ପୁଣି 'ମୋ ବସ୍' ଚକ ତଳେ ଗଲା ମହିଳାଙ୍କ ଜୀବନ, ଘଟଣାସ୍ଥଳରେ ଉତ୍ତେଜନା
ଭୁବନେଶ୍ୱର: ପୁଣି ମୋ ବସ୍ ଚକ ତଳେ ଗଲା ମହିଳାଙ୍କ ଜୀବନ। ତମାଣ୍ଡୋ ଥାନା ଅଞ୍ଚଳର ଓଭରବ୍ରିଜ୍ ତଳେ ଏହି ଦୁର୍ଘଟଣା ଘଟିଛି। ଏକାଧିକ ଲୋକଙ୍କୁ ଧକ୍କ ଦେଇଥିଲା ବସ୍। କେବଳ ସେତିକି ନୁହେଁ, ୧୦୦ ମିଟର ପର୍ଯ୍ୟନ୍ତ ମହିଳାଙ୍କୁ ଘୋଷାଡ଼ି ନେଇଥିଲା ମୋ ବସ୍। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି। ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। କିଛି ଦିନ ତଳେ ଭୁବନେଶ୍ୱର ନନ୍ଦନକାନନ ନିକଟରେ ଜଣେ ଛୋଟ ଝିଅ ରାସ୍ତା ପାର୍ ହେଉଥିବା ବେଳେ ମୋ ବସ୍ ଚଢିଯାଇଥିଲା। ଫଳରେ ଝିଅଟିର ମୃତ୍ୟୁ ହୋଇଥିଲା। ସେହିପରି ୨୦୨୪ ନଭେମ୍ବର ୨ରେ ଚନ୍ଦ୍ରଶେଖରପୁରରେ ମୋ ବସ୍ ଦୁର୍ଘଟଣାରେ ବାମ ହାତ ହରାଇଥିଲେ ଜଣେ ଯୁବତୀ।୨୦୨୪ ଅକ୍ଟୋବରରେ କଟକ ନେତାଜୀ ବସ୍ ଟର୍ମିନାଲରେ ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ ହୋଇଥିଲା। ଜାନୁଆରୀ ୨୩ରେ ରାଜମହଲ-ମାଷ୍ଟରକ୍ୟାଣ୍ଟିନ ଛକରେ ସିରିଜ୍ ଦୁର୍ଘଟଣା ପାଇଁ ଆହତ ହୋଇଥିଲେ ୪ ଜଣ। ୨୦୨୨ରେ ମୋ ବସ୍ ଧକ୍କାରେ ୧୯୭ ଜଣ ଆହତ ହୋଇଥିବା ବେଳେ, ୨୦୨୩ରେ ୨୮୨ ଜଣ ଏବଂ ୨୦୨୪ରେ ଏହି ସଂଖ୍ୟା ଆହୁରି ବଢିଛି।
ଭୁବନେଶ୍ୱର: ପୁଣି ମୋ ବସ୍ ଚକ ତଳେ ଗଲା ମହିଳାଙ୍କ ଜୀବନ। ତମାଣ୍ଡୋ ଥାନା ଅଞ୍ଚଳର ଓଭରବ୍ରିଜ୍ ତଳେ ଏହି ଦୁର୍ଘଟଣା ଘଟିଛି। ଏକାଧିକ ଲୋକଙ୍କୁ ଧକ୍କ ଦେଇଥିଲା ବସ୍। କେବଳ ସେତିକି ନୁହେଁ, ୧୦୦ ମିଟର ପର୍ଯ୍ୟନ୍ତ ମହିଳାଙ୍କୁ ଘୋଷାଡ଼ି ନେଇଥିଲା ମୋ ବସ୍। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି। ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।
କିଛି ଦିନ ତଳେ ଭୁବନେଶ୍ୱର ନନ୍ଦନକାନନ ନିକଟରେ ଜଣେ ଛୋଟ ଝିଅ ରାସ୍ତା ପାର୍ ହେଉଥିବା ବେଳେ ମୋ ବସ୍ ଚଢିଯାଇଥିଲା। ଫଳରେ ଝିଅଟିର ମୃତ୍ୟୁ ହୋଇଥିଲା। ସେହିପରି ୨୦୨୪ ନଭେମ୍ବର ୨ରେ ଚନ୍ଦ୍ରଶେଖରପୁରରେ ମୋ ବସ୍ ଦୁର୍ଘଟଣାରେ ବାମ ହାତ ହରାଇଥିଲେ ଜଣେ ଯୁବତୀ।୨୦୨୪ ଅକ୍ଟୋବରରେ କଟକ ନେତାଜୀ ବସ୍ ଟର୍ମିନାଲରେ ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ ହୋଇଥିଲା।
ଜାନୁଆରୀ ୨୩ରେ ରାଜମହଲ-ମାଷ୍ଟରକ୍ୟାଣ୍ଟିନ ଛକରେ ସିରିଜ୍ ଦୁର୍ଘଟଣା ପାଇଁ ଆହତ ହୋଇଥିଲେ ୪ ଜଣ। ୨୦୨୨ରେ ମୋ ବସ୍ ଧକ୍କାରେ ୧୯୭ ଜଣ ଆହତ ହୋଇଥିବା ବେଳେ, ୨୦୨୩ରେ ୨୮୨ ଜଣ ଏବଂ ୨୦୨୪ରେ ଏହି ସଂଖ୍ୟା ଆହୁରି ବଢିଛି।