ଦିଲ୍ଲୀ କ୍ୟାପିଟାଲ୍ସ ଛାଡିବେ ପନ୍ତ ! କେଉଁ ଫ୍ରାଞ୍ଚାଇଜ୍‌ କରିବେ ଜଏନ୍‌ ? ଜାଣନ୍ତୁ…

ନୂଆଦିଲ୍ଲୀ ୨୪।୦୭: ଆଇପିଏଲ୍‌ ୨୦୨୫ । ଆରମ୍ଭ ନହେଉଣୁ ଖୁବ୍‌ ଚର୍ଚ୍ଚାରେ । ଆସନ୍ତା ସିଜିନ୍‌ରେ ହେବ ମେଗା ଅକ୍ସନ୍‌ । ଏଥିପାଇଁ ଅନେକ ପ୍ଲେୟରଙ୍କୁ ରିଲିଜ୍‌ କରିବ ଫ୍ରାଞ୍ଚାଇଜ୍‌ । କିଛି ବଡ ପ୍ଲେୟର ଚେଞ୍ଜ କରିପାରନ୍ତି ନିଜ ଟିମ୍‌ । ଏମାନଙ୍କ ମଧ୍ୟରେ ସାମିଲ୍‌ ଅଛନ୍ତି ରିଷଭ ପନ୍ତ । କୁହାଯାଉଛି କି ଦିଲ୍ଲୀ କ୍ୟାପିଟାଲ୍ସ ଛାଡିବେ ରିଷଭ ପନ୍ତ । ଏହାପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେଉଁ ଫ୍ରାଞ୍ଚାଇଜକୁ ଯିବେ ରିଷଭ ପନ୍ତ ? କୁହାଯାଉଛି କି ପନ୍ତ ଦିଲ୍ଲୀ ଛାଡିବା ପରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଜଏନ୍‌ କରିପାରନ୍ତି । ଏକ ରିପୋର୍ଟ ଅନୁଯାୟୀ, ପନ୍ତ CSKର ଭବିଷ୍ୟତ ହୋଇପାରନ୍ତି । ତେବେ ଏ ସମ୍ପର୍କରେ କୌଣସି ଅଫିସିଆଲ୍‌ ସୂଚନା ମିଳିନି ।  କିନ୍ତୁ ରିପୋର୍ଟ ଅନୁଯାୟୀ ରିଷଭ ପନ୍ତଙ୍କ ଉପରେ ଖୁସି ନାହିଁ ଦିଲ୍ଲୀ କ୍ୟାପିଟାଲ୍ସ । ତେଣୁ ଆଗମୀ ଅକ୍ସନ୍‌ରେ ପନ୍ତଙ୍କୁ ରିଲିଜ୍‌ କରିପାରେ ଦିଲ୍ଲୀ । ଯଦି ଏପରି ହୁଏ ତେବେ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସରେ ସାମିଲ ହୋଇପାରନ୍ତି ପନ୍ତ । ସେ ଜଣେ ଅଭିଜ୍ଞ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ । ପନ୍ତ ଅନେକ ଥର ଚମତ୍କାର ପ୍ରଦର୍ଶନ କରିଛନ୍ତି ।କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍‌ ତାଙ୍କ ଉପରେ ଖୁସି ନାହିଁ । ରିଷଭ ପନ୍ତ ୨୦୧୬ରେ ଆଇପିଏଲ୍‌ରେ କରିଥିଲେ ଡେବ୍ୟୁ । ସେବେଠାରୁ ହିଁ ସେ ଦିଲ୍ଲୀ କ୍ୟାପିଟାଲ୍‌ସହ ରହିଛନ୍ତ

ଦିଲ୍ଲୀ କ୍ୟାପିଟାଲ୍ସ ଛାଡିବେ ପନ୍ତ ! କେଉଁ ଫ୍ରାଞ୍ଚାଇଜ୍‌ କରିବେ ଜଏନ୍‌ ? ଜାଣନ୍ତୁ…

ନୂଆଦିଲ୍ଲୀ ୨୪।୦୭: ଆଇପିଏଲ୍‌ ୨୦୨୫ । ଆରମ୍ଭ ନହେଉଣୁ ଖୁବ୍‌ ଚର୍ଚ୍ଚାରେ । ଆସନ୍ତା ସିଜିନ୍‌ରେ ହେବ ମେଗା ଅକ୍ସନ୍‌ । ଏଥିପାଇଁ ଅନେକ ପ୍ଲେୟରଙ୍କୁ ରିଲିଜ୍‌ କରିବ ଫ୍ରାଞ୍ଚାଇଜ୍‌ । କିଛି ବଡ ପ୍ଲେୟର ଚେଞ୍ଜ କରିପାରନ୍ତି ନିଜ ଟିମ୍‌ । ଏମାନଙ୍କ ମଧ୍ୟରେ ସାମିଲ୍‌ ଅଛନ୍ତି ରିଷଭ ପନ୍ତ । କୁହାଯାଉଛି କି ଦିଲ୍ଲୀ କ୍ୟାପିଟାଲ୍ସ ଛାଡିବେ ରିଷଭ ପନ୍ତ । ଏହାପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । 

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେଉଁ ଫ୍ରାଞ୍ଚାଇଜକୁ ଯିବେ ରିଷଭ ପନ୍ତ ? କୁହାଯାଉଛି କି ପନ୍ତ ଦିଲ୍ଲୀ ଛାଡିବା ପରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଜଏନ୍‌ କରିପାରନ୍ତି । ଏକ ରିପୋର୍ଟ ଅନୁଯାୟୀ, ପନ୍ତ CSKର ଭବିଷ୍ୟତ ହୋଇପାରନ୍ତି । ତେବେ ଏ ସମ୍ପର୍କରେ କୌଣସି ଅଫିସିଆଲ୍‌ ସୂଚନା ମିଳିନି ।  

କିନ୍ତୁ ରିପୋର୍ଟ ଅନୁଯାୟୀ ରିଷଭ ପନ୍ତଙ୍କ ଉପରେ ଖୁସି ନାହିଁ ଦିଲ୍ଲୀ କ୍ୟାପିଟାଲ୍ସ । ତେଣୁ ଆଗମୀ ଅକ୍ସନ୍‌ରେ ପନ୍ତଙ୍କୁ ରିଲିଜ୍‌ କରିପାରେ ଦିଲ୍ଲୀ । ଯଦି ଏପରି ହୁଏ ତେବେ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସରେ ସାମିଲ ହୋଇପାରନ୍ତି ପନ୍ତ । ସେ ଜଣେ ଅଭିଜ୍ଞ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ । ପନ୍ତ ଅନେକ ଥର ଚମତ୍କାର ପ୍ରଦର୍ଶନ କରିଛନ୍ତି ।

କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍‌ ତାଙ୍କ ଉପରେ ଖୁସି ନାହିଁ । ରିଷଭ ପନ୍ତ ୨୦୧୬ରେ ଆଇପିଏଲ୍‌ରେ କରିଥିଲେ ଡେବ୍ୟୁ । ସେବେଠାରୁ ହିଁ ସେ ଦିଲ୍ଲୀ କ୍ୟାପିଟାଲ୍‌ସହ ରହିଛନ୍ତି । ପନ୍ତଙ୍କୁ ଦିଲ୍ଲୀ ୨୦୧୬ରେ ୧ କୋଟି ୯୦ ଲକ୍ଷରେ କିଣିଥିଲା । ଏହାପରେ ୨୦୧୮ରେ ୮କୋଟି ଦେଇ ନିଜ ପାଖରେ ରଖିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । 

ପନ୍ତ ୨୦୨୨ ଠାରୁ ଆଇପିଏଲ୍‌ରୁ ୧୬ କୋଟି ଟଙ୍କା ପାଉଛନ୍ତି । ୨୦୨୩ରେ ମଧ୍ୟ ଦାମ୍‌ ସମାନ ରହିଥିଲା । କିନ୍ତୁ ଦୁର୍ଘଟଣା ଯୋଗୁଁ ଖେଳିପାରିନଥିଲେ ପନ୍ତ ସେହି ସିଜିନ୍‌ । କିନ୍ତୁ ସୁସ୍ଥ ହେବା ପରେ ୨୦୨୪ରେ ସେ ଫେରିଥିଲେ ଫର୍ମକୁ । ତଥାପି ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କ ଉପରେ ଖୁସି ନାହିଁ । ଯେଉଁଥିପାଇଁ ସେ ଟିମ୍‌ରୁ ବାହାର ହୋଇପାରନ୍ତି । 

ରିଷଭ ଏପର୍ଯ୍ୟନ୍ତ ଆଇପିଏଲରେ ୧୧୧ ଟି ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ସେ ୩୨୮୪ ରନ୍ ସ୍କୋର କରିଛନ୍ତି । ଆଇପିଏଲରେ ପନ୍ତ ଗୋଟିଏ ଶତକ ୧୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।  ୨୦୧୮ ସିଜିନ୍‌ରେ ଟିମ୍‌ ପାଇଁ କରିଥିଲେ ଉତ୍କୃଷ୍ଟ ପ୍ରଦର୍ଶନ । 

ସେ ୧୪ଟି ମ୍ୟାଚରେ  କରିଥିଲେ ୬୮୪ ରନ୍‌ ସ୍କୋର୍ । ଏହି ସମୟରେ ସେ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ହାସଲ କରିଥିଲେ । ପନ୍ତ ୨୦୧୯ରେ ୪୮୮ରନ୍‌ ସ୍କୋର କରିଥିଲେ । କିନ୍ତୁ ଏହାପରେ ତାଙ୍କ ବ୍ୟାଟ ସାମାନ୍ୟ ଧିମାଇ ଯାଇଥିଲେ ।