ପାକିସ୍ତାନ ସୂଚନାମନ୍ତ୍ରୀ ଅଜମା ବୁଖାରୀ ବଡ଼ ବୟାନ, କହିଲେ-ନବାଜ ସରିଫ ରଚିଥିଲେ ଭାରତ ଆକ୍ରମଣ ଯୋଜନା

ନୂଆଦିଲ୍ଲୀ ୧୪।୫:  ପାକିସ୍ତାନ ସୂଚନାମନ୍ତ୍ରୀ ଅଜମା ବୁଖାରୀ ଦାବି କରିଛନ୍ତି ଯେ ଭାରତ ବିରୋଧରେ ନିକଟରେ ହୋଇଥିବା ଆକ୍ରମଣ ଯୋଜନା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ପ୍ରସ୍ତୁତ କରିଥିଲେ। ବୁଖାରୀଙ୍କ ଏହି ବୟାନ ପାକିସ୍ତାନରେ ଏବେ ନୂଆ ବିବାଦ ସୃଷ୍ଟି କରିଛି । ପାକିସ୍ତାନ ମୁସ୍ଲିମ ଲିଗ୍-ନବାଜ (ପିଏମଏଲ-ଏନ)ର ବରିଷ୍ଠ ନେତା ତଥା ପଞ୍ଜାବ ପ୍ରୋଭିନ୍ସ ସୂଚନାମନ୍ତ୍ରୀ ଅଜମା ବୁଖାରୀ ୧୪ ମେ ବୁଧବାର ଏକ ସାମ୍ବାଦିକ ସମ୍ମିଳନାରେ ଏହି ଦାବି କରିଛନ୍ତି। ବୁଖାରୀ କହିଛନ୍ତି ଭାରତ ବିରୋଧରେ ଯୁଦ୍ଧ ଯୋଜନା ନବାଜ ସରିଫଙ୍କ ଦେଖରେଖରେ ପ୍ରସ୍ତୁତ କରାଯାଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ନବାଜ ସରିଫ ଛୋଟମୋଟ ନେତା ନୁହନ୍ତି, ସେ ସର୍ବଦା ବଡ଼ ସ୍ତରରେ କାମ କରନ୍ତି। ବୁଖାରୀ ଏହା ମଧ୍ୟ କହିଛନ୍ତି ଯେ ନବାଜ ସରିଫ ସେହି ନେତା ଯିଏ ପାକିସ୍ତାନକୁ ପରମାଣୁ ଶକ୍ତିରେ ପରିଣତ କରିଛନ୍ତି ଓ ଏବେ ସେ ଭାରତ ବିରୋଧରେ ଯୁଦ୍ଧର ପୂରା ଯୋଜନା ପ୍ରସ୍ତୁତ କରିଛନ୍ତି। ନବାଜ ସରିଫ ୩ ଥର ପାକିସ୍ତାନ ପ୍ରଧାନମନ୍ତ୍ରୀ ଥିଲେ। ଏପରିକି ସେ ୧୯୯୯ କାର୍ଗିଲ ଯୁଦ୍ଧକାଳରେ ମଧ୍ୟ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏହି ଯୁଦ୍ଧ ଏବେ ସିଜଫାୟାରରେ ଅଟକିଛି। ତେବେ ସିଜଫାୟାର ପରେ ନବାଜ ସରିଫ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସରିଫ ସେନାମୁଖ୍ୟ ସୟଦ ଅସୀମ ମୁନୀର ଓ ପାକିସ୍ତାନ ସଶସ୍ତ୍ର ବଳର ଉଚ୍ଚ ପ୍ରଶଂସା କରିବା ସହିତ ପାକିସ୍

ପାକିସ୍ତାନ ସୂଚନାମନ୍ତ୍ରୀ ଅଜମା ବୁଖାରୀ ବଡ଼ ବୟାନ, କହିଲେ-ନବାଜ ସରିଫ ରଚିଥିଲେ ଭାରତ ଆକ୍ରମଣ ଯୋଜନା

ନୂଆଦିଲ୍ଲୀ ୧୪।୫:  ପାକିସ୍ତାନ ସୂଚନାମନ୍ତ୍ରୀ ଅଜମା ବୁଖାରୀ ଦାବି କରିଛନ୍ତି ଯେ ଭାରତ ବିରୋଧରେ ନିକଟରେ ହୋଇଥିବା ଆକ୍ରମଣ ଯୋଜନା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ପ୍ରସ୍ତୁତ କରିଥିଲେ। ବୁଖାରୀଙ୍କ ଏହି ବୟାନ ପାକିସ୍ତାନରେ ଏବେ ନୂଆ ବିବାଦ ସୃଷ୍ଟି କରିଛି । ପାକିସ୍ତାନ ମୁସ୍ଲିମ ଲିଗ୍-ନବାଜ (ପିଏମଏଲ-ଏନ)ର ବରିଷ୍ଠ ନେତା ତଥା ପଞ୍ଜାବ ପ୍ରୋଭିନ୍ସ ସୂଚନାମନ୍ତ୍ରୀ ଅଜମା ବୁଖାରୀ ୧୪ ମେ ବୁଧବାର ଏକ ସାମ୍ବାଦିକ ସମ୍ମିଳନାରେ ଏହି ଦାବି କରିଛନ୍ତି। 

ବୁଖାରୀ କହିଛନ୍ତି ଭାରତ ବିରୋଧରେ ଯୁଦ୍ଧ ଯୋଜନା ନବାଜ ସରିଫଙ୍କ ଦେଖରେଖରେ ପ୍ରସ୍ତୁତ କରାଯାଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ନବାଜ ସରିଫ ଛୋଟମୋଟ ନେତା ନୁହନ୍ତି, ସେ ସର୍ବଦା ବଡ଼ ସ୍ତରରେ କାମ କରନ୍ତି। ବୁଖାରୀ ଏହା ମଧ୍ୟ କହିଛନ୍ତି ଯେ ନବାଜ ସରିଫ ସେହି ନେତା ଯିଏ ପାକିସ୍ତାନକୁ ପରମାଣୁ ଶକ୍ତିରେ ପରିଣତ କରିଛନ୍ତି ଓ ଏବେ ସେ ଭାରତ ବିରୋଧରେ ଯୁଦ୍ଧର ପୂରା ଯୋଜନା ପ୍ରସ୍ତୁତ କରିଛନ୍ତି। ନବାଜ ସରିଫ ୩ ଥର ପାକିସ୍ତାନ ପ୍ରଧାନମନ୍ତ୍ରୀ ଥିଲେ। ଏପରିକି ସେ ୧୯୯୯ କାର୍ଗିଲ ଯୁଦ୍ଧକାଳରେ ମଧ୍ୟ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। 

ଏହି ଯୁଦ୍ଧ ଏବେ ସିଜଫାୟାରରେ ଅଟକିଛି। ତେବେ ସିଜଫାୟାର ପରେ ନବାଜ ସରିଫ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସରିଫ ସେନାମୁଖ୍ୟ ସୟଦ ଅସୀମ ମୁନୀର ଓ ପାକିସ୍ତାନ ସଶସ୍ତ୍ର ବଳର ଉଚ୍ଚ ପ୍ରଶଂସା କରିବା ସହିତ ପାକିସ୍ତାନକୁ ଗୌରବାନ୍ୱିତ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି।