ଆୟର୍ଲାଣ୍ଡ ବ୍ୟାଟର୍ଙ୍କ ବିଶ୍ୱ ରେକର୍ଡ: ଟି-୨୦ରେ ୪୦୦ ଚୌକା ମାରିବାରେ ହେଲେ ପ୍ରଥମ ବ୍ୟାଟର
ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବ୍ୟାଟର୍ଙ୍କ ବିଶ୍ୱ ରେକର୍ଡ। ଭାଙ୍ଗିଲେ ବାବରଙ୍କ ରେକର୍ଡ। ଅନ୍ତର୍ଜାତୀୟ ଟି-୨୦ରେ ୪୦୦ ଚୌକା ମାରିବାରେ ପ୍ରଥମ ବ୍ୟାଟର ହୋଇଛନ୍ତି ପଲ୍ ଷ୍ଟ୍ରିର୍ଲିଂ। ୟୁଏଇରେ ଚାଲୁଥିବା ଆୟର୍ଲାଣ୍ଡ ଏବଂ ଆଫଗାନିସ୍ତାନ ଟି -20 ସିରିଜରେ ଏହି ଉପଲବ୍ଧି ହାସଲ କରିଛନ୍ତି ଷ୍ଟ୍ରିଲିଂ।ଆନ୍ତର୍ଜାତୀୟ ଟି -20ରେ ଇତିହାସ ସୃଷ୍ଟି କରିଛନ୍ତି ଆୟର୍ଲାଣ୍ଡର ପଲ୍ ଷ୍ଟିର୍ଲିଂ । ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-20ରେ ପଲ୍ ଷ୍ଟିର୍ଲିଂ ୨୭ ବଲରେ ୨୫ ରନ ସଂଗ୍ରହ କରିଥିଲେ। ଇନିଂସରେ ଷ୍ଟିର୍ଲିଂ ୨ଟି ଚୌକା ଓ ଗୋଟିଏ ଛକା ମାରିବାରେ ସଫଳ ହୋଇଥିଲେ। ହେଲେ ଭାବୁଥିବେ ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି। କିନ୍ତୁ ଏହି ଇଂନିସ୍ରେ ଚୌକା ମାରି ଟି-20 ଇଣ୍ଟରନ୍ୟାସନାଲରେ ବିଶ୍ୱରେକର୍ଡ କରିଛନ୍ତି ଷ୍ଟିର୍ଲିଂ। ପଲ୍ ଷ୍ଟିର୍ଲିଂ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବରେ ଟି-20 ଇଣ୍ଟରନ୍ୟାସନାଲରେ ୪୦୦ ଚୌକା ମାରିବାରେ ହୋଇଛନ୍ତି ପ୍ରଥମ ବ୍ୟାଟର । ତାଙ୍କ ପଛକୁ ଅଛନ୍ତି ପାକିସ୍ତାନର ବାବର ଆଜାମ। ବାବର ଏପର୍ଯ୍ୟନ୍ତ ଟି -20 ଇଣ୍ଟରନ୍ୟାସନାଲରେ ୩୯୫ ଚୌକା ମାରିଛନ୍ତି। ତେବେ ବାବରଙ୍କୁ ପଲ୍ ଷ୍ଟିର୍ଲିଂଙ୍କ ଏହି ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। କାରଣ ଦୁହେଁ ପରସ୍ପରର ଅତି ନିକଟତର ଅଛନ୍ତି।ଏଥିସହିତ, ବିରାଟ କୋହଲି ତୃତୀୟ ସ୍ଥାନରେ ଅଛନ୍ତି, ଯିଏ ଟି-20 ଇଣ୍ଟରନ୍ୟାସନାଲରେ ୩୬୧ ଚୌକା ମାରିଛନ୍ତି। ସେହିପରି ରୋହି
ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବ୍ୟାଟର୍ଙ୍କ ବିଶ୍ୱ ରେକର୍ଡ। ଭାଙ୍ଗିଲେ ବାବରଙ୍କ ରେକର୍ଡ। ଅନ୍ତର୍ଜାତୀୟ ଟି-୨୦ରେ ୪୦୦ ଚୌକା ମାରିବାରେ ପ୍ରଥମ ବ୍ୟାଟର ହୋଇଛନ୍ତି ପଲ୍ ଷ୍ଟ୍ରିର୍ଲିଂ। ୟୁଏଇରେ ଚାଲୁଥିବା ଆୟର୍ଲାଣ୍ଡ ଏବଂ ଆଫଗାନିସ୍ତାନ ଟି -20 ସିରିଜରେ ଏହି ଉପଲବ୍ଧି ହାସଲ କରିଛନ୍ତି ଷ୍ଟ୍ରିଲିଂ।
ଆନ୍ତର୍ଜାତୀୟ ଟି -20ରେ ଇତିହାସ ସୃଷ୍ଟି କରିଛନ୍ତି ଆୟର୍ଲାଣ୍ଡର ପଲ୍ ଷ୍ଟିର୍ଲିଂ । ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-20ରେ ପଲ୍ ଷ୍ଟିର୍ଲିଂ ୨୭ ବଲରେ ୨୫ ରନ ସଂଗ୍ରହ କରିଥିଲେ। ଇନିଂସରେ ଷ୍ଟିର୍ଲିଂ ୨ଟି ଚୌକା ଓ ଗୋଟିଏ ଛକା ମାରିବାରେ ସଫଳ ହୋଇଥିଲେ। ହେଲେ ଭାବୁଥିବେ ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି। କିନ୍ତୁ ଏହି ଇଂନିସ୍ରେ ଚୌକା ମାରି ଟି-20 ଇଣ୍ଟରନ୍ୟାସନାଲରେ ବିଶ୍ୱରେକର୍ଡ କରିଛନ୍ତି ଷ୍ଟିର୍ଲିଂ।
ପଲ୍ ଷ୍ଟିର୍ଲିଂ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବରେ ଟି-20 ଇଣ୍ଟରନ୍ୟାସନାଲରେ ୪୦୦ ଚୌକା ମାରିବାରେ ହୋଇଛନ୍ତି ପ୍ରଥମ ବ୍ୟାଟର । ତାଙ୍କ ପଛକୁ ଅଛନ୍ତି ପାକିସ୍ତାନର ବାବର ଆଜାମ। ବାବର ଏପର୍ଯ୍ୟନ୍ତ ଟି -20 ଇଣ୍ଟରନ୍ୟାସନାଲରେ ୩୯୫ ଚୌକା ମାରିଛନ୍ତି। ତେବେ ବାବରଙ୍କୁ ପଲ୍ ଷ୍ଟିର୍ଲିଂଙ୍କ ଏହି ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। କାରଣ ଦୁହେଁ ପରସ୍ପରର ଅତି ନିକଟତର ଅଛନ୍ତି।
ଏଥିସହିତ, ବିରାଟ କୋହଲି ତୃତୀୟ ସ୍ଥାନରେ ଅଛନ୍ତି, ଯିଏ ଟି-20 ଇଣ୍ଟରନ୍ୟାସନାଲରେ ୩୬୧ ଚୌକା ମାରିଛନ୍ତି। ସେହିପରି ରୋହିତ ଶର୍ମା ୩୫୯ ଚୌକା ମାରିଛନ୍ତି। ଡେଭିଡ ୱାର୍ଣ୍ଣର T20Iରେ ୩୨୦ ଚୌକା ମାରିବାର ରେକର୍ଡ ରହିଛି।
ପଲ୍ ଷ୍ଟିର୍ଲିଂଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ଏହି ବ୍ୟାଟର୍ ଏପର୍ଯ୍ୟନ୍ତ ୬ଟି ଟେଷ୍ଟ, 160ଟି ଦିନିକିଆ ଏବଂ 135 ଟି-20 ମ୍ୟାଚ୍ ଖେଳିଛନ୍ତି। ଦିନିକିଆରେ ତାଙ୍କ ନାମରେ ୧୪ ଶତକ, ଟେଷ୍ଟରେ ଗୋଟିଏ ଶତକ ଏବଂ ଟି -20 ରେ ଗୋଟିଏ ଶତକ ମାରିଛନ୍ତି। ଅର୍ଥାତ୍ ଷ୍ଟିର୍ଲିଂ ଅନ୍ତର୍ଜାତୀୟ କ୍ରିକେଟ୍ ରେ ଏପର୍ଯ୍ୟନ୍ତ ୧୬ ଶତକ ହାସଲ କରିଛନ୍ତି।
ପ୍ରକାଶଥାଉକି ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ଆୟର୍ଲାଣ୍ଡ ବ୍ୟାଟିଂ କରିଥିଲା। ପ୍ରଥମେ ଖେଳି ଆୟର୍ଲାଣ୍ଡ 20 ଓଭରରେ 6 ୱିକେଟ୍ ହରାଇ 149 ରନ୍ ସଂଗ୍ରହ କରିଥିଲା, ଏହା ପରେ ଆଫଗାନିସ୍ତାନ ମାତ୍ର ୧୧୧ ରନରେ ସିମୀତ ରହିଥିଲା। ଏହି ମ୍ୟାଚକୁ ୩୮ ରନରେ ଜିତିଥିଲା ଆୟର୍ଲାଣ୍ଡ। ୟୁଏଇରେ ଆୟର୍ଲାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି -20 ସିରିଜ୍ ଆୟୋଜିତ ହେଉଛି। ଦୁଇ ଟିମ୍ ମଧ୍ୟରେ ତିନୋଟି ଟି-20 ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ।