଶତ ସିଟ୍‌ ସଂରକ୍ଷିତ କରାଯାଇପାରିବ।