ଅନ୍ୟକୁ ଡରାଇବା ଧମକାଇବା କଂଗ୍ରେସର ସଂସ୍କୃତି…ଓକିଲଙ୍କ ଚିଠିକୁ ନେଇ ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଅନ୍ୟମାନଙ୍କୁ ଭୟଭୀତ କରିବା ହେଉଛି କଂଗ୍ରେସର ପୁରୁଣା ସଂସ୍କୃତି। ମାତ୍ର ୫ଦଶନ୍ଧି ପୂର୍ବରୁ ସେ ଏକ ‘ପ୍ରତିବଦ୍ଧ ନ୍ୟାୟପାଳିକା’ର ଆହ୍ବାନ କରିଥିଲେ – ସେମାନେ ଲଜ୍ଜାଜନକ ଭାବରେ ନିଜର ସ୍ବାର୍ଥ ପାଇଁ ଅନ୍ୟମାନଙ୍କଠାରୁ ପ୍ରତିବଦ୍ଧତା ଖୋଜନ୍ତି କିନ୍ତୁ ଦେଶ ପ୍ରତି କୌଣସି ପ୍ରତିବଦ୍ଧତାକୁ ଏଡାନ୍ତି। ଏଥିରେ ଆଶ୍ଚର୍ଯ୍ୟର କଥା ଯେ ୧୪୦ କୋଟି ଭାରତୀୟ ତାଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ’ଏହାପୂର୍ବରୁ ବରିଷ୍ଠ ଓକିଲ ହରିଶ ସାଲଭେ ଏବଂ ବାର […] The post ଅନ୍ୟକୁ ଡରାଇବା ଧମକାଇବା କଂଗ୍ରେସର ସଂସ୍କୃତି…ଓକିଲଙ୍କ ଚିଠିକୁ ନେଇ ଏମିତି କହିଲେ ମୋଦି appeared first on Dharitri Odia News.

ଅନ୍ୟକୁ ଡରାଇବା ଧମକାଇବା କଂଗ୍ରେସର ସଂସ୍କୃତି…ଓକିଲଙ୍କ ଚିଠିକୁ ନେଇ ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଅନ୍ୟମାନଙ୍କୁ ଭୟଭୀତ କରିବା ହେଉଛି କଂଗ୍ରେସର ପୁରୁଣା ସଂସ୍କୃତି। ମାତ୍ର ୫ଦଶନ୍ଧି ପୂର୍ବରୁ ସେ ଏକ ‘ପ୍ରତିବଦ୍ଧ ନ୍ୟାୟପାଳିକା’ର ଆହ୍ବାନ କରିଥିଲେ – ସେମାନେ ଲଜ୍ଜାଜନକ ଭାବରେ ନିଜର ସ୍ବାର୍ଥ ପାଇଁ ଅନ୍ୟମାନଙ୍କଠାରୁ ପ୍ରତିବଦ୍ଧତା ଖୋଜନ୍ତି କିନ୍ତୁ ଦେଶ ପ୍ରତି କୌଣସି ପ୍ରତିବଦ୍ଧତାକୁ ଏଡାନ୍ତି। ଏଥିରେ ଆଶ୍ଚର୍ଯ୍ୟର କଥା ଯେ ୧୪୦ କୋଟି ଭାରତୀୟ ତାଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ’ଏହାପୂର୍ବରୁ ବରିଷ୍ଠ ଓକିଲ ହରିଶ ସାଲଭେ ଏବଂ ବାର କାଉନସିଲ ଅଫ ଇଣ୍ଡିଆ ସଭାପତି ମନନ କୁମାର ମିଶ୍ରଙ୍କ ସମେତ ପ୍ରାୟ ୬୦୦ ଓକିଲ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ଅଭିଯୋଗ କରାଯାଇଛି କି ଏକ ନିହିତ ସ୍ବାର୍ଥ ବାଲା ସମୁହ ‘ଅଯଥା ତର୍କ ଓ ଘେସାପେଟା ରାଜନୈତିକ ଏଜେଣ୍ଡା’ ଆଧାରରେ ନ୍ୟାୟପାଳିକା ଉପରେ ଚାପ ପକାଯାଉଛି ଓ କୋର୍ଟଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି।

ମାର୍ଚ୍ଚ ୨୬ରେ ଭାରତର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି କି, ଏହି ରଣନୀତି ଆମ କୋର୍ଟ ପାଇଁ କ୍ଷତିକାରକ ଏବଂ ଆମର ଗଣତାନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି। ଅଫିସିୟାଲ ସୂତ୍ରରୁ ବିନା ନାମରେ ଓକିଲଙ୍କ ଏକ ବର୍ଗ ଉପରେ ଟାର୍ଗେଟ କରାଯାଇ ଅଭିଯୋଗ ହୋଇଛି ଯେ ସେମାନେ ଦିନରେ ରାଜନେତାଙ୍କୁ ରକ୍ଷା କରନ୍ତି ଏବଂ ପରେ ରାତିରେ ଗଣମାଧ୍ୟମ ମାଧ୍ୟମରେ ବିଚାରପତିଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି।

The post ଅନ୍ୟକୁ ଡରାଇବା ଧମକାଇବା କଂଗ୍ରେସର ସଂସ୍କୃତି…ଓକିଲଙ୍କ ଚିଠିକୁ ନେଇ ଏମିତି କହିଲେ ମୋଦି appeared first on Dharitri Odia News.