ବଡ଼ ଆକ୍ରମଣକୁ ରୋକିବ ବୁଲେଟ୍‌ପ୍ରୁଫ୍‌ ଗାଡ଼ି, ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ହେବ ସାମିଲ

ନୂଆଦିଲ୍ଲୀ ୨୯।୦୪: ବଢୁଛି ଆକ୍ରମଣକାରୀଙ୍କ ସଂଖ୍ୟା । କେତେବେଳେ ଆତଙ୍କବାଦୀ ସାଧାରଣ ଜନତାଙ୍କୁ ଟାର୍ଗେଟ୍‌ କଲେଣି ତ ଆଉ କେତେବେଳେ ନେତାମନ୍ତ୍ରୀଙ୍କୁ ହେଲାଣି ଆକ୍ରମଣ । ଏହାରି ମଧ୍ୟରେ ଚିନ୍ତା ବଢାଇଛି ରାଜନେତାଙ୍କ ସୁରକ୍ଷା ବ୍ୟବସ୍ଥା । ସଜାଗ ହେଲେଣି ସରକାର । ଏଥିପାଇଁ ରାଜ୍ୟ ମୁଖ୍ୟଙ୍କ ପାଇଁ ଆସିବ ନୂଆ କାର୍‌ । ସେ ପୁଣି ଏମିତି ସେମିତି ନୁହେଁ, ବୁଲେଟପ୍ରୁଫ୍‌ କାର୍‌ ।ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଜ୍ୟପାଳ ମହମ୍ମଦ ଆରିଫଙ୍କ କାଫ୍‌ଲା ପାଇଁ ସାମିଲ ହେବ ନୂଆ ବୁଲେଟପ୍ରୁଫ୍‌ ଗାଡ଼ି । ଏହି ଗାଡ଼ି କିଣିବା ପାଇଁ ବିହାର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ ଖର୍ଚ୍ଚ ହେବ ମୋଟ୍‌ ୧୫.୯୯ କୋଟି ଟଙ୍କା । ଗାଡ଼ି ଗୁଡିକ ସୁରକ୍ଷା ଦୃଷ୍ଟିରୁ ବେଶ୍‌ ଉତ୍କୃଷ୍ଟ । ଏହି ଗାଡିକୁ ଏପରି ଡିଜାଇନ କରାଯିବ ଯେ, ଏହା AK-୪୭ ଗୁଳି, ଅନ୍ୟାନ୍ୟ ବିସ୍ଫୋରଣ ଏବଂ ଗ୍ୟାସ୍‌ ଆକ୍ରମଣରୁ ରହିବ ସୁରକ୍ଷିତ । ଗାଡ଼ିଗୁଡ଼ିକୁ ସ୍ୱତନ୍ତ୍ର ସୁରକ୍ଷା ଆବଶ୍ୟକତାକୁ ଧ୍ୟାନରେ ରଖି ଡିଜାଇନ କରାଯିବ । ଯାହା ଦ୍ୱାରା VVIP ଗତିବିଧି ସମୟରେ ପ୍ରତ୍ୟେକ ବିପଦର ସମ୍ମୁଖୀନ ହୋଇପାରିବ ।ତେବେ ଆସନ୍ତୁ ଜାଣିବା ବୁଲେଟପ୍ରୁଫ୍‌ ଗାଡିର ଫିଚର୍ ବିଷୟରେ… ଗାଡ଼ିର ନାଁ ହେଉଛି ଟୟୋଟା ଫର୍ଚୁନର୍‌ । କାର୍‌ଟିରେ ପୂର୍ବରୁ ଏୟାରବ୍ୟାଗ୍‌, ABS ଏବଂ ଅନ୍ୟାନ୍ୟ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ସହିତ ସଜ୍ଜିତ । କାରରେ ବୁଲେଟପ୍ରୁଫିଂ ହେବା

ବଡ଼ ଆକ୍ରମଣକୁ ରୋକିବ ବୁଲେଟ୍‌ପ୍ରୁଫ୍‌ ଗାଡ଼ି, ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ହେବ ସାମିଲ

ନୂଆଦିଲ୍ଲୀ ୨୯।୦୪: ବଢୁଛି ଆକ୍ରମଣକାରୀଙ୍କ ସଂଖ୍ୟା । କେତେବେଳେ ଆତଙ୍କବାଦୀ ସାଧାରଣ ଜନତାଙ୍କୁ ଟାର୍ଗେଟ୍‌ କଲେଣି ତ ଆଉ କେତେବେଳେ ନେତାମନ୍ତ୍ରୀଙ୍କୁ ହେଲାଣି ଆକ୍ରମଣ । ଏହାରି ମଧ୍ୟରେ ଚିନ୍ତା ବଢାଇଛି ରାଜନେତାଙ୍କ ସୁରକ୍ଷା ବ୍ୟବସ୍ଥା । ସଜାଗ ହେଲେଣି ସରକାର । ଏଥିପାଇଁ ରାଜ୍ୟ ମୁଖ୍ୟଙ୍କ ପାଇଁ ଆସିବ ନୂଆ କାର୍‌ । ସେ ପୁଣି ଏମିତି ସେମିତି ନୁହେଁ, ବୁଲେଟପ୍ରୁଫ୍‌ କାର୍‌ ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଜ୍ୟପାଳ ମହମ୍ମଦ ଆରିଫଙ୍କ କାଫ୍‌ଲା ପାଇଁ ସାମିଲ ହେବ ନୂଆ ବୁଲେଟପ୍ରୁଫ୍‌ ଗାଡ଼ି । ଏହି ଗାଡ଼ି କିଣିବା ପାଇଁ ବିହାର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ ଖର୍ଚ୍ଚ ହେବ ମୋଟ୍‌ ୧୫.୯୯ କୋଟି ଟଙ୍କା । ଗାଡ଼ି ଗୁଡିକ ସୁରକ୍ଷା ଦୃଷ୍ଟିରୁ ବେଶ୍‌ ଉତ୍କୃଷ୍ଟ । ଏହି ଗାଡିକୁ ଏପରି ଡିଜାଇନ କରାଯିବ ଯେ, ଏହା AK-୪୭ ଗୁଳି, ଅନ୍ୟାନ୍ୟ ବିସ୍ଫୋରଣ ଏବଂ ଗ୍ୟାସ୍‌ ଆକ୍ରମଣରୁ ରହିବ ସୁରକ୍ଷିତ । ଗାଡ଼ିଗୁଡ଼ିକୁ ସ୍ୱତନ୍ତ୍ର ସୁରକ୍ଷା ଆବଶ୍ୟକତାକୁ ଧ୍ୟାନରେ ରଖି ଡିଜାଇନ କରାଯିବ । ଯାହା ଦ୍ୱାରା VVIP ଗତିବିଧି ସମୟରେ ପ୍ରତ୍ୟେକ ବିପଦର ସମ୍ମୁଖୀନ ହୋଇପାରିବ ।
ତେବେ ଆସନ୍ତୁ ଜାଣିବା ବୁଲେଟପ୍ରୁଫ୍‌ ଗାଡିର ଫିଚର୍ ବିଷୟରେ… 

ଗାଡ଼ିର ନାଁ ହେଉଛି ଟୟୋଟା ଫର୍ଚୁନର୍‌ । କାର୍‌ଟିରେ ପୂର୍ବରୁ ଏୟାରବ୍ୟାଗ୍‌, ABS ଏବଂ ଅନ୍ୟାନ୍ୟ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ସହିତ ସଜ୍ଜିତ । କାରରେ ବୁଲେଟପ୍ରୁଫିଂ ହେବା ପରେ ଏହାର ସୁରକ୍ଷା କ୍ଷମତା ଆହୁରି ବୃଦ୍ଧି ପାଇବ । ଟୟୋଟା ଫର୍ଚୁନରରେ BR-୩ କିମ୍ବା BR4 ସ୍ତରର ବୁଲେଟପ୍ରୁଫିଂ ବ୍ୟବସ୍ଥା ଅଛି । BR-3 ସ୍ତର 35 । ମ୍ୟାଗନମ ବୁଲେଟ୍ ଏବଂ କମ ଗତିର ବୁଲେଟଠାରୁ ସୁରକ୍ଷା ଦେବ । BR4 ସ୍ତର ଅଧିକ ଶକ୍ତିଶାଳୀ ଗୁଳି ଏବଂ ବିସ୍ଫୋରଣ ସହ୍ୟ କରିପାରିବ । ଏହି କାର୍‌ ଏକ ସିଡି-ଫ୍ରେମ୍‌ ଚେସିସ୍‌ ଉପରେ ନିର୍ମିତ । ଏହି କାର୍‌ଟି ବହୁତ ଷ୍ଟ୍ରେନ୍ଥ ଏବଂ ଡ୍ୟୁରିବିଲିଟି ଦେଇଥାଏ । କାର୍‌ରେ ଏକ ଶକ୍ତିଶାଳୀ ଇଞ୍ଜିନ ଏବଂ ଶାନଦାର୍‌ ଅଫ୍‌-ରୋଡ୍‌ କ୍ଷମତା ଅଛି । ଯାହା ଏହାକୁ ସହରାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ଆରାମଦାୟକ ଭାବରେ ଚଳାଇବାରେ ସହାୟକ ହୋଇଥାଏ । 

କାର୍‌ର କ୍ୟାବିନଟି ବହୁତ ଆରାମଦାୟକ ଏବଂ ବିଶାଳ । ଯାତ୍ରୀମାନଙ୍କ ସୁବିଧା ପାଇଁ ଆବଶ୍ୟକତା ଅନୁସାରେ ଏଥିରେ ବିଭିନ୍ନ ସାମଗ୍ରୀ ମଧ୍ୟ ଫିଟ୍‌ କରାଯାଇପାରିବ । ବୁଲେଟପ୍ରୁଫ୍‌ ସହିତ କିଛି ଫର୍ଚୁନର୍ସରେ ବୋମା ସତର୍କତା, ରଙ୍ଗୀନ କାଚ ଝରକା (ଯାହା ଯାତ୍ରୀଙ୍କ ଚେହେରା ଲୁଚାଇଥାଏ) ଏବଂ ରନ୍‌-ଫ୍ଲେଟ ଟାୟାର ମଧ୍ୟ ରହିଥାଏ । ଯାହା ଟାୟାର ପଙ୍କଚର ହୋଇଗଲେ ମଧ୍ୟ ଗାଡ଼ିକୁ କିଛି ଦୂରତା ପାଇଁ ଚଲାଇ ନେଇ ଯାଇହେବ। କହିରଖୁ କି ସାରା ଦେଶରେ VVIP ସୁରକ୍ଷା ପାଇଁ Toyota Fortuner ଏକ ଲୋକପ୍ରିୟ କାର୍‌ ପାଲଟିଛି । ଗୁଳି ବର୍ଷା ହେଉ କିମ୍ବା ବୋମା ବିସ୍ଫୋରଣ, ଏହି ଚମତ୍କାର SUVରେ ଗୋଟିଏ ସ୍କ୍ରାଚ୍‌ ମଧ୍ୟ ହେବା କଷ୍ଟକର।