ରୋହିତ ଶର୍ମାଙ୍କ ପାଇଁ ଦିନେ ମୁଁ ଟିକେଟ କିଣି ମ୍ୟାଚ୍‌ ଦେଖିବି- ବିରେନ୍ଦ୍ର ସେହଓ୍ୱାଗ୍‌

ମୁମ୍ବାଇ ୨୬।୦୬ : ଯଦି ମୁଁ ଟିକେଟ କିଣି ମ୍ୟାଚ୍‌ ଦେଖିବାକୁ ଚାହେଁ । ତେବେ ସେ ତାହା କେବଳ ରୋହିତ ଶର୍ମା ଖେଳୁଥିବା ମ୍ୟାଚ୍‌ । ଏପରି କିଛି ବଡ଼ ବୟାନ ଦେଇଛନ୍ତି ଭାରତୀୟ କ୍ରିକେଟ୍‌ର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ୱାଗ୍‌ । କ୍ରିକ୍‌ବଜ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ବିରେନ୍ଦ୍ର ସେହଓ୍ୱାଗ୍‌ କହିଛନ୍ତି ଯେ, ଯଦି ଭବିଷ୍ୟତରେ କୌଣସି ମ୍ୟାଚ୍‌କୁ ଯଦି ଟିକେଟ କିଣିବାକୁ ଚାହିଁବି । ତେବେ ସେ କେବଳ ରୋହିତ ଶର୍ମାଙ୍କ ମ୍ୟାଚ୍‌ ହେବ । କାହିଁକି ନା ମୁଁ ରୋହିତ ଶର୍ମାଙ୍କ ଗୋଟେ ବଡ଼ ଫ୍ୟାନ୍‌ । ତାଙ୍କ ବ୍ୟାଟିଂ ଶୈଳୀ ଦେଖିବାକୁ ମୋତେ ଖୁବ୍‌ ପସନ୍ଦ ଲାଗେ । ରୋହିତ ଶର୍ମା ଯେଉଁଭଳି ଭାବେ ବ୍ୟାଟିଂ କରନ୍ତି। ଦେଖିବାକୁ ଖୁବ୍‌ ସନ୍ତୁଷ୍ଟ ଲାଗେ। ଖେଳ ଆରମ୍ଭରୁ ଯଦି କୌଣସି ବୋଲର ରୋହିତଙ୍କ ଓ୍ୱିକେଟ୍‌ ନନିଅନ୍ତି । ତେବେ ଆଗାମୀ ସମୟରେ ସେହି ବୋଲରଙ୍କ ପାଇଁ କାଳ ସାଜିପାରିବେ ରୋହିତ। ସୂଚନାଯୋଗ୍ୟ ଯେ,  ରୋହିତ ଶର୍ମା ବର୍ତ୍ତମାନ ଯାଏଁ ୫୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୧୩୮ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୨୧୨ । ଟେଷ୍ଟ କ୍ୟାରିୟରରେ ୧୨ଟି ଶତ, ଗୋଟିଏ ଦ୍ୱିଶତକ ଏବଂ ୧୭ଟି ଅର୍ଦ୍ଧଶତକ ରହିଛି । ୨୬୨ଟି ଦିନିକିଆ ମ୍ୟାଚ୍‌ ଖେଳି ରୋହିତ ଶର୍ମା ୧୦୭୦୯ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କ ବ୍ୟକ୍ତିଗତ ଭାବେ ୨୬୪ ସର୍ବାଧିକ ସ୍କୋର ରହିଛି ।

ରୋହିତ ଶର୍ମାଙ୍କ ପାଇଁ ଦିନେ ମୁଁ ଟିକେଟ କିଣି ମ୍ୟାଚ୍‌ ଦେଖିବି- ବିରେନ୍ଦ୍ର ସେହଓ୍ୱାଗ୍‌

ମୁମ୍ବାଇ ୨୬।୦୬ : ଯଦି ମୁଁ ଟିକେଟ କିଣି ମ୍ୟାଚ୍‌ ଦେଖିବାକୁ ଚାହେଁ । ତେବେ ସେ ତାହା କେବଳ ରୋହିତ ଶର୍ମା ଖେଳୁଥିବା ମ୍ୟାଚ୍‌ । ଏପରି କିଛି ବଡ଼ ବୟାନ ଦେଇଛନ୍ତି ଭାରତୀୟ କ୍ରିକେଟ୍‌ର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ୱାଗ୍‌ । 

କ୍ରିକ୍‌ବଜ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ବିରେନ୍ଦ୍ର ସେହଓ୍ୱାଗ୍‌ କହିଛନ୍ତି ଯେ, ଯଦି ଭବିଷ୍ୟତରେ କୌଣସି ମ୍ୟାଚ୍‌କୁ ଯଦି ଟିକେଟ କିଣିବାକୁ ଚାହିଁବି । ତେବେ ସେ କେବଳ ରୋହିତ ଶର୍ମାଙ୍କ ମ୍ୟାଚ୍‌ ହେବ । କାହିଁକି ନା ମୁଁ ରୋହିତ ଶର୍ମାଙ୍କ ଗୋଟେ ବଡ଼ ଫ୍ୟାନ୍‌ । ତାଙ୍କ ବ୍ୟାଟିଂ ଶୈଳୀ ଦେଖିବାକୁ ମୋତେ ଖୁବ୍‌ ପସନ୍ଦ ଲାଗେ । ରୋହିତ ଶର୍ମା ଯେଉଁଭଳି ଭାବେ ବ୍ୟାଟିଂ କରନ୍ତି। ଦେଖିବାକୁ ଖୁବ୍‌ ସନ୍ତୁଷ୍ଟ ଲାଗେ। ଖେଳ ଆରମ୍ଭରୁ ଯଦି କୌଣସି ବୋଲର ରୋହିତଙ୍କ ଓ୍ୱିକେଟ୍‌ ନନିଅନ୍ତି । ତେବେ ଆଗାମୀ ସମୟରେ ସେହି ବୋଲରଙ୍କ ପାଇଁ କାଳ ସାଜିପାରିବେ ରୋହିତ। 

ସୂଚନାଯୋଗ୍ୟ ଯେ,  ରୋହିତ ଶର୍ମା ବର୍ତ୍ତମାନ ଯାଏଁ ୫୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୧୩୮ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୨୧୨ । ଟେଷ୍ଟ କ୍ୟାରିୟରରେ ୧୨ଟି ଶତ, ଗୋଟିଏ ଦ୍ୱିଶତକ ଏବଂ ୧୭ଟି ଅର୍ଦ୍ଧଶତକ ରହିଛି । 

୨୬୨ଟି ଦିନିକିଆ ମ୍ୟାଚ୍‌ ଖେଳି ରୋହିତ ଶର୍ମା ୧୦୭୦୯ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କ ବ୍ୟକ୍ତିଗତ ଭାବେ ୨୬୪ ସର୍ବାଧିକ ସ୍କୋର ରହିଛି । ଦିନିକିଆ କ୍ୟାରିୟରରେ ରୋହିତ ୩୧ଟି ଶତକ, ୫୫ଟି ଅର୍ଦ୍ଧଶକ ରହିଥିବା ବେଳେ ୩ ଦ୍ୱିଶତକ ରହିଛି । ରୋହିତ ଶର୍ମା ବିଶ୍ୱର ଜଣେ ବ୍ୟାଟସମ୍ୟାନ୍‌ ଯିଏ ୩ ଥର ଦ୍ୱିଶତକ ହାସଲ କରିଥିବା ବ୍ୟାଟର । 

ବର୍ତ୍ତମାନ ଯାଏଁ ରୋହିତ ଶର୍ମା ୧୫୭ଟି ଟି-୨୦ମ୍ୟାଚ୍‌ ଖେଳି ୪୧୬୫ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୫ଟି ଶତକ ଏବଂ ୩୧ଟି ଅର୍ଦ୍ଧଶତକ ରହିଛି । ବ୍ୟକ୍ତିଗତ ଭାବେ ୧୨୧ ତାଙ୍କର ସର୍ବାଧିକ ସ୍କୋର ରହିଛି । ସେହିପରି ଆଇପିଏଲ୍‌ କ୍ୟାରିୟରରେ ରୋହିତ ଶର୍ମା ୨୫୫ଟି ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ୬୫୪୧ ରନ୍‌ ସଂଗ୍ରହ କରିଛନ୍ତି । ଆଇପିଏଲ୍‌ କ୍ୟାରିୟରରେ ରୋହିତଙ୍କର ଗୋଟିଏ ଶତକ ରହିଥିବା ବେଳେ ୪୨ଟି ଅର୍ଦ୍ଧଶତକ ରହିଛି । ୧୦୯ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି ।