ମହାରାଷ୍ଟ୍ରରେ ଚାଲିବ ନାହିଁ ବିଭାଜନକାରୀ ବୟାନ; ବିଜେପିକୁ ରୋକ୍ଠୋକ୍ ଶୁଣାଇଲେ ଅଜିତ୍ ପାଓ୍ବାର
ମୁମ୍ବାଇ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଭାଜନକାରୀ ବୟାନ ‘ବାଣ୍ଟିବ ତ କଟିବ’ କେବଳ ୟୁପିରେ ନୁହେଁ ବରଂ ମହାରାଷ୍ଟ୍ରରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ନେତା ଏହାକୁ ସମର୍ଥନ କରୁଥିବା ବେଳେ କିଛି ଏହାର ବିରୋଧରେ ସ୍ବର ଉଠାଇଛନ୍ତି । ଏନସିପି ମୁଖ୍ୟ ଅଜିତ୍ ପାଓ୍ବାର ବାରମ୍ବାର ଏହି ବୟାନକୁ ବିରୋଧ କରୁଥିବା ନଜରକୁ ଆସିଛି ।ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଗଡ଼ ଜିତିବାକୁ ରାଜନୈତିକ ପାର୍ଟିମାନେ ପ୍ରଚାରକୁ ଜୋରଦାର କରିଛନ୍ତି । ଏହାରି ଭିତରେ ଶାସନ କ୍ଷମତାରେ ଥିବା ‘ମହାୟୁତି’ ମେଣ୍ଟରେ ସାମିଲ୍ ଥିବା ଏନସିପି ମୁଖିଆ ଅଜିତ୍ ପାଓ୍ବାର ‘ବାଣ୍ଟିବ ତ କଟିବ’ ବୟାନକୁ ନେଇ ଜୋରଦାର ବିରୋଧ କରିଛନ୍ତି । ସେ କହିଛନ୍ତି, ଯୋଗୀ ଆଦିତ୍ୟନାଥଙ୍କ ବୟାନକୁ ସମର୍ଥନ କରୁନାହିଁ । ଉତ୍ତର ପ୍ରଦେଶ ଏବଂ ଛାଡ଼ଖଣ୍ଡରେ ଏଭଳି ବୟାନବାଜି ଚାଲୁଥାଇପାରେ କିନ୍ତୁ ମହାରାଷ୍ଟ୍ରରେ ଏହା ଚଳିବ ନାହିଁ । ମହାରାଷ୍ଟ୍ରରେ କେବଳ ‘ସବ୍କା ସାଥ୍ ସବ୍କା ବିକାଶ’ ଚାଲିବ । ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ । ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ଜତିଗତ ଜନଗଣନା ଏବଂ ଶସାନ କ୍ଷମତାକୁ ଆସିଲେ ୫୦ ପ୍ରତିଶତ ସଂରକ୍ଷଣ ଦେବାକୁ ପ୍ରତିଶ୍ରୁତି ଦେଇଛି । ଜାତି ଆଧାରରେ ଭୋଟ୍ ମାଗିବାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ପ୍ରଧା
ମୁମ୍ବାଇ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଭାଜନକାରୀ ବୟାନ ‘ବାଣ୍ଟିବ ତ କଟିବ’ କେବଳ ୟୁପିରେ ନୁହେଁ ବରଂ ମହାରାଷ୍ଟ୍ରରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ନେତା ଏହାକୁ ସମର୍ଥନ କରୁଥିବା ବେଳେ କିଛି ଏହାର ବିରୋଧରେ ସ୍ବର ଉଠାଇଛନ୍ତି । ଏନସିପି ମୁଖ୍ୟ ଅଜିତ୍ ପାଓ୍ବାର ବାରମ୍ବାର ଏହି ବୟାନକୁ ବିରୋଧ କରୁଥିବା ନଜରକୁ ଆସିଛି ।
ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଗଡ଼ ଜିତିବାକୁ ରାଜନୈତିକ ପାର୍ଟିମାନେ ପ୍ରଚାରକୁ ଜୋରଦାର କରିଛନ୍ତି । ଏହାରି ଭିତରେ ଶାସନ କ୍ଷମତାରେ ଥିବା ‘ମହାୟୁତି’ ମେଣ୍ଟରେ ସାମିଲ୍ ଥିବା ଏନସିପି ମୁଖିଆ ଅଜିତ୍ ପାଓ୍ବାର ‘ବାଣ୍ଟିବ ତ କଟିବ’ ବୟାନକୁ ନେଇ ଜୋରଦାର ବିରୋଧ କରିଛନ୍ତି । ସେ କହିଛନ୍ତି, ଯୋଗୀ ଆଦିତ୍ୟନାଥଙ୍କ ବୟାନକୁ ସମର୍ଥନ କରୁନାହିଁ । ଉତ୍ତର ପ୍ରଦେଶ ଏବଂ ଛାଡ଼ଖଣ୍ଡରେ ଏଭଳି ବୟାନବାଜି ଚାଲୁଥାଇପାରେ କିନ୍ତୁ ମହାରାଷ୍ଟ୍ରରେ ଏହା ଚଳିବ ନାହିଁ । ମହାରାଷ୍ଟ୍ରରେ କେବଳ ‘ସବ୍କା ସାଥ୍ ସବ୍କା ବିକାଶ’ ଚାଲିବ ।
ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ । ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ଜତିଗତ ଜନଗଣନା ଏବଂ ଶସାନ କ୍ଷମତାକୁ ଆସିଲେ ୫୦ ପ୍ରତିଶତ ସଂରକ୍ଷଣ ଦେବାକୁ ପ୍ରତିଶ୍ରୁତି ଦେଇଛି । ଜାତି ଆଧାରରେ ଭୋଟ୍ ମାଗିବାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ବାରମ୍ବାର ଏହାକୁ ଟାର୍ଗେଟ୍ କରୁଛନ୍ତି । ମହାରାଷ୍ଟ୍ର ନିର୍ବାଚନରେ ପ୍ରଧାନମନ୍ତ୍ରୀ ନାରା ଦେଇଛନ୍ତି ‘ସାଙ୍ଗରେ ରହିବା ସୁରକ୍ଷିତ ରହିବା’ । ସେପଟେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ‘ବାଣ୍ଟିବ ତ କଟିବ’ । ନିର୍ବାଚନ ସମୟରେ ଏଭଳି ବୟାନକୁ ନେଇ ମହାୟୁକ୍ତି ମେଣ୍ଟର ସାଥୀ ଅଜିତ୍ ପାଓ୍ବାର ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି । ପୂର୍ବରୁ ଅଜିତ୍ କହିଥିଲେ ମହାରାଷ୍ଟ୍ର ହେଉଛି ଛତ୍ରପତି ଶିବାଜୀ, ଅମ୍ବେଦକର ଏବଂ ସାହୁ ଜୀ ମହାରାଜଙ୍କ ମାଟି । ଏଠାରେ ବିଭାଜନ ଚାଲିବ ନାହିଁ । ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି, ବାହାରର ଲୋକ ଆସି ଏଠାରେ ଏଭଳି ବୟାନବାଜି କରୁଛନ୍ତି । ଅନ୍ୟରାଜ୍ୟର ବିଜେପି ମୁଖ୍ୟମନ୍ତ୍ରୀମାନେ ମହାରାଷ୍ଟ୍ର ନିର୍ବାଚନ ପ୍ରଚାରରେ କ’ଣ କହିଲେ ତାହା ପୂର୍ବରୁ ବିଚାର କରିବା ଆବଶ୍ୟକ । ମହାୟୁକ୍ତି ମେଣ୍ଟରେ ସମସ୍ତେ ଏକ ସାଥିରେ କାମ କରୁଛନ୍ତି । ମାତ୍ର ସମସ୍ତଙ୍କ ବିଚାର ଧାରା ଭିନ୍ନ ଭିନ୍ନ । ଅନ୍ୟରାଜ୍ୟରେ ଏଭଳି ବୟାନ ଚାଲୁଥିବ କିନ୍ତା ଏହାର ମହାରାଷ୍ଟ୍ରରେ ଚାଲିବ ନାହିଁ ବୋଲି ଅଜିତ୍ ପାଓ୍ବାର କହିଛନ୍ତି ।...