ମହାବିନାୟକ ଶୈବପୀଠରେ କାଉଡିଆଙ୍କ ଜଳଲାଗି, ଦୂର ଦୂରାନ୍ତରୁ ଆସିଲେ ଭକ୍ତ

ଚଣ୍ଡୀଖୋଲ ୨୨/୦୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ସେଥିପାଇଁ ଚଳଚଞ୍ଚଳ ସମସ୍ତ ଶୈବ ପୀଠ । ବିଭିନ୍ନ ପୀଠରେ ଭକ୍ତଙ୍କ ଗହଳି ଲାଗିଛି । ମାନସିକ ପୂରଣ ଲାଗି କାଉଡିଆମାନେ ଦୂର ଦୂରାନ୍ତରୁ ଧାଇଁ ଆସି ମହାଦେବଙ୍କ ନିକଟରେ ଜଳଲାଗି କରିଛନ୍ତି ।ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ଶୈବ ପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ଅନେକ ଦୂରରୁୁ କାଉଡିଆ ମାନେ ପାଣି ଭାର ନେଇ ମହାବିନାୟକ ଶୈବ ପୀଠରେ ପହଂଚିଥିଲେ । ସକାଳୁ ମନ୍ଦିର ପହଡ ଖୋଲିବା ପରେ କାଉଡିଆ ମାନେ ପ୍ରଭୁଙ୍କ ନିକଟରେ ଜଳାଭିଷେକ କରିଥିଲେ । କାଉଡିଆ ମାନେ କେଉଁଭଳି ଶାନ୍ତି ଶୃଙ୍ଖଳାରେ ଜଳାଭିଷେକ କରିବେ ସେ ନେଇ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 

ମହାବିନାୟକ ଶୈବପୀଠରେ କାଉଡିଆଙ୍କ ଜଳଲାଗି, ଦୂର ଦୂରାନ୍ତରୁ ଆସିଲେ ଭକ୍ତ

ଚଣ୍ଡୀଖୋଲ ୨୨/୦୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ସେଥିପାଇଁ ଚଳଚଞ୍ଚଳ ସମସ୍ତ ଶୈବ ପୀଠ । ବିଭିନ୍ନ ପୀଠରେ ଭକ୍ତଙ୍କ ଗହଳି ଲାଗିଛି । ମାନସିକ ପୂରଣ ଲାଗି କାଉଡିଆମାନେ ଦୂର ଦୂରାନ୍ତରୁ ଧାଇଁ ଆସି ମହାଦେବଙ୍କ ନିକଟରେ ଜଳଲାଗି କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ଶୈବ ପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ଅନେକ ଦୂରରୁୁ କାଉଡିଆ ମାନେ ପାଣି ଭାର ନେଇ ମହାବିନାୟକ ଶୈବ ପୀଠରେ ପହଂଚିଥିଲେ । 

ସକାଳୁ ମନ୍ଦିର ପହଡ ଖୋଲିବା ପରେ କାଉଡିଆ ମାନେ ପ୍ରଭୁଙ୍କ ନିକଟରେ ଜଳାଭିଷେକ କରିଥିଲେ । କାଉଡିଆ ମାନେ କେଉଁଭଳି ଶାନ୍ତି ଶୃଙ୍ଖଳାରେ ଜଳାଭିଷେକ କରିବେ ସେ ନେଇ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।