କଟକ ସହରରୁ ବିପୁଳ ପରିମାଣର ଦେଶୀ ମଦ ଜବତ, ଜଣେ ଡିପ୍ଲୋମା ଛାତ୍ର ଗିରଫ

କଟକ ୦୨।୦୮ :  କଟକ ସହର ଉପକଣ୍ଠରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି।  ଏହି କାରବାରରେ ଜଣେ ଡିପ୍ଲୋମା ଛାତ୍ରର ସମ୍ପୃକ୍ତି ରହିଛି। ଗିରଫ ଡିପ୍ଲୋମା ଛାତ୍ର ଜଣକ ହେଲେ ରାଜା ବେହେରା।ଖବର ଅନୁଯାୟୀ, ସୋମବାର ସକାଳେ କଟକ ସହର ଉପକଣ୍ଠ କାଜିପାଟଣା ନିକଟରୁ ଜବତ କରିଛି କଟକ ଭ୍ରାମ୍ୟମାଣ ଅବକାରୀ ବିଭାଗ। ଏହି ମଦ ଭୁବନେଶ୍ଵର ସମେତ କଟକ ଜିଲ୍ଲାର କିଛି ଜାଗାକୁ ଚାଲାଣ ହେଉଥିଲା।  ଏହି ସଂପର୍କରେ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା ଏବଂ ଘଟଣାସ୍ଥଳରୁ ୮୭୫ ଲିଟର ଚୋରା ଦେଶୀ ମଦ ଧରାପଡିଛି। ତାସହିତ ଏକ ସ୍କର୍ପିଓ ଗାଡିକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ।

କଟକ ସହରରୁ ବିପୁଳ ପରିମାଣର ଦେଶୀ ମଦ ଜବତ, ଜଣେ ଡିପ୍ଲୋମା ଛାତ୍ର ଗିରଫ

କଟକ ୦୨।୦୮ :  କଟକ ସହର ଉପକଣ୍ଠରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି।  ଏହି କାରବାରରେ ଜଣେ ଡିପ୍ଲୋମା ଛାତ୍ରର ସମ୍ପୃକ୍ତି ରହିଛି। ଗିରଫ ଡିପ୍ଲୋମା ଛାତ୍ର ଜଣକ ହେଲେ ରାଜା ବେହେରା।

ଖବର ଅନୁଯାୟୀ, ସୋମବାର ସକାଳେ କଟକ ସହର ଉପକଣ୍ଠ କାଜିପାଟଣା ନିକଟରୁ ଜବତ କରିଛି କଟକ ଭ୍ରାମ୍ୟମାଣ ଅବକାରୀ ବିଭାଗ। ଏହି ମଦ ଭୁବନେଶ୍ଵର ସମେତ କଟକ ଜିଲ୍ଲାର କିଛି ଜାଗାକୁ ଚାଲାଣ ହେଉଥିଲା।  ଏହି ସଂପର୍କରେ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା ଏବଂ ଘଟଣାସ୍ଥଳରୁ ୮୭୫ ଲିଟର ଚୋରା ଦେଶୀ ମଦ ଧରାପଡିଛି। ତାସହିତ ଏକ ସ୍କର୍ପିଓ ଗାଡିକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ।