କଂଗ୍ରେସରେ ସାମିଲ ହେବେ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା

ହାଇଦ୍ରାବାଦ,୨।୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି । ରିପୋର୍ଟ ଅନୁଯାୟୀ, ସେ ଏହି ସପ୍ତାହ ଶେଷ ସୁଦ୍ଧା ଦିଲ୍ଲୀରେ କଂଗ୍ରେସରେ ଯୋଗଦେବେ ବୋଲି କୁହାଯାଉଛି। ୱାଇଏସ ଶର୍ମିଲା ଏବେ ୱାଇଏସଆର୍‌ ତେଲେଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି ଅଛନ୍ତି। ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ଏହାର କିଛି ଦିନ ପରେ ରାଜ୍ୟରେ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ଗୁରୁତ୍ୱ ଶେଷ […] The post କଂଗ୍ରେସରେ ସାମିଲ ହେବେ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା appeared first on Dharitri Odia News.

କଂଗ୍ରେସରେ ସାମିଲ ହେବେ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା

ହାଇଦ୍ରାବାଦ,୨।୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି । ରିପୋର୍ଟ ଅନୁଯାୟୀ, ସେ ଏହି ସପ୍ତାହ ଶେଷ ସୁଦ୍ଧା ଦିଲ୍ଲୀରେ କଂଗ୍ରେସରେ ଯୋଗଦେବେ ବୋଲି କୁହାଯାଉଛି। ୱାଇଏସ ଶର୍ମିଲା ଏବେ ୱାଇଏସଆର୍‌ ତେଲେଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି ଅଛନ୍ତି।

ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ଏହାର କିଛି ଦିନ ପରେ ରାଜ୍ୟରେ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ଗୁରୁତ୍ୱ ଶେଷ ହୋଇଛି। ୱାଇଏସ ଶର୍ମିଲା ମଙ୍ଗଳବାର ସମସ୍ତ ନେତାଙ୍କ ସହ ଏକ ବେଠକ ଡାକିଛନ୍ତି। ଯେଉଁଥିରେ ଓ୍ବାଇଏସଆର ତେଲଙ୍ଗାନା ପାର୍ଟି (ଓ୍ବାଇଏସଆରଟିପି)କୁ କଂଗ୍ରେସ ସହିତ ମିଶ୍ରଣ କରିବା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଆପଣଙ୍କୁ କହିରଖୁଛୁ ଯେ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ହେବ। ଏଭଳି ପରିସ୍ଥିତିରେ ଦଳ ଶର୍ମିଲାଙ୍କୁ ବଡ ଦାୟିତ୍ୱ ଦେଇ ଦଳକୁ ପୁଣି ଛିଡା କରିବାକୁ ପ୍ରସ୍ତୁତ ହେଉଛି।

The post କଂଗ୍ରେସରେ ସାମିଲ ହେବେ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା appeared first on Dharitri Odia News.