ଡବଲ ଇଞ୍ଜିନ ସରକାରକୁ ଧୋଇଦେଲେ କାର୍ତ୍ତିକ ପାଣ୍ଡିଆନ

ପାରଳାଖେମୁଣ୍ଡି: ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ଧୋଇଦେଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ପାରାଳାଖେମୁଣ୍ଡି ପ୍ରଚାର ସଭାରେ... The post ଡବଲ ଇଞ୍ଜିନ ସରକାରକୁ ଧୋଇଦେଲେ କାର୍ତ୍ତିକ ପାଣ୍ଡିଆନ appeared first on .

ଡବଲ ଇଞ୍ଜିନ ସରକାରକୁ ଧୋଇଦେଲେ କାର୍ତ୍ତିକ ପାଣ୍ଡିଆନ

ପାରଳାଖେମୁଣ୍ଡି: ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ଧୋଇଦେଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ପାରାଳାଖେମୁଣ୍ଡି ପ୍ରଚାର ସଭାରେ ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ଗୁଡ଼ାଏ ରାଜ୍ଯରେ ଡବଲ ଇଞ୍ଜିନ ଚାଲୁଛି, ଆଉ ବନ୍ଦ ହେଉଛି। ହେଲେ ଓଡ଼ିଶାରେ ୨୪ ବର୍ଷ ହେଲା ନବୀନ ଇଞ୍ଜିନ ଚାଲୁଛି, ଆଗକୁ ବି ଲୋକଙ୍କ ଆଶୀର୍ବାଦରେ ଚାଲିବ। ଡବଲ ଇଞ୍ଜିନ ସରକାର ବର୍ଷକୁ ୨ କୋଟି ଚାକିରି ଦେବାକୁ ପ୍ରତିଶୃତି ଦେଇଥିଲା। ୧୦ ବର୍ଷରେ ୨୦ କୋଟି ରୋଜଗାର ଦେବାକୁ କଥା ଦେଇଥିଲା । ସେହି ଅନୁସାରେ ଓଡ଼ିଶାର ଭାଗ ହେଉଛି ୮୦ ଲକ୍ଷ ରୋଜଗାର। ଓଡ଼ିଶାର ତିନିଟି ପରିବାର ମଧ୍ଯରୁ ଜଣଙ୍କ ପରିବାରକୁ ଡବଲ ଇଞ୍ଜିନ ସରକାର ରୋଜଗାର ଦେବା କଥା । ହେଲେ ତାହା ହେଲାନି। ଡବଲ ଇଞ୍ଜିନ ସରକାରର ଜଣେ କେନ୍ଦ୍ରମନ୍ତ୍ରୀ ରୋଜଗାର ଦେବାରେ ରାଜ୍ଯ ସରକାର ବିଫଳ ହୋଇଥିବା କହିଛନ୍ତି । ନାଁ ନନେଇ ଧର୍ମେନ୍ଦ୍ରଙ୍କୁ ଜବାବ ଦେଇ ପାଣ୍ଡିଆନ କହିଛନ୍ତି, ଓଡ଼ିଶାରେ ୮୦ ଲକ୍ଷ ଚାକିରି କୁଆଡ଼େ ଗଲା ? ୮୦ ଲକ୍ଷ ଛାଡନ୍ତୁ ୮୦ ହଜାର ଚାକିରି ଦେଇଛ କି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ। କେନ୍ଦ୍ରର ତଥ୍ଯ ଅନୁସାରେ ଓଡ଼ିଶାରେ ବେକାରୀ ହାର ସବୁଠୁ କମ । ବିଜେପି ଶାସିତ ରାଜ୍ଯରେ ବେକାରୀ ସଂଖ୍ଯା ଅଧିକ। ଏଣୁ କେନ୍ଦ୍ରମନ୍ତ୍ରୀ ନବୀନ ଓଡ଼ିଶାର ବିକାଶ ଜାଣନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି ।

The post ଡବଲ ଇଞ୍ଜିନ ସରକାରକୁ ଧୋଇଦେଲେ କାର୍ତ୍ତିକ ପାଣ୍ଡିଆନ appeared first on .