ଅଣ ମୌସୁମୀ ସମୟରେ ଛତିଶଗଡ଼ ସରକାରଙ୍କ ଦାଦାଗିରି
ସମ୍ୱଲପୁର: ଛତିଶଗଡ ଷଡଯନ୍ତ୍ରରେ ବଳି ପଡିଯିବ ଅଣ ମୌସୁମୀ ଚାଷ। ଶୁଖିଗଲାଣି ରାଜ୍ୟର ବୃହତ୍ତମ ମହାନଦୀ। ଗତବର୍ଷ ତୁଳନାରେ ଦୁଇଫୁଟ... The post ଅଣ ମୌସୁମୀ ସମୟରେ ଛତିଶଗଡ଼ ସରକାରଙ୍କ ଦାଦାଗିରି appeared first on .
ସମ୍ୱଲପୁର: ଛତିଶଗଡ ଷଡଯନ୍ତ୍ରରେ ବଳି ପଡିଯିବ ଅଣ ମୌସୁମୀ ଚାଷ। ଶୁଖିଗଲାଣି ରାଜ୍ୟର ବୃହତ୍ତମ ମହାନଦୀ। ଗତବର୍ଷ ତୁଳନାରେ ଦୁଇଫୁଟ ଖସିଆସିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ତେବେ ଗତବର୍ଷ ଏହି ସମୟରେ ହୀରାକୁଦ ଜଳସ୍ତର ୬୧୫ଫୁଟ୍ ଥିବାବେଳେ ଚଳିତ ବର୍ଷ ୬୧୧ ଫୁଟକୁ ଖସିଆସିଛି । ସେପଟେ ସାଙ୍ଘାତିକ ଭାବେ ଜଳ ଭଣ୍ଡାରକୁ ଖସୁଛି ଜଳ ପ୍ରବେଶର ମାତ୍ରା। କଲମା ବ୍ୟାରେଜର ସମସ୍ତ ଗେଟ୍ ଛତିଶଗଡ଼ ବନ୍ଦ କରିଦେଇଥିବାରୁ ମାତ୍ର ୧୫୦୦ ଘନଫୁଟ ଜଳ ଜଳ ଭଣ୍ଡାରକୁ ପ୍ରବେଶ କରୁଛି । ଗୋଟିଏ ପଟେ ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ମହାନଦୀ ଶୁଖିଲା ପଡିଥିବା ବେଳେ ଛତିଶଗଡ଼ରେ ଲହଡ଼ି ମାରୁଛି ପାଣି। ଶକ୍ତି ଜିଲ୍ଲାର ଚନ୍ଦ୍ରପୁର ଅଞ୍ଚଳ କିଭଳି ପାଣି ଲହଡ଼ି ମାରୁଥିବା ଓଡ଼ିଶା ଚାଷୀ ହତାସା ଭିତରେ ରହିଛନ୍ତି।
ତେବେ ଗୋଟିଏ ପଟେ ମହାନଦୀର ସମସ୍ତ ଧାର ଶୁଖି ଯାଇଥିବାବେଳେ ଅନ୍ୟପଟେ ଛତିଶ ଗଡ଼ରେ ଲହଡ଼ି ମାରୁଛି ପାଣି। କିଭଳି ଭାବେ ଛତିଶଗଡ଼ ସରକାର ପାଣିକୁ ଅଟକାଇ ରଖିଛନ୍ତି ତା ଦୃଶ୍ୟ ଆପଣଙ୍କ ସାମ୍ନାରେ । ଏବେ ଦେଖିବା ଆମ ରାଜ୍ୟର ଜୀବନ ରେଖା ଚିରସ୍ରୋତା ମହାନଦୀ କିଭଳି ମରୁଭୂମି ପାଳଟି ଯାଇଛି ।
ଏପ୍ରିଲ ମାସରୁ ଶୁଖିଗଲାଣି ଓଡ଼ିଶାର ଜୀବନ ରେଖା ମହାନଦୀ। ଏନେଇ ଚିନ୍ତାରେ ପଡିଲେଣି ମହାନଦୀକୁ ଭରସା କରୁଥିବା ଲୋକ। ଚାଷ କିଭଳି ହେବ, ପାଣି କେଉଁଠୁ ପାଇବେ ସେ ଚିନ୍ତାରେ ସମସ୍ତେ।
The post ଅଣ ମୌସୁମୀ ସମୟରେ ଛତିଶଗଡ଼ ସରକାରଙ୍କ ଦାଦାଗିରି appeared first on .