ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଡାକ୍ତରଖାନାରେ ଭର୍ତ୍ତି

ପାଟନା: ବିହାର ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରୀୟ  ଜନତା ଦଳ ନେତା ତେଜ ପ୍ରତାପ ଯାଦବ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘରେ ଥିବା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଶୁକ୍ରବାର ତାଙ୍କୁ ରାଜେନ୍ଦ୍ର ନଗରର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆର୍‌ଜେଡି ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ୍ ପ୍ରତାପ ଯାଦବଙ୍କ ଚିକିତ୍ସାରେ ଏକ ଡାକ୍ତରୀ ଟିମ୍ ଲାଗିଛି। ତେଜପ୍ରତାପଙ୍କର ମୁହଁରେ ଅକ୍‌ସିଜେନ୍ ଲାଗିଥିବା ବେଳର ଫଟୋ ସାମ୍ନାକୁ ଆସିଛି।ଗୁରୁବାର ତେଜ ପ୍ରତାପ ବକ୍ସର ଏରିଆରେ ଏକ ପବ୍ଲିକ୍‌ ରାଲିବ୍ରେରି ଉଦ୍‌ଘାଟନ କରୁଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଘରକୁ ଫେରିବା ପରେ ତାଙ୍କ ଛାତିରେ ଯନ୍ତ୍ରଣଆ ଅନୁଭବ କରିଥିଲେ। ଶୁକ୍ରବାର ତାଙ୍କୁ ଡାକ୍ତରଖାନା ନିଆଯାଇଛି।ଏହାପୂର୍ବରୁ ଜୁଲାଇ ୨୦୨୩ରେ ତେଜ ପ୍ରତାପ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ସେତେବେଳେ ତାଙ୍କୁ ପାଟନାର କଙ୍କାରବାଗସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ସମୟ ଆଇସିୟୁରେ ଚିକିତ୍ସିତ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।ସୂଚନା ଥାଉକି ହସନପୁରରେ ଆର୍‌ଜେଡି ବିଧାୟକ ଥିବା ତେଜ ପ୍ରତାପ ଯାଦବ ପୂର୍ବ ମେଣ୍ଟ ସରକାରରେ ପରିବେଶ ମନ୍ତ୍ରୀ ଥିଲେ। ତାଙ୍କ ପାଖରେ ସ୍ୱାସ୍ଥ୍ୟ ବିଭାଗର ପୋର୍ଟଫୋଲିଓ ମଧ୍ୟ ଥିଲା।

ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଡାକ୍ତରଖାନାରେ ଭର୍ତ୍ତି

ପାଟନା: ବିହାର ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରୀୟ  ଜନତା ଦଳ ନେତା ତେଜ ପ୍ରତାପ ଯାଦବ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘରେ ଥିବା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଶୁକ୍ରବାର ତାଙ୍କୁ ରାଜେନ୍ଦ୍ର ନଗରର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

ଆର୍‌ଜେଡି ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ୍ ପ୍ରତାପ ଯାଦବଙ୍କ ଚିକିତ୍ସାରେ ଏକ ଡାକ୍ତରୀ ଟିମ୍ ଲାଗିଛି। ତେଜପ୍ରତାପଙ୍କର ମୁହଁରେ ଅକ୍‌ସିଜେନ୍ ଲାଗିଥିବା ବେଳର ଫଟୋ ସାମ୍ନାକୁ ଆସିଛି।

ଗୁରୁବାର ତେଜ ପ୍ରତାପ ବକ୍ସର ଏରିଆରେ ଏକ ପବ୍ଲିକ୍‌ ରାଲିବ୍ରେରି ଉଦ୍‌ଘାଟନ କରୁଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଘରକୁ ଫେରିବା ପରେ ତାଙ୍କ ଛାତିରେ ଯନ୍ତ୍ରଣଆ ଅନୁଭବ କରିଥିଲେ। ଶୁକ୍ରବାର ତାଙ୍କୁ ଡାକ୍ତରଖାନା ନିଆଯାଇଛି।

ଏହାପୂର୍ବରୁ ଜୁଲାଇ ୨୦୨୩ରେ ତେଜ ପ୍ରତାପ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ସେତେବେଳେ ତାଙ୍କୁ ପାଟନାର କଙ୍କାରବାଗସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ସମୟ ଆଇସିୟୁରେ ଚିକିତ୍ସିତ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

ସୂଚନା ଥାଉକି ହସନପୁରରେ ଆର୍‌ଜେଡି ବିଧାୟକ ଥିବା ତେଜ ପ୍ରତାପ ଯାଦବ ପୂର୍ବ ମେଣ୍ଟ ସରକାରରେ ପରିବେଶ ମନ୍ତ୍ରୀ ଥିଲେ। ତାଙ୍କ ପାଖରେ ସ୍ୱାସ୍ଥ୍ୟ ବିଭାଗର ପୋର୍ଟଫୋଲିଓ ମଧ୍ୟ ଥିଲା।