୧୯ ବର୍ଷିୟ ପ୍ଲେୟରଙ୍କ ବ୍ୟାଟିଂରେ ହଜିଲା ଦିଲ୍ଲୀ ବୋଲର୍‌ଙ୍କ ନିଦ, କିଏ ଏହି ବିସ୍ଫୋରକ ବ୍ୟାଟର ?

ନୂଆଦିଲ୍ଲୀ ୦୫।୦୪: ଆଇପିଏଲ୍‌ ୨୦୨୪ର ୧୬ତମ ମ୍ୟାଚ୍‌ । ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍‌ ଏବଂ କୋଲକତା ନାଇଟ୍‌ ରାଇଡର୍ସ । ମ୍ୟାଚ୍‌ରେ ଦିଲ୍ଲୀ ବୋଲରଙ୍କ ନିଦ ହଜାଇ ଦେଇଥିଲେ କୋଲକତାର ୧୯ ବର୍ଷୀୟ ବ୍ୟାଟର । ଗୋଟିଏ ପଟେ ସୁନିଲ୍‌ ନରେନ୍‌ ଦିଲ୍ଲୀ କ୍ୟାପିଟାଲ୍ସର ବୋଲରଙ୍କ ଅଣ୍ଟା ଭାଙ୍ଗିଥିବା ବେଳେ ଅନ୍ୟପଟେ ଭାରତର ଯୁବ ବ୍ୟାଟର ଅଙ୍ଗକ୍ରିଶ ରଘୁବଂଶୀ ନିଜର ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଆଉ ନିଜ ଉଜ୍ବଳ ଭବିଷ୍ୟର ପକାଇଥିଲେ ମୂଳଦୂଆ । ରଘୁବଂଶୀ ୨୭ ବଲ୍‌ରେ ଖେଳିଛନ୍ତି ୫୪ ରନର ଇନିଂସ ।  ସେ ଦିଲ୍ଲୀ କ୍ୟାପିଟାଲ୍‌ ବିପକ୍ଷରେ ୫ଟି ଚୌକା ଏବଂ ୩ଟି ଛକ୍କା ମାରିଛନ୍ତି । ଅଙ୍ଗକ୍ରିଶ ରଘୁବଂଶୀ  ଆରସିବି ବିପକ୍ଷ ମ୍ୟାଚରେ ଇଫେକ୍ଟ ଖେଳାଳି ଭାବରେ ଆଇପିଏଲ୍ କରିଥିଲେ ଡେବ୍ୟୁ । କିନ୍ତୁ ଆଇପିଏଲ୍ କ୍ୟାରିୟରର ପ୍ରଥମ ଇନିଂସ ତାଙ୍କର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆସିଥିଲା।ତେବେ କିଏ ଏହି ଅଙ୍ଗକ୍ରିଶ ରଘୁବଂଶୀ ? ଗୁରୁଗାଓଁର ମୂଳ ବାସିନ୍ଦା ହେଉଛନ୍ତି ଅଙ୍ଗକ୍ରିଶ । ୫ ଜୁନ୍‌ ୨୦୦୫ରେ ଜନ୍ମଗ୍ରହଣ କରିଥିଲେ । ନିଜ କ୍ରିକେଟ କ୍ୟାରିୟରରେ ଆଗକୁ ବଢିବା ପାଇଁ ମାତ୍ର ୧୧ ବର୍ଷ ବୟସରେ ଘର ଛାଡି ମୁମ୍ବାଇ ଚାଲି ଆସିଥିଲେ । ଅଙ୍ଗକ୍ରିଶ୍ ଜଣେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଏବଂ ଅଫ୍ ସ୍ପିନ୍ ବୋଲିଂ ମଧ୍ୟ କରିପାରନ୍ତି । ୨୦୨୨ ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପରେ ଅନ୍ତର୍ଜାତୀୟ ସ୍ତରରେ ଅନେକ ଖ୍ୟାତି

୧୯ ବର୍ଷିୟ ପ୍ଲେୟରଙ୍କ ବ୍ୟାଟିଂରେ ହଜିଲା ଦିଲ୍ଲୀ ବୋଲର୍‌ଙ୍କ ନିଦ, କିଏ ଏହି ବିସ୍ଫୋରକ ବ୍ୟାଟର ?

ନୂଆଦିଲ୍ଲୀ ୦୫।୦୪: ଆଇପିଏଲ୍‌ ୨୦୨୪ର ୧୬ତମ ମ୍ୟାଚ୍‌ । ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍‌ ଏବଂ କୋଲକତା ନାଇଟ୍‌ ରାଇଡର୍ସ । ମ୍ୟାଚ୍‌ରେ ଦିଲ୍ଲୀ ବୋଲରଙ୍କ ନିଦ ହଜାଇ ଦେଇଥିଲେ କୋଲକତାର ୧୯ ବର୍ଷୀୟ ବ୍ୟାଟର । ଗୋଟିଏ ପଟେ ସୁନିଲ୍‌ ନରେନ୍‌ ଦିଲ୍ଲୀ କ୍ୟାପିଟାଲ୍ସର ବୋଲରଙ୍କ ଅଣ୍ଟା ଭାଙ୍ଗିଥିବା ବେଳେ ଅନ୍ୟପଟେ ଭାରତର ଯୁବ ବ୍ୟାଟର ଅଙ୍ଗକ୍ରିଶ ରଘୁବଂଶୀ ନିଜର ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । 

ଆଉ ନିଜ ଉଜ୍ବଳ ଭବିଷ୍ୟର ପକାଇଥିଲେ ମୂଳଦୂଆ । ରଘୁବଂଶୀ ୨୭ ବଲ୍‌ରେ ଖେଳିଛନ୍ତି ୫୪ ରନର ଇନିଂସ ।  ସେ ଦିଲ୍ଲୀ କ୍ୟାପିଟାଲ୍‌ ବିପକ୍ଷରେ ୫ଟି ଚୌକା ଏବଂ ୩ଟି ଛକ୍କା ମାରିଛନ୍ତି । ଅଙ୍ଗକ୍ରିଶ ରଘୁବଂଶୀ  ଆରସିବି ବିପକ୍ଷ ମ୍ୟାଚରେ ଇଫେକ୍ଟ ଖେଳାଳି ଭାବରେ ଆଇପିଏଲ୍ କରିଥିଲେ ଡେବ୍ୟୁ । କିନ୍ତୁ ଆଇପିଏଲ୍ କ୍ୟାରିୟରର ପ୍ରଥମ ଇନିଂସ ତାଙ୍କର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆସିଥିଲା।

ତେବେ କିଏ ଏହି ଅଙ୍ଗକ୍ରିଶ ରଘୁବଂଶୀ ? ଗୁରୁଗାଓଁର ମୂଳ ବାସିନ୍ଦା ହେଉଛନ୍ତି ଅଙ୍ଗକ୍ରିଶ । ୫ ଜୁନ୍‌ ୨୦୦୫ରେ ଜନ୍ମଗ୍ରହଣ କରିଥିଲେ । ନିଜ କ୍ରିକେଟ କ୍ୟାରିୟରରେ ଆଗକୁ ବଢିବା ପାଇଁ ମାତ୍ର ୧୧ ବର୍ଷ ବୟସରେ ଘର ଛାଡି ମୁମ୍ବାଇ ଚାଲି ଆସିଥିଲେ । ଅଙ୍ଗକ୍ରିଶ୍ ଜଣେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଏବଂ ଅଫ୍ ସ୍ପିନ୍ ବୋଲିଂ ମଧ୍ୟ କରିପାରନ୍ତି । ୨୦୨୨ ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପରେ ଅନ୍ତର୍ଜାତୀୟ ସ୍ତରରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି ଅଙ୍ଗକ୍ରିଶ୍ । ସେହି ବିଶ୍ୱକପ୍‌ରେ ଭାରତ ପାଇଁ ଅଙ୍କକ୍ରିଶ୍ ସର୍ବାଧିକ ରନ୍ ସ୍କୋରର୍ କରିଥିଲେ । ସେ ୨୦୨୨ ବିଶ୍ୱକପରେ ୬ଟି ମ୍ୟାଚ୍ ଖେଳି ୨୭୮ ରନ୍ ସ୍କୋର କରିଥିଲେ। 

ଅଙ୍ଗକ୍ରିଶ ରଘୁବଂଶୀ ପିଲାଦିନରୁ ଆଥଲେଟ୍ ହେବା ପ୍ରାୟ ନିଶ୍ଚିତ ଥିଲା । କାରଣ ସେ ଆଥଲେଟ୍ସ ପରିବାରରୁ ଆସିଛନ୍ତି । ତାଙ୍କ ମା ମଲିକା ରଘୁବଂଶୀ ବାସ୍କେଟବଲରେ ଭାରତରୁ ପ୍ରତିନିଧିତ୍ୱ କରିଛନ୍ତି । ତାଙ୍କ ପିତା ଅବନୀଶ ରଘୁବଂଶୀ ଟେନିସରେ ନିଜ ଦେଶ ପାଇଁ ଖେଳିଛନ୍ତି । ତାଙ୍କ ଭାଇ କୃଷ୍ଣ ରଘୁବଂଶୀ ମଧ୍ୟ ତାଙ୍କ ପିତାଙ୍କ ପରି ଟେନିସ୍ ଖେଳନ୍ତି । ଏହାବ୍ୟତୀତ ତାଙ୍କ ମାମୁଁ ଭାରତୀୟ ଘରୋଇ କ୍ରିକେଟରେ ମୁମ୍ବାଇ ପାଇଁ ଖେଳିଛନ୍ତି କ୍ରିକେଟ୍ ।

ଅଙ୍ଗକ୍ରିଶ ନିଜର କ୍ରିକେଟ କ୍ୟାରିୟର୍‌ ଗୁରୁଗାଓଁରେ କରିଛନ୍ତି । ସେ କୋଚ୍ ମନସୁର ଅଲି ଖାନଙ୍କ ଅଧୀନରେ କ୍ରିକେଟ୍ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାର କିଛି ସମୟ ପରେ ଘରୋଇ କ୍ରିକେଟ୍ ଖେଳିଥିବା ଅଙ୍ଗକ୍ରିଶଙ୍କ ମାମୁଁ ତାଙ୍କୁ ମୁମ୍ବାଇ ଯିବାକୁ ପରାମର୍ଶ ଦେଇଥିଲେ । ଯେଉଁଠାରେ ସେ ଅଭିଷେକ ନାୟାରଙ୍କ ଅଧୀନରେ ଟ୍ରେନିଂ ନେବାର ସୁଯୋଗ ପାଇଥିଲେ।

 ଆଇପିଏଲ୍ ୨୦୨୪ରେ  ଅଙ୍ଗକ୍ରିଶ୍ କେକେଆର୍ ପାଇଁ ଖେଳୁଛନ୍ତି । ତାଙ୍କୁ କୋଲକତା ୨୦ ଲକ୍ଷ ବେସ୍‌ ପ୍ରାଇସ୍‌ରେ କିଣିଥିଲା ।  ବର୍ତ୍ତମାନ ଏହି ୧୯ ବର୍ଷିୟ ପ୍ଲେୟର ଟିମ୍‌ ପାଇଁ ଲକି ସାବ୍ୟସ୍ତ ହୋଇଛନ୍ତି । ଆଗକୁ ମଧ୍ୟ ଭଲ ପ୍ରଦର୍ଶନ କରିବା ନେଇ ଟିମ୍‌ ତାଙ୍କ ଠାରୁ ଆଶା ରଖିଛି ।