ବାରିପଦା ସହରରେ ବୁଲୁଛି ବାଘ
ବାରିପଦା,୧୭ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ବୁଢ଼ିଖମାରୀଠାରେ କଲରାପତରିଆ ବାଘ ଆତଙ୍କ ଖେଳାଇବାରେ ଲାଗିଛି। ବାଘଟି ଏକ ସ୍କୁଲ ମଧ୍ୟରେ ପଶିଯାଇଥିବାରୁ ଧରିବା ପାଇଁ ଜାଲ ଓ ଯନ୍ତା ଖଞ୍ଜା ଯାଇଛି। ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ବନବିଭାଗର କର୍ମଚାରୀମାନେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳୁ ଜଣେ ବ୍ୟକ୍ତି ତାଙ୍କ ପିଲାକୁ ଟ୍ୟୁସନ ଛାଡ଼ିବାକୁ ଯାଉଥିବା ବେଳେ ବାଘଟିକୁ ଦେଖିଥିଲେ। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ […] The post ବାରିପଦା ସହରରେ ବୁଲୁଛି ବାଘ appeared first on Dharitri Odia News.
ବାରିପଦା,୧୭ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ବୁଢ଼ିଖମାରୀଠାରେ କଲରାପତରିଆ ବାଘ ଆତଙ୍କ ଖେଳାଇବାରେ ଲାଗିଛି। ବାଘଟି ଏକ ସ୍କୁଲ ମଧ୍ୟରେ ପଶିଯାଇଥିବାରୁ ଧରିବା ପାଇଁ ଜାଲ ଓ ଯନ୍ତା ଖଞ୍ଜା ଯାଇଛି। ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ବନବିଭାଗର କର୍ମଚାରୀମାନେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ସକାଳୁ ଜଣେ ବ୍ୟକ୍ତି ତାଙ୍କ ପିଲାକୁ ଟ୍ୟୁସନ ଛାଡ଼ିବାକୁ ଯାଉଥିବା ବେଳେ ବାଘଟିକୁ ଦେଖିଥିଲେ। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସମସ୍ତେ ଭୟଭୀତ ଥିବା ସୂଚନା ପାଇ ବନ ବିଭାଗ ପହଞ୍ଚି ବାଘକୁ ଖୋଜୁଛି। ବାଘ ପିଞ୍ଜରା ଗାଡ଼ି, ଜାଲ ଓ ଟ୍ରାଙ୍କୁଲାଇଜର ଧରି ଯୋଜନାବଦ୍ଧ ଭାବେ ବାଘକୁ ଠାବ ପାଇଁ ଅନୁଧ୍ୟାନ କରୁଛନ୍ତ। ତେବେ ଶକ୍ତି ଅଟାକଳ ଗୋଦାମ ଘରେ ବାଘଟି ଥିବା ସନ୍ଦେହ କରି ଚାରିପଟେ ଜାଲ ଘେରି ଧରିବାକୁ ଯୋଜନା ଚଳାଇଛନ୍ତି।
ପ୍ରକାଶ ଥାଉ କି, ୨ଦିନ ତଳେ ଶ୍ୟାମାଖୁଣ୍ଟା ବ୍ଲକର ଜଗନ୍ନାଥପୁର ଗ୍ରାମରେ ଏକ କଲରାପତରିଆ ବାଘ ଦେଖାଯାଇଥିଲା। ବନବିଭାଗ ତାକୁ କାବୁ କରିପାରି ନ ଥିଲା। ଗୁରୁବାର ବାଘ ଜଙ୍ଗଲକୁ ପଳାଇଥିବା ବନବିଭାଗ ସୂଚନା ଦେଇଥିଲା। ତେବେ ସେହି ବାଘଟି ପ୍ରାୟ ଜଙ୍ଗଲ ପରିବର୍ତ୍ତେ ବାରିପଦା ସହର ଅଭିମୁଖେ ପଳାଇଆସିଥିବା କୁହାଯାଉଛି।
The post ବାରିପଦା ସହରରେ ବୁଲୁଛି ବାଘ appeared first on Dharitri Odia News.