ରାଜ୍ୟର ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ନିଜର ଚାପ୍ଟର ଖୋଲିବ ବ୍ୟବସାୟୀ ମହାସଂଘ
ଭୁବନେଶ୍ୱର: ରାଜ୍ୟର ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ନିଜର ଚାପ୍ଟର ଖୋଲିବ ବ୍ୟବସାୟୀ ମହାସଂଘ । ରାଜ୍ୟର ବ୍ୟବସାୟୀ, ଖାଉଟି... The post ରାଜ୍ୟର ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ନିଜର ଚାପ୍ଟର ଖୋଲିବ ବ୍ୟବସାୟୀ ମହାସଂଘ appeared first on .
ଭୁବନେଶ୍ୱର: ରାଜ୍ୟର ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ନିଜର ଚାପ୍ଟର ଖୋଲିବ ବ୍ୟବସାୟୀ ମହାସଂଘ । ରାଜ୍ୟର ବ୍ୟବସାୟୀ, ଖାଉଟି ଓ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯୋଜନାବଦ୍ଧ ଭାବେ ଲଢେଇ କରାଯିବ । ଯେଉଁ ଯୋଜନାକୁ ସଫଳ କରିବା ପାଇଁ ଓଡ଼ିଶାରେ ଏକାଠି ହେବେ ସାରା ଦେଶର ବ୍ୟବସାୟୀ । ରାଜ୍ୟର ବ୍ୟବସାୟୀ, ଖାଉଟି ଓ ଚାଷୀଙ୍କ ସମସ୍ୟା ନେଇ ସମ୍ମିଳନୀରେ ଆଲୋଚନା ହେବ। ସାରା ଦେଶର ଶତାଧିକ ବ୍ୟବସାୟୀ ନେତାଙ୍କ ସହ ବହୁ ସାଂସଦ ଓ ବିଭିନ୍ନ ବର୍ଗର ଲୋକେ ଏଥିରେ ଯୋଗ ଦେବେ। ଆସନ୍ତା ୨୫ ଓ ୨୬ ରେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ବ୍ୟବସାୟୀ ମହାସଂଘ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏ ନେଇ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ବ୍ୟବସାୟୀଙ୍କ ସହ ଚାଷୀ, ଖାଉଟି ସମସ୍ତେ ସଶକ୍ତ ହେବେ ବୋଲି କୁହାଯାଇଛି । ଦୁଇଦିନିଆ ବ୍ୟବସାୟୀ ସମ୍ମିଳନୀରେ ରାଜ୍ୟର ଚାଷୀ କିଭଳି ଆତ୍ମନିର୍ଭରଶୀଳ ହେବେ, ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇବେ ଓ ଅଭାବୀ ବିକ୍ରି ହେବ ନାହିଁ ସେ ନେଇ ଫୋକସ ରହିବ। ଏପରିକି ସେଥିପାଇଁ ରାଜ୍ୟର ଅଧିକରୁ ଅଧିକ ଯୁବପୀଢ଼ିଙ୍କୁ ସ୍ୱାବଲମ୍ବୀ ଓ ଉଦ୍ୟୋଗୀ କରିବାକୁ ଯୋଜନା ହୋଇଛି।
ଏବେ କର୍ପୋରେଟ ହାଉସ ଯେଭଳି ଭାବେ ଏକଚାଟିଆ କାର୍ଯ୍ୟ କରୁଛନ୍ତି ଓ ବ୍ୟବସ୍ଥାକୁ ନଷ୍ଟ କରୁଛନ୍ତି ତା ଉପରେ ରୋକ ଲଗାଇବାକୁ ପ୍ରସ୍ତୁତ ହେବ ଯୋଜନା। ବ୍ୟବସାୟୀଙ୍କ ସୁବିଧା ଅସୁବିଧା ଆଦି ସମ୍ପର୍କରେ ସମ୍ମିଳନୀରେ ଦିଆଯିବ ଗୁରୁତ୍ୱ। ଓଡ଼ିଶାର ଉଦ୍ୟୋଗୀଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଉ ବୋଲି ସରକାରଙ୍କ ନିକଟରେ ଦାବି କରାଯିବ। ଏହି ସମ୍ମିଳନୀ ଓଡିଶା ପାଇଁ ଏକ ନୂଆ ଜାଗୃତି ଆଣିବ ବୋଲି କୁହାଯାଇଛି । ଲୋକଙ୍କ ସ୍ୱର ସରକାରଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମକୁ ଜୋରଦାର କରାଯିବ । ସମ୍ମିଳନୀରେ ବ୍ୟବସାୟୀଙ୍କ ଉନ୍ନତି ସହ ସବୁ ବର୍ଗଙ୍କୁ ଗୁରୁତ୍ୱ ଦିଆଯିବ। ଖାଉଟିଙ୍କ ସୁବିଧାକୁ ଫୋକସ କରାଯିବ । ମଲଟି ଲାଇସେନ୍ସ, ବ୍ୟାଙ୍କର ଗୁପ୍ତ ଚାର୍ଜ ଆଦି ଉପରେ ଆଲୋଚନା ହେବ । ସରକାରଙ୍କ ନିୟମ କାନୁନ ବ୍ୟବସ୍ଥାକୁ ନଷ୍ଟ କରୁଛି। ତେଣୁ କେମିତି ଏସବୁକୁ ସରଳ କରାଯିବ ତାକୁ ଗୁରୁତ୍ୱ ଦିଆଯିବ। ଗୋଟିଏ ପ୍ଲାଟଫର୍ମରେ ସମସ୍ତେ ଏକାଠି ହେବେ ।
ରାଜ୍ୟରେ ଦରଦାମ ବୃଦ୍ଧି ଓ ଖାଉଟି କୃଷକ ଓ ବ୍ୟବସାୟୀଙ୍କ ଅସନ୍ତୋଷ ବ୍ୟାପକ ହେଉଥିବା ବେଳେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ଏପରିକି କୌଣସି ବର୍ଗ ସହ ଆଲୋଚନା ମଧ୍ୟ କରୁନାହାନ୍ତି । ତେଣୁ ଓଡ଼ିଶାର ବ୍ୟବସାୟୀ ଓ ଗ୍ରାହକଙ୍କ ସୁବିଧା ପାଇଁ ସାରା ଦେଶର ବ୍ୟବସାୟୀ ଏକାଠି ହେଲେ ସରକାରଙ୍କ ଉପରେ କେତେଦୂର ପ୍ରଭାବ ପକାଉଛି ତା ଉପରେ ରହିବ ନଜର।
The post ରାଜ୍ୟର ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ନିଜର ଚାପ୍ଟର ଖୋଲିବ ବ୍ୟବସାୟୀ ମହାସଂଘ appeared first on .