ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ; ୮୭୦ କୋଟି ଡଲାର ଖସିଲା
ମୁମ୍ବାଇ,: ଜାନୁଆରୀ ୧୦ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୮୭୦ କୋଟି ଡଲାର ହ୍ରାସ ପାଇଛି । ଫଳରେ ଏହା ୬୨, ୫୮୦ କୋଟି ଡଲାରକୁ ଖସିଆସିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟ ତଥ୍ୟରୁ ସୂଚନା ମିଳିଛି । ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ଏବେ ବଡ଼ ହ୍ରାସ ଘଟିଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆର୍ବିଆଇ ଏଥିରେ ହସ୍ତକ୍ଷେପ କରିଛି । ସର୍ବୋଚ୍ଚ ବ୍ୟାଙ୍କ ଏବେ ପ୍ରଚୁର ମାତ୍ରାରେ ଡଲାର ବିକ୍ରି କରି ଟଙ୍କାକୁ ସଜାଡ଼ିବା ପାଇଁ ଚେଷ୍ଟା କରୁଥିବା ମୁଦ୍ରା ଭଣ୍ଡାରର ପତନରୁ ଅନୁମେୟ । ଆଲୋଚ୍ୟ ସପ୍ତାହରେ ଫରେନ୍ କରେନ୍ସି ଆସେଟ୍ ୯୫୦ କୋଟି ଡଲାର ହ୍ରାସ ପାଇ ୫୩, ୬୦୦ କୋଟି ଡଲାରକୁ ଖସିଆସିଛି । ସେହିଭଳି ସୁନା ଭଣ୍ଡାର ୭୯.୨ କୋଟି ଡଲାର ବଢ଼ି ୬୭୮୦ କୋଟି ଡଲାରରେ ପହଞ୍ଚିଥିବା ଆର୍ବିଆଇ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି ।