କେନ୍ଦ୍ରୀୟ ବିଦ୍ୟାଳୟ-୨ରେ ଦଶମ ଶ୍ରେଣୀ ଟପ୍ପର ସାନଭି ଲେଙ୍କା
ଭୁବନେଶ୍ଵର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ରାଜଧାନୀ ସିଆରପିଏଫ ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୨ର ପାସହାର ଶତ ପ୍ରତିଶତ ରହିଛି। ସାନଭି ଲେଙ୍କା ୯୮.୬ ପ୍ରତିଶତ ମାର୍କ ରଖି ବିଦ୍ୟାଳର ଟପ୍ପର ହୋଇଛନ୍ତି। ସାନଭି ଲେଙ୍କା ହେଉଛନ୍ତି ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିନିୟର ବ୍ୟାଙ୍କ ମ୍ୟାନେଜର ସୁଧିର କୁମାର ଲେଙ୍କାଙ୍କ ଝିଅ। ତାଙ୍କ ମାଆ ସଙ୍ଗୀତା ଲେଙ୍କା ଏମଏନସିର ଆଇଟି ମ୍ୟାନେଜର ଭାବେ କାର୍ଯ୍ୟରତ। ଟପ୍ପର ହୋଇ ସାନଭି କେନ୍ଦ୍ରୀୟ ବିଦ୍ୟାଳୟ-୨ର ମାନ ବଢାଇଛନ୍ତି। ସେ ଭବିଷ୍ୟତରେ ଜଣେ ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି।
ଭୁବନେଶ୍ଵର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ରାଜଧାନୀ ସିଆରପିଏଫ ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୨ର ପାସହାର ଶତ ପ୍ରତିଶତ ରହିଛି। ସାନଭି ଲେଙ୍କା ୯୮.୬ ପ୍ରତିଶତ ମାର୍କ ରଖି ବିଦ୍ୟାଳର ଟପ୍ପର ହୋଇଛନ୍ତି।
ସାନଭି ଲେଙ୍କା ହେଉଛନ୍ତି ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିନିୟର ବ୍ୟାଙ୍କ ମ୍ୟାନେଜର ସୁଧିର କୁମାର ଲେଙ୍କାଙ୍କ ଝିଅ। ତାଙ୍କ ମାଆ ସଙ୍ଗୀତା ଲେଙ୍କା ଏମଏନସିର ଆଇଟି ମ୍ୟାନେଜର ଭାବେ କାର୍ଯ୍ୟରତ। ଟପ୍ପର ହୋଇ ସାନଭି କେନ୍ଦ୍ରୀୟ ବିଦ୍ୟାଳୟ-୨ର ମାନ ବଢାଇଛନ୍ତି। ସେ ଭବିଷ୍ୟତରେ ଜଣେ ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି।