ବିଦ୍ୟୁତ୍ ଆଘାତରେ କର୍ମଚାରୀ ଗୁରୁତର, କଟକ ସ୍ଥାନାନ୍ତର
କନ୍ଧମାଳ,୧୦ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ଟ୍ରାନ୍ସଫର୍ମର ମରାମତି କାମ କରୁଥିବା ବେଳେ ଜଣେ ବିଦ୍ୟୁତ ବିଭାଗ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ବିଦ୍ୟୁତ ଆଘାତ ଲାଗିଛି। ଆହତ କର୍ମଚାରୀ ଜଣକ କନ୍ଧମାଳ ଜିଲା ଫୁଲବାଣୀ ଡାକପାଲା ଅଞ୍ଚଳର ସମରେନ୍ଦ୍ର ଘଟାଲ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ସୋମବାର ସକାଳେ ଫୁଲବାଣୀ କୋର୍ଟ ଛକ ନିକଟରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ମରାମତି କାମ ଚାଲିଥିଲା। ଏଥିରେ ନିୟୋଜିତ ବିଦ୍ୟୁତ କର୍ମଚାରୀ ସମରେନ୍ଦ୍ର ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଫଳରେ ସେ […] The post ବିଦ୍ୟୁତ୍ ଆଘାତରେ କର୍ମଚାରୀ ଗୁରୁତର, କଟକ ସ୍ଥାନାନ୍ତର appeared first on Dharitri Odia News.
କନ୍ଧମାଳ,୧୦ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ଟ୍ରାନ୍ସଫର୍ମର ମରାମତି କାମ କରୁଥିବା ବେଳେ ଜଣେ ବିଦ୍ୟୁତ ବିଭାଗ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ବିଦ୍ୟୁତ ଆଘାତ ଲାଗିଛି। ଆହତ କର୍ମଚାରୀ ଜଣକ କନ୍ଧମାଳ ଜିଲା ଫୁଲବାଣୀ ଡାକପାଲା ଅଞ୍ଚଳର ସମରେନ୍ଦ୍ର ଘଟାଲ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ସୋମବାର ସକାଳେ ଫୁଲବାଣୀ କୋର୍ଟ ଛକ ନିକଟରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ମରାମତି କାମ ଚାଲିଥିଲା। ଏଥିରେ ନିୟୋଜିତ ବିଦ୍ୟୁତ କର୍ମଚାରୀ ସମରେନ୍ଦ୍ର ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଫଳରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ଏସ୍ସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
The post ବିଦ୍ୟୁତ୍ ଆଘାତରେ କର୍ମଚାରୀ ଗୁରୁତର, କଟକ ସ୍ଥାନାନ୍ତର appeared first on Dharitri Odia News.