ମୁମ୍ବାଇ ପୋଲିସରେ ପ୍ରଥମ ଥର ହାଜର ହେଲେ ରଣବୀର ଆହ୍ଲାବାଦିଆ, ୨ ଘଣ୍ଟା ଜେରା କଲା ସାଇବର ସେଲ୍
ନୂଆଦିଲ୍ଲୀ: ଇଣ୍ଡିଆଜ ଗଟ୍ ଲାଟେଣ୍ଟ ଶୋକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୋମବାର ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ଓ ଆଶିଷ ଚଞ୍ଚଲାନୀ ମହାରାଷ୍ଟ୍ର ସାଇବର ସେଲ୍ରେ ହାଜର ହୋଇଛନ୍ତି। ଏଠାରେ ପୋଲିସ ଉଭୟଙ୍କୁ ୨ ଘଣ୍ଟା ଧରି ଜେରା କରିଛନ୍ତି। ଜାରି ସମନ ଅନୁସାରେ ଉଭୟ ଆଜି ସାଇବର ସେଲ୍ରେ ହାଜର ହୋଇଥିଲେ। ଇଣ୍ଡିଆଜ ଗଟ୍ ଲାଟେଣ୍ଟ ଶୋରେ ଅଭିଭାବକଙ୍କୁ ନେଇ ଅଶ୍ଳୀଳ ଟିପ୍ପଣୀ ଦେବା ଏବଂ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେଉଥିବା ଉଭୟଙ୍କ ଉପରେ ଅଭିଯୋଗ ହୋଇଛି।ମହାରାଷ୍ଟ୍ର ସାଇବର ସେଲ୍ ଅନୁଯାୟୀ, ଆଶିଷ ଚଞ୍ଚଲାନୀ ଓ ରଣବୀର ଆହ୍ଲାବାଦିଆ ମହାରାଷ୍ଟ୍ର ସାଇବର ସେଲ୍ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଦୁହେଁ ନିଜର ବୟାନ ରେକର୍ଡ କରିବାକୁ ଚାହୁଁଥିବା ଅଧିକାରୀଙ୍କୁ କହିଥିଲେ। ଏହା ପରେ ପୋଲିସ ଉଭୟଙ୍କୁ ଆଜି ଦୁଇ ଘଣ୍ଟା ଧରି ପଚରା ଉଚୁରା କରିଥିଲା। ଉଲ୍ଲେଖନୀୟ ଏହି ମାମଲାରେ ସମୟ ରୈନା, ଅପୂର୍ବା ମୁଖିଜା ଓ ଶୋ ସହ ସଂପୃକ୍ତ ଅନ୍ୟ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ମହାରାଷ୍ଟ୍ର ସାଇବର ସେଲ୍ର ଅଧିକାରୀଙ୍କ ଅନୁସାରେ ମାମଲାରେ ଏ ପର୍ଯ୍ୟନ୍ତ କଳାକାର, ନିର୍ଦ୍ଦେଶକ ଓ ଇନଫ୍ଲୁଏନସରଙ୍କ ସହିତ ୪୨ ଜଣଙ୍କୁ ପଚରା ଉଚୁରା ପାଇଁ ଡକାଯାଇଛି। ଏହା ପୂର୍ବରୁ ଫେବୃଆରୀ ୧୮ରେ ସୁପ୍ରିମକୋର୍ଟ ଏହି ମାମଲା ଉପରେ ଶୁଣାଣି କରି ରଣବୀର ଆହ୍ଲାବାଦିଆଙ୍କ ଟିପ୍ପଣୀର କଡ଼ା ନିନ୍ଦା କରିଥିଲେ। ଜଷ୍ଟିସ ସ
ନୂଆଦିଲ୍ଲୀ: ଇଣ୍ଡିଆଜ ଗଟ୍ ଲାଟେଣ୍ଟ ଶୋକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୋମବାର ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ଓ ଆଶିଷ ଚଞ୍ଚଲାନୀ ମହାରାଷ୍ଟ୍ର ସାଇବର ସେଲ୍ରେ ହାଜର ହୋଇଛନ୍ତି। ଏଠାରେ ପୋଲିସ ଉଭୟଙ୍କୁ ୨ ଘଣ୍ଟା ଧରି ଜେରା କରିଛନ୍ତି। ଜାରି ସମନ ଅନୁସାରେ ଉଭୟ ଆଜି ସାଇବର ସେଲ୍ରେ ହାଜର ହୋଇଥିଲେ। ଇଣ୍ଡିଆଜ ଗଟ୍ ଲାଟେଣ୍ଟ ଶୋରେ ଅଭିଭାବକଙ୍କୁ ନେଇ ଅଶ୍ଳୀଳ ଟିପ୍ପଣୀ ଦେବା ଏବଂ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେଉଥିବା ଉଭୟଙ୍କ ଉପରେ ଅଭିଯୋଗ ହୋଇଛି।
ମହାରାଷ୍ଟ୍ର ସାଇବର ସେଲ୍ ଅନୁଯାୟୀ, ଆଶିଷ ଚଞ୍ଚଲାନୀ ଓ ରଣବୀର ଆହ୍ଲାବାଦିଆ ମହାରାଷ୍ଟ୍ର ସାଇବର ସେଲ୍ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଦୁହେଁ ନିଜର ବୟାନ ରେକର୍ଡ କରିବାକୁ ଚାହୁଁଥିବା ଅଧିକାରୀଙ୍କୁ କହିଥିଲେ। ଏହା ପରେ ପୋଲିସ ଉଭୟଙ୍କୁ ଆଜି ଦୁଇ ଘଣ୍ଟା ଧରି ପଚରା ଉଚୁରା କରିଥିଲା। ଉଲ୍ଲେଖନୀୟ ଏହି ମାମଲାରେ ସମୟ ରୈନା, ଅପୂର୍ବା ମୁଖିଜା ଓ ଶୋ ସହ ସଂପୃକ୍ତ ଅନ୍ୟ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ମହାରାଷ୍ଟ୍ର ସାଇବର ସେଲ୍ର ଅଧିକାରୀଙ୍କ ଅନୁସାରେ ମାମଲାରେ ଏ ପର୍ଯ୍ୟନ୍ତ କଳାକାର, ନିର୍ଦ୍ଦେଶକ ଓ ଇନଫ୍ଲୁଏନସରଙ୍କ ସହିତ ୪୨ ଜଣଙ୍କୁ ପଚରା ଉଚୁରା ପାଇଁ ଡକାଯାଇଛି।
ଏହା ପୂର୍ବରୁ ଫେବୃଆରୀ ୧୮ରେ ସୁପ୍ରିମକୋର୍ଟ ଏହି ମାମଲା ଉପରେ ଶୁଣାଣି କରି ରଣବୀର ଆହ୍ଲାବାଦିଆଙ୍କ ଟିପ୍ପଣୀର କଡ଼ା ନିନ୍ଦା କରିଥିଲେ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଏନ କୋଟିଶ୍ଵର ସିଂ ଆହ୍ଲାବାଦିଆଙ୍କ କଡ଼ା ଶବ୍ଦରେ ଭର୍ତ୍ସନା କରିଥିଲେ। ଏହି ମାଲଲାରେ ସର୍ବୋଚ୍ଚ ନ୍ୟାୟାଳୟ ଆହ୍ଲାବାଦିଆଙ୍କୁ ଗିରଫଦାରୀରୁ ଆଶ୍ଵସ୍ତି ଦେଇଥିଲେ। ଅନ୍ୟପଟେ ବିବାଦ ବଢିବାରୁ ସମୟ ରୈନା ଇଣ୍ଡିଆଜ ଗଟ୍ ଲାଟେଣ୍ଟର ସମସ୍ତ ଏପିସୋଡକୁ ୟୁଟ୍ୟୁବ୍ରୁ ହଟାଇ ଦେଇଥିଲେ।